ଓଡିଶା

odisha

ETV Bharat / state

12ଘଣ୍ଟିଆ କବିସୂର୍ଯ୍ୟନଗର ବନ୍ଦ

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଧିକାରୀ ତପନ କୁମାର ପତିଙ୍କ ବଦଳି ଦାବିରେ ଓକିଲ ସଂଘ ପକ୍ଷରୁ 12ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ।

By

Published : Jul 11, 2019, 12:06 PM IST

ଫଟୋ ସୌଜନ୍ୟ:ପ୍ରତିନିଧି,ଭଞ୍ଜନଗର

ଗଞ୍ଜାମ: ଥାନା ଅଧିକାରୀଙ୍କ ବଦଳି ଦାବିରେ ଓକିଲ ସଂଘର ବନ୍ଦ ପାଳନ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଧିକାରୀ ତପନ କୁମାର ପତିଙ୍କ ବଦଳି ଦାବିରେ ଓକିଲ ସଂଘ ପକ୍ଷରୁ 12ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଥାନା ଅଧିକାରୀ ଓକିଲଙ୍କୁ ଦୁର୍ବ୍ୟବହାର କରିଥିବାରୁ ଏହି ବନ୍ଦ ଡାକରା ଦିଆଯାଇଛି ।

ଭିଡିଓ ସୌଜନ୍ୟ:ପ୍ରତିନିଧି,ଭଞ୍ଜନଗର

ଏନେଇ ଗତ 2ଦିନ ହେଲା ଓକିଲମାନେ କୋର୍ଟ ଆଗରେ ଧାରଣାରେ ବସିଥିଲେ ମଧ୍ୟ କୌଣସି ସମାଧାନ ହୋଇନଥିଲା । ଯାହାକୁ ନେଇ ଆଜି ରାଜରାସ୍ତାକୁ ଓଲ୍ଲାଇବା ସହ ତପନ କୁମାର ପତିଙ୍କ ବଦଳି ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଓକିଲ ସଂଘ ।

ଏହାର ପ୍ରଭାବରେ ସମସ୍ତ ଦୋକାନ ବଜାର ବନ୍ଦ ଥିବାସହ ଗାଡି ଚଳାଚଳ ମଧ୍ୟ୍ ବନ୍ଦ ରହିଛି । ଏହାସହ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମଧ୍ୟ ସବୁ ବନ୍ଦ ରହିଛି । ଆନ୍ଦୋଳନ ଯୋଗୁଁ ବହୁ ଯାନବାହନ ଅଟକି ରହିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ , ଇଟିଭି ଭାରତ

ABOUT THE AUTHOR

...view details