ଓଡିଶା

odisha

ETV Bharat / state

ଆସିକା ପୋଲିସଙ୍କୁ ବଡ଼ ସଫଳତା; କାର ସମେତ ୧୦୨ କେଜି ଗଞ୍ଜେଇ ଜବତ, 4 ଗିରଫ - ଗଞ୍ଜାମ ଜିଲ୍ଲା ଆସିକା ପୋଲିସ

ଗଞ୍ଜାମ ଜିଲ୍ଲା ଆସିକା ପୋଲିସକୁ ମିଳିଛି ବଡ଼ ସଫଳତା। ଗଞ୍ଜେଇ ଚାଲାଣ କରୁଥିବା ବେଳେ ଏକ କାର ସମେତ ୧୦୨ କେଜି ଗଞ୍ଜେଇ ଏବଂ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି ଆସିକା ପୋଲିସ । ଅଧିକ ପଢନ୍ତୁ...

ଆସିକା ପୋଲିସଙ୍କୁ ବଡ଼ ସଫଳତା; କାର ସମେତ ୧୦୨ କେଜି ଗଞ୍ଜେଇ ଜବତ, 4 ଗିରଫ
ଆସିକା ପୋଲିସଙ୍କୁ ବଡ଼ ସଫଳତା; କାର ସମେତ ୧୦୨ କେଜି ଗଞ୍ଜେଇ ଜବତ, 4 ଗିରଫ

By

Published : Jun 8, 2021, 9:08 PM IST

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଆସିକା ପୋଲିସକୁ ମିଳିଛି ବଡ଼ ସଫଳତା। ଗଞ୍ଜେଇ ଚାଲାଣ କରୁଥିବା ବେଳେ ଏକ କାର ସମେତ ୧୦୨ କେଜି ଗଞ୍ଜେଇ ଏବଂ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି ଆସିକା ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଲୁହୁଡି ଗ୍ରାମର ନିତ୍ୟାନନ୍ଦ ବେହେରା , ବରଗାଁ ଗ୍ରାମର ସୁନିଲ ନାହକ, ଜୟପୁର ଗ୍ରାମର ଗୋପାଳ ସୁଅଂଶିଆ, ଆସିକା ସୁନାମ ସାହିର ସୁରଜ୍ ପାତ୍ର ।

ଆସିକା ପୋଲିସଙ୍କୁ ବଡ଼ ସଫଳତା; କାର ସମେତ ୧୦୨ କେଜି ଗଞ୍ଜେଇ ଜବତ, 4 ଗିରଫ

ତେବେ ଆଜି(ମଙ୍ଗଳବାର) ମଧ୍ୟାହ୍ନ ସମୟରେ ଆସିକା ପୋଲିସ ବିଜୁପଟ୍ଟନାୟକ ଛକଠାରେ ଗାଡି ଯାଞ୍ଚ କରୁଥିବା ସମୟରେ ନମ୍ବର ପ୍ଲେଟ୍ ବିହୀନ ଏକ ଧଳା ରଙ୍ଗର ସୁଜିକି କାର ଭଞ୍ଜନଗର ପଟୁ ଆସୁଥିବାର ଲକ୍ଷ୍ୟ କରିଥିଲେ। ଗାଡ଼ିରେ ଚାଳକଙ୍କ ସମେତ ଅନ୍ୟ ତିନି ଜଣ ବ୍ୟକ୍ତି ବସିଥିଲେ। ଅନ୍ୟପଟେ ନମ୍ବର ପ୍ଲେଟ୍ ବିହୀନ ଅନ୍ୟ ଏକ ମୋଟର ସାଇକେଲରେ ତିନି ଜଣ ଯୁବକ କାର ନିକଟରେ ଯାଉଥିବା ବେଳେ ପୋଲିସକୁ ଦେଖି ସେମାନେ ନିଜ ନିଜ ଗାଡ଼ିକୁ କଇଁଫୁଲିଆ ଛକ ଆଡ଼କୁ ଭୁଲାଇନେଇଥିଲେ। ସେମାନଙ୍କର ଗତିବିଧିକୁ ଲକ୍ଷ୍ୟ କରିଥିଲେ ପୋଲିସ ବାହିନୀ ହେଲେ ବାଇକ୍ ଚାଳକ କୌଣସି ପ୍ରକାରେ ଉକ୍ତ ସ୍ଥାନରୁ ଖସି ପଳାଇବାରେ ସଫଳ ହୋଇଥିଲେ । କିନ୍ତୁ ପୋଲିସ କାରକୁ ଅଟକାଇ ଯାଞ୍ଚ କରିଥିଲା ଏବଂ ଗାଡ଼ିରେ ଲୋଡ୍ ହୋଇଥିବା ଗଞ୍ଜେଇ ସହ ଅପରାଧୀମାନଙ୍କୁ ଧରି କୋର୍ଟ ଚାଲାଣ କରିଛି ।

ସୂଚନାଯୋଗ୍ୟ କି, ଅଭିଯୁକ୍ତ ସୁନୀଲ ନାହାକଙ୍କ ନାମରେ ବିଭିନ୍ନ ସ୍ଥାନାରେ ୨୭ ଗୋଟି ମାମଲା ରୁଜୁ ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନଙ୍କ ନାମରେ ଟେଣ୍ଡର ଫିକ୍ସିଂ ମାମଲାରେ ୫ ଗୋଟି ଥାନାରେ କେସ ରୁଜୁ ହୋଇଥିବା ଜଣାପଡ଼ିଛି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details