ବ୍ରହ୍ମପୁର:ଘୁମୁସର ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ ଭଞ୍ଜନଗର ବନ୍ଦ ସଫଳ ହୋଇଛି । ଗତକାଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଭଞ୍ଜନଗରରେ ଶାନ୍ତିପୁର୍ଣ୍ଣ ବନ୍ଦ ପାଳନ କରାଯାଇଥିଲା । ଜରୁରୀ ସେବାକୁ ବାଦ ଦେଇ ଦୋକାନ ବଜାରରୁ ନେଇ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବା ସହ ଏହି ବନ୍ଦରେ ବହୁ ସଙ୍ଗଠନ ମଧ୍ୟ ସାମିଲ ହୋଇଥିଲେ ।
ତେବେ ଦୀର୍ଘ ବର୍ଷର ଦାବି କୁହାଯାଉଥିବା ଘୁମୁସର ଜିଲ୍ଲା ଗଠନ ଆନ୍ଦୋଳନର ସ୍ବର ଧିରେ ଧିରେ ଶାଣିତ ଏବଂ ଲୋକାଦୃତ୍ୟ ହେବାକୁ ଲାଗିଲାଣି । ମୁଖ୍ୟତଃ ଉପଖଣ୍ଡର ୮ଟି ବ୍ଳକ୍ ଓ ପାଞ୍ଚଟି ଏନ୍ଏସିକୁ ନେଇ ସ୍ବତନ୍ତ୍ର ଘୁମୁସର ଜିଲ୍ଲା ଗଠନ କରିବା ନେଇ ଭଞ୍ଜନଗର ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଯାଇଛି । ଏନେଇ ବିଭିନ୍ନ ସଙ୍ଗଠନ ପକ୍ଷରୁ ବହୁ ସଦସ୍ୟ ଏହି ବନ୍ଦରେ ସାମିଲ ହୋଇଥିଲେ । ଘୁମୁସର ଜିଲ୍ଲା ଗଠନ ପାଇଁ ବିଭିନ୍ନ ନାରା ଦେବା ସହ ଜିଲ୍ଲା ମୁଖ୍ୟାଳୟକୁ ଯିବାକୁ ହେଲେ ଘୁମୁସର ଅଞ୍ଚଳର କିଛି ଗ୍ରାମବାସୀଙ୍କୁ ୧୫୦ କି.ମିରୁ ଅଧିକ ରାସ୍ତା ଯିବାକୁ ପଡୁଛି । ଏଠାରେ ସମସ୍ତ ଭିତ୍ତିଭୂମି ଥାଇ ମଧ୍ୟ ଘୁମୁସର ଜିଲ୍ଲା ମାନ୍ୟତା ପାଇବାରୁ ବଞ୍ଚିତ ହେବା ପରିତାପର ବିଷୟ ବୋଲି ବିଭିନ୍ନ ସଙ୍ଗଠନର ନେତୃବୃନ୍ଦ ଦୁଃଖ ପ୍ରକାଶ କରିଥିଲେ ।
ଏହା ମଧ୍ୟ ପଢନ୍ତୁ - Lingaraj Rukuna Rath Yatra: ୬ ଦିନଧରି ଚାଲିବ ତ୍ରୟୋଦଶ ଲିଙ୍ଗରାଜ ମହୋତ୍ସବ