ଓଡିଶା

odisha

ETV Bharat / state

କେନାଲକୁ ମାଛ ମାରିବାକୁ ଯାଇ ଜଣେ ନିଖୋଜ

ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ କଞ୍ଚୁଡୁ ଗ୍ରାମରେ ବଡନାଳକୁ ମାଛ ମାରିବାକୁ ଯାଇଥିବା ଦୁଇ ଭାଇଙ୍କ ମଧ୍ୟରୁ ଜଣେ ନିଖୋଜ । ଦମକଳ ବାହିନୀ ପହଞ୍ଚି ନିଖୋଜ ବ୍ୟକ୍ତିଙ୍କୁ ଖୋଜାଖୋଜି କରୁଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଗଞ୍ଜାମ

By

Published : Aug 8, 2019, 9:12 PM IST

ଗଞ୍ଜାମ: ବୁଗୁଡ଼ା ଥାନା ଅନ୍ତର୍ଗତ କଞ୍ଚୁଡୁ ଗ୍ରାମର ଦୁଇ ଭାଇ ବୁଧବାର ବଡନାଳକୁ ମାଛ ମାରିବାକୁ ଯାଇଥିବାବେଳେ ଜଣେ ନିଖୋଜ । ନିଖୋଜ ବ୍ୟକ୍ତି ଜଣକ ନାମ ଦୀନବନ୍ଧୁ ବେହେରା ବୋଲି ଜଣା ପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଗଞ୍ଜାମ

ଖବର ପାଇ ବୁଗୁଡ଼ା ପୋଲିସ ଏବଂ ଦମକଳ ବାହିନୀ ଖୋଜାଖୋଜି କରୁଥିବା ବେଳେ ବର୍ତମାନ ସୁଦ୍ଧା ଦୀନବନ୍ଧୁଙ୍କ ପତ୍ତା ମିଳିନି । ତଥାପି ଦମକଳ ବାହିନୀ ଅପରେସନ ଜାରିରଖିଛନ୍ତି । ଲଗାଣ ବର୍ଷାରେ ସବୁ ନଦୀନାଳରେ ପାଣି ଭରି ରହିଥିବା ବେଳେ କଞ୍ଚୁଡୁ ଗ୍ରାମର ଦୁଇ ଭାଇ ଦୀନବନ୍ଧୁ ବେହେରା ଓ ସୁବାସ ବେହେରା ମିଶି ବଡନାଳକୁ ମାଛ ମାରିବାକୁ ଆସିଥିଲେ । ଦୁଇ ଭାଇ ଭିନ୍ନ ଭିନ୍ନ ସ୍ଥାନରେ ମାଛ ମାରୁଥିଲେ । କିଛି ସମୟ ପରେ ସୁବାସ ଦୀନବନ୍ଧୁଙ୍କୁ ସେଠାରେ ନ ପାଇ ସେ ଅନ୍ୟତ୍ର ଯାଇଥିବେ ଭାବି ଅପେକ୍ଷା କରିଥିଲେ ମଧ୍ୟ ଦୀନବନ୍ଧୁ ଆଉ ଫେରିନଥିଲେ ।

ପରିବାର ଲୋକେ ବହୁ ଖୋଜାଖୋଜି ପରେ ପୋଲିସରେ ଖବର ଦେଇଥିଲେ । ଗୁରୁବାର ଦମକଳ ବାହିନୀ ପହଞ୍ଚି ଦୀନବନ୍ଧୁଙ୍କୁ ଖୋଜାଖୋଜି କରୁଛି ।

ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ

ABOUT THE AUTHOR

...view details