ଗଜପତି: ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ନରହରିପୁର ଗ୍ରାମର ନିର୍ମାଣାଧିନ ଫର୍ମହାଉସରୁ ଜଣେ ମହିଳାଙ୍କ ମୃତଦେହକୁ ନେଇ ପୋଲିସର ତନାଘନା ଆରମ୍ଭ ହୋଇଛି । ପ୍ରାଥମିକ ତଦନ୍ତରୁ ପୋଲିସ ଏହାକୁ ଆତ୍ମହତ୍ୟା ସନ୍ଦେହ କରୁଛନ୍ତି । ସାଇଣ୍ଟିଫିକ ଟିମ୍କୁ ଏହାର ତଦନ୍ତ ପାଇଁ ଖବର ଦିଆଯାଇଛି ।
ସାଇଣ୍ଟିଫିକ୍ ଟିମ ଏଥିନେଇ ତଦନ୍ତ କରିବା ପରେ ସବିଶେଷ ରିପୋର୍ଟ ପ୍ରଦାନ କଲେ ସମସ୍ତ ରହସ୍ୟ ଉଦ୍ଘାଟିତ ହୋଇପାରିବ ବୋଲି କୁହାଯାଇଛି । ଘଟଣାରୁ ପ୍ରକାଶ, ଗତକାଲି ବୁଧବାର ବିଳମ୍ବିତ ରାତିରେ ନରହରିପୁର ଗ୍ରାମର ଏକ ନିର୍ମାଣଧୀନ ଫାର୍ମହାଉସ ଠାରେ ଗୁମ୍ମା ବ୍ଲକ ଅନ୍ତର୍ଗତ ତୁମୁଳ ଗ୍ରାମର ଅମ୍ବିକା ଶବର ନାମକ ଜଣେ ମହିଳାଙ୍କ କୌଣସି କାରଣରୁ ମୃତ୍ୟୁ ଘଟିଥିଲା ।