ଗଞ୍ଜାମ: ଗଞ୍ଜେଇ ବୋଝେଇ ମିନିଟ୍ରକ ଜବତ । ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ପୋଲିସ ପକ୍ଷରୁ ଚୋରା ଚାଲାଣ ହେଉଥିବା ଏକ ଗଞ୍ଜେଇ ବୋଝେଇ ମିନିଟ୍ରକ ଜବତ କରାଯାଇଥିବା ବେଳେ ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି ।
ଗଞ୍ଜେଇ ବୋଝେଇ ମିନିଟ୍ରକ ଜବତ , ଦୁଇ ଗିରଫ - two arrested
ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ପୋଲିସ ପକ୍ଷରୁ ଚୋରା ଚାଲାଣ ହେଉଥିବା ଏକ ଗଞ୍ଜେଇ ବୋଝେଇ ମିନିଟ୍ରକ ଜବତ କରାଯାଇଥିବା ବେଳେ ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
ପୋଲିସ ପକ୍ଷରୁ ଜାତୀୟ ରାଜପଥ ଉପରେ ପେଟ୍ରୋଲିଙ୍ଗ କରାଯାଉଥିବା ବେଳେ ଦୂତ ଗତିରେ ଏକ ମିନି ଟ୍ରକ ଯାଉଥିଲା । ସନ୍ଦେହ କରି ଗାଡିକୁ ପିଛା କରିବା ପରେ ଏହାକୁ ଗଣ୍ଡାପଲ୍ଲୀ ଛକରେ ଅଟକାଇ ଯାଞ୍ଚ କରାଯାଇଥିଲା । ପାଖାପାଖି ୧୦ କୁଇଣ୍ଟାଲ ଗଞ୍ଜେଇ ଜବତ କରିବାରେ ସକ୍ଷମ ହୋଇଛି ପୋଲିସ । ଅନ୍ୟପଟେ ପୋଲିସ ପକ୍ଷରୁ ଏତେ ପରିମାଣର ଗଞ୍ଜେଇ କେଉଁଠୁ ଆସିଲା ତାହା ଅଧିକ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କୁହାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ