ଗଜପତି: ଆନ୍ଧ୍ରକୁ ଚୋରାକାଠ ଚାଲାଣ ହେଉଥିବା ବେଳେ ଏକ କାଠ ବୋଝେଇ ପିକଅପ ଭ୍ୟାନ ଜବତ କରାଯାଇଛି । ଜବତ କାଠର ମୂଲ୍ୟ ପ୍ରାୟ 1 ଲକ୍ଷ ଟଙ୍କା ହେବ ବୋଲି ପାରଳାଖେମୁଣ୍ଡି ରେଞ୍ଜ ଅଧିକାରୀ କହିଛନ୍ତି । ଏହି ଘଟଣାରେ ପିକଅପ ଡ୍ରାଇଭରଙ୍କ ସମେତ 6ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ 2ଟି ମୋବାଇଲ, ଗୋଟିଏ ବାଇକ ଜବତ କରାଯାଇଛି । ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ରେଞ୍ଜ ଅଧିକାରୀ ସୂଚନା ଦେଇଛନ୍ତି ।
ଆନ୍ଧ୍ରକୁ ଚୋରାଚାଲାଣ ବେଳେ କାଠ ବୋଝେଇ ଭ୍ୟାନ ଜବତ, 7 ଗିରଫ - gajapati news
ଚୋରା ଚାଲାଣ ହେଉଥିବା ବେଳେ ଏକ କାଠ ବୋଝେଇ ପିକଅପ ଭ୍ୟାନକୁ ଜବତ କରାଯାଇଛି । ଜବତ କାଠର ମୂଲ୍ୟ ପ୍ରାୟ 1 ଲକ୍ଷ ଟଙ୍କା ହେବ ବୋଲି ପାରଳାଖେମୁଣ୍ଡି ରେଞ୍ଜ ଅଧିକାରୀ କହିଛନ୍ତି ।
ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି
ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି
ସୂଚନା ଅନୁସାରେ, ଗତକାଲି ଅପରାହ୍ନ 2ଟାରେ ଗୁମ୍ମା ବ୍ଳକର ଅନୁକୁମ୍ପା ଗ୍ରାମ ନିକଟରେ ପାରଳାଖେମୁଣ୍ଡି ରେଞ୍ଜ ଅଧିକାରୀ ପେଟ୍ରୋଲିଂ କରୁଥିବାବେଳେ ଏକ କାଠ ବୋଝେଇ ପିକଅପକୁ ଅଟକାଇଥିଲେ । ଗାଡିର କାଗଜ ପତ୍ର ଯାଞ୍ଚବେଳେ କାଠର କୌଣସି କାଗଜ ପତ୍ର ନ ଥିଲା । ତେଣୁ ସେମାନଙ୍କୁ ଅଟକ ରଖାଯାଇଥିଲା ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ