ଭଞ୍ଜନଗର: ଲଗାଣା ବର୍ଷାରେ ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ରୁଗୁମୁ ପଞ୍ଚାୟତର ରାମଚନ୍ଦ୍ରପୁର ଗାଁରେ ଘଟିଛି ଅଘଟଣ l କାନ୍ଥ ପଡି ଜଣେ ଶିଶୁ ପ୍ରାଣ ହରାଇ ଥିବାବେଳେ ଅନ୍ୟ ୬ ଶିଶୁ ଆହତ ହୋଇଥିବା ସୂଚନା ମିଳିଛି । ମୃତ ଶିଶୁ ୩ ବର୍ଷୀୟ ଲିପୁ ନାୟକ ବୋଲି ଜଣାପଡିଛି । ଅନ୍ୟ ଆହତ ଶିଶୁଙ୍କୁ ନିକଟସ୍ଥ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରାଇ ଆଣାଯାଇଥିବା ସୂଚନା ରହିଛି ।
କାନ୍ଥ ଭୁଶୁଡି ଜଣେ ଶିଶୁ ମୃତ, ୬ ଶିଶୁ ଆହତ - ganjam district news
ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅଞ୍ଚଳରେ ଲଗାଣ ବର୍ଷାରେ ଭୁଶୁଡିଲା କାନ୍ଥ । ଜଣେ ଶିଶୁ ମୃତ ଅନ୍ୟ ୬ ଆହତ । ଅଧିକ ପଢନ୍ତୁ...
![କାନ୍ଥ ଭୁଶୁଡି ଜଣେ ଶିଶୁ ମୃତ, ୬ ଶିଶୁ ଆହତ କାନ୍ଥ ଭୁଶୁଡି ଜଣେ ଶିଶୁ ମୃତ, ୬ ଆହତ](https://etvbharatimages.akamaized.net/etvbharat/prod-images/768-512-13061550-thumbnail-3x2-house.jpg)
କାନ୍ଥ ଭୁଶୁଡି ଜଣେ ଶିଶୁ ମୃତ, ୬ ଆହତ
କାନ୍ଥ ଭୁଶୁଡି ଜଣେ ଶିଶୁ ମୃତ, ୬ ଶିଶୁ ଆହତ
ସୂଚନା ଅନସାରେ, ଘରର ମହିଳାମାନେ ଟିକା ନେବାପାଇଁ ଟିକାକେନ୍ଦ୍ରକୁ ଯାଇଥିଲେ l ପିଲାମାନେ ଘରେ ଖେଳୁଥିବାବେଳେ ଲଗାଣ ବର୍ଷାରେ ଦୁର୍ବଳ ଅବସ୍ଥାରେ ଥିବା ମାଟି କାନ୍ଥଟି ଭୁଶୁଡି ପଡିଥିଲା । ଫଳରେ ଶିଶୁମାନେ ମାଟି କାନ୍ଥ ତଳେ ଚାପି ହୋଇଯାଇଥିଲା । ଗ୍ରାମବାସୀ ପହଞ୍ଚି ଶିଶୁମାନଙ୍କୁ ଉଦ୍ଧାର କରିଥିବାବେଳେ ଜଣେ ଶିଶୁ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲା । ଅନ୍ୟ ଆହତ ଶିଶୁମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ସୁରକ୍ଷିତ ଥିବା ସୂଚନା ରହିଛି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ
Last Updated : Sep 14, 2021, 6:38 PM IST