ଗଜପତି:ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ତାଟିପେଟି ଗାଁରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ ହେବା ଘଟଣା ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି । ମୃତ ମହିଳାଙ୍କ ନାମ ରେୟା ସରସ୍ବତୀ (୪୦) ବୋଲି ଜଣାପଡିଛି । ଏନେଇ ସଂପୃକ୍ତ ମହିଳାଙ୍କ ସ୍ବାମୀ ଗୁରାଣ୍ଡି ଥାନାରେ ଅଭିଯୋଗ କରିବା ପରେ ଗୁରାଣ୍ଡି ଥାନା ପୁଲିସ ଏକ ମାମଲା (୬୦/୨୦୨୦) ରୁଜୁ କରିବା ସହ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଥିବା ନେଇ ଏଏସଆଇ ଜୟ ପ୍ରକାଶ ପଟ୍ଟନାୟକ ପ୍ରକାଶ କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ପ୍ରତିଦିନ ଭଳି ସରସ୍ବତୀ ଗୁହାଳ ସଫା କରି ଗୋବର ଫିଙ୍ଗିବା ପାଇଁ ଯାଉଥିବା ବେଳେ ପମ୍ପ ହାଉସ୍ ନିକଟରେ ଥିବା ବିଦ୍ୟୁତ ଖୁଣ୍ଟ ତାରରେ ଲାଗି ଯାଇଥିଲେ । ତେବେ ଏହା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିବାରୁ ମହିଳା ଗୁରୁତର ହୋଇପଡ଼ିଥିଲେ । ତେବେ ଗାଁ ଲୋକଙ୍କ ସହାୟତାରେ ତାଙ୍କୁ ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ସଂପୃକ୍ତ ମହିଳାଙ୍କ ସ୍ବାମୀ ରେୟା ଭାସ୍କର ପୁଲିସକୁ ଜଣାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।