ଓଡିଶା

odisha

ETV Bharat / state

ପାରଳା ପ୍ୟାଲେସ ଘଟଣା ଭଳି ପରଦା ପଛରେ ରହିଯିବ କି ସୌମ୍ୟ ମୃତ୍ୟୁ ରହସ୍ୟ ? - ପାରଳା ପ୍ୟାଲେସ ଘଟଣା

ସୌମ୍ୟଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାକୁ 25ରୁ ଅଧିକ ଦିନ ବିତି ସାରିଛି, କିନ୍ତୁ ଟେର୍ ପାଉନି ପୋଲିସ । ଏହାକୁ ନେଇ ପାରଳାଖେମୁଣ୍ଡି ବିଧାୟକ ପ୍ରଶ୍ନ ଉଠାଇବା ସହ ସଠିକ ତଦନ୍ତର କରିଛନ୍ତି ଦାବି । ଅଧିକ ପଢନ୍ତୁ...

ପାରଳା ପ୍ୟାଲେସ ଘଟଣା ଭଳି ପରଦା ପଛରେ ରହିଯବ କି ସୌମ୍ୟ ମୃତ୍ୟୁ ରହସ୍ୟ ?
ପାରଳା ପ୍ୟାଲେସ ଘଟଣା ଭଳି ପରଦା ପଛରେ ରହିଯବ କି ସୌମ୍ୟ ମୃତ୍ୟୁ ରହସ୍ୟ ?

By

Published : Aug 6, 2021, 4:46 PM IST

ଗଜପତି: ପାରଳା ପ୍ୟାଲେସ ବିବାଦ ଭଳି ସୌମ୍ୟ ମୃତ୍ୟୁ ମାମଲା ବି ତଦନ୍ତରେ ହିଁ ରହିବ ନା ପୋଲିସ ଏହା ଉପରୁ ପରଦା ହଟାଇବାରେ ସଫଳ ହେବ ତାହାକୁ ନେଇ ଉଠିଛି ପ୍ରଶ୍ନ । ସୌମ୍ୟଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାକୁ 25ରୁ ଅଧିକ ଦିନ ବିତିସାରିଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ଟେର ପାଉନି ପୋଲିସ । ଏହାକୁ ନେଇ ପାରଳାଖେମୁଣ୍ଡି ବିଧାୟକ ପ୍ରଶ୍ନ ଉଠାଇବା ସହ ସଠିକ ତଦନ୍ତର କରିଛନ୍ତି ଦାବି । ସେହିଭଳି ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରୀୟା ପ୍ରକାଶ କରିଛନ୍ତି ପାରଳା ପ୍ୟାଲେସର ବିବାଦୀୟ ମ୍ୟାନେଜର ମୃତ ଅନଙ୍ଗ ମଞ୍ଜରୀଙ୍କ ଭାଇ । ପୋଲିସ କିମ୍ବା କ୍ରାଇମବ୍ରାଞ୍ଚ ତଦନ୍ତରୁ କୌଣସି ସୁଫଳ ଆଶା କରିବା ବୃଥା ବୋଲି ସେ କହିଛନ୍ତି । ସେପଟେ ପୋଲିସ କିନ୍ତୁ କିଛି କହିବାକୁ ନାରାଜ ।

ପାରଳା ପ୍ୟାଲେସ ଘଟଣା ଭଳି ପରଦା ପଛରେ ରହିଯବ କି ସୌମ୍ୟ ମୃତ୍ୟୁ ରହସ୍ୟ ?


ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ଅଧିକ ଖୋଳତାଡ ଲାଗି ତଦନ୍ତକାରୀ ଟିମ୍ ରବିବାର ପୁଣି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଅଞ୍ଚଳର ଗୌଡଗାଁ ଅଭିମୁଖେ ବାହାରିଛି। ସେଠାରେ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଘରକୁ ଯାଇ ପୁଣି ଥରେ ପଚରାଉଚୁରା କରି ଫେରିଛି ପୋଲିସ । ହେଲେ ତଦନ୍ତକାରୀ ଟିମ୍ ଯାଇ ସେଠାରେ କଣ ପଚରାଉଚୁରା କରିଛି ସେନେଇ ପୋଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ଏନେଇ ଗଣମାଧ୍ୟମକୁ କିଛି କହିବାକୁ ସିଧାସଳଖ ମନା କରିଦେଇଛି ପୋଲିସ ଟିମ୍। କେବଳ ଗୋଟିଏ କଥା ଦୋହରାଉଛି ଯେ ତଦନ୍ତ ସରିବା ପରେ ହିଁ ସବୁ କିଛି ସ୍ପଷ୍ଟ ହେବ ।

ଦିନକୁ ଦିନ ACF ମୃତ୍ୟୁ ରହସ୍ୟମୟ ଘଟଣା ଆଡ଼କୁ ଗତି କରୁଛି। ଏଥିପାଇଁ ତଦନ୍ତକୁ ଦାୟୀ କରିଛନ୍ତି ପାରଳା ବିଧାୟକ କେ.ନାରାୟଣ ରାଓ । ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ 25ଦିନ ବିତିଯାଇଥିଲେ ଘଟଣା ସମ୍ପୂର୍ଣ୍ଣ ରହସ୍ୟାବୃତ୍ତ ହୋଇ ରହିଛି। ଘଟଣା ଗଜପତିରେ ହୋଇଥିବା ବେଳେ ପାରଳାଖେମୁଣ୍ଡି ପୋଲିସ ଏଠାରେ ତଦନ୍ତ ନକରି ଜିଲ୍ଲାକୁ ଜିଲ୍ଲା ଘୁରି ବୁଲୁଛି । ହତ୍ୟା ମାମଲାରେ ଜଡିତ ଅଭିଯୁକ୍ତଙ୍କୁ ଗିରଫ କରିବା ତ ଦୂରର କଥା ଥାନାକୁ ମଧ୍ୟ ଡାକି ପଚରା ଉଚୁରା ବି କରୁନାହିଁ । ଓଲଟା ସେମାନଙ୍କ ଘରକୁ ଯାଇ ତଦନ୍ତ କରୁଛି । ଯାହାକୁ ନେଇ ସୃଷ୍ଟି ହେଉଛି ସନ୍ଦେହ । ତେଣୁ ପୋଲିସ ତଦନ୍ତକୁ ସଠିକ ଭାବେ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି । ସେହିଭଳି ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ଡିଏଫଓଙ୍କୁ ସରକାର ନିଲମ୍ବନ ନ କରି ସୁରକ୍ଷା ଦେଉଛନ୍ତି । ଏପରିକି ତାଙ୍କୁ ଅନ୍ୟତ୍ର ବଦଳି ମଧ୍ୟ ହୋଇନାହିଁ । ଏଭଳି ସ୍ଥିତିରେ ସେ ସାକ୍ଷୀ ମାନଙ୍କୁ ପ୍ରଭାବିତ କରିବା ଆଶଙ୍କା ରହିଥିବା ସେ କହିଛନ୍ତି । ତେଣୁ ତାଙ୍କୁ ଏଠାରୁ ତୁରନ୍ତ ସ୍ଥାନ୍ତାନ୍ତର କରିବା ଦିଗରେ ସରକାର ଦୃଷ୍ଟି ଦେବାକୁ ଦାବି କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ।


ଦୀର୍ଘ 5 ବର୍ଷ ତଳେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ହୋଇଥିଲା ପାରଳା ଗଣ ଆତ୍ମହତ୍ୟା, ଯାହାର ତଦନ୍ତ ଏବେବି ତଦନ୍ତରେ ହିଁ ଅଟକିଛି । 2016 ଅଗଷ୍ଟ 14 ତାରିଖରେ ପାରଳାଖେମୁଣ୍ଡିରେ ମହାରାଜା ଗୋପୀନାଥ ଗଜପତିଙ୍କୁ ପ୍ୟାଲେସ୍ ଭିତରେ ନଜର ବନ୍ଦୀ କରି ରଖାଯାଇଥିବା ଅଭିଯୋଗ ପରେ ରାଜାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଯାଇଥିଲା। ସେହି ସମୟରେ ରାଜାଙ୍କୁ ତାଙ୍କ ମ୍ୟାନେଜର କନକ ମଞ୍ଜରୀ ପାତ୍ର ନଜରବନ୍ଦୀ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏହାକୁ ନେଇ ଜନ ଆନ୍ଦୋଳନ ହେବା ପରେ ଅଗଷ୍ଟ 21ରେ ଅନଙ୍ଗ ମଞ୍ଜରୀଙ୍କ ବାସଭବନରୁ 4 ଭାଇ ଭଉଣୀଙ୍କ ମୃତ ଦେହ ମିଳିଥିଲା । ଏହି ଘଟଣାର ତଦନ୍ତ ପାଇଁ ସରକାର କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ । ଏହାରି ଭିତରେ 5 ବର୍ଷ ବିତି ସାରିଛି କିନ୍ତୁ ତଦନ୍ତରେ କୌଣସ ନିର୍ଯ୍ୟାସ ଆସିପାରିନାହିଁ । ଏହାକୁ ନେଇ ଅନଙ୍ଗଙ୍କ ଭାଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ପୋଲିସ ଏବଂ କ୍ରାଇମବ୍ରାଞ୍ଚର ତଦନ୍ତରୁ କୌଣସି ସୁଫଳ ମିଳିବ ନାହିଁ ବୋଲି ସେ କହିବା ସହ ଆମ ପରିବାର ଯେଭଳି ନ୍ୟାୟରୁ ବଞ୍ଚିତ ହୋଇଛନ୍ତି ସୌମ୍ୟଙ୍କ ପରିବାର ମଧ୍ୟ ସେହିଭଳି ନ୍ୟାୟ ପାଇବେ ନାହିଁ ବୋଲି ସେ କହିଛନ୍ତି ।

ସୌମ୍ୟଙ୍କ ମୃତ୍ୟୁ ରହସ୍ୟ ଦିନକୁ ଦିନ ଅଡୁଆ ସୂତା ମଧ୍ୟରେ ଛନ୍ଦି ହୋଇଯାଉଛି । ପୋଲିସ ଏଥିରୁ ଖିଅ ବାହାର କରିବାରେ ସଫଳ ହୋଇପାରୁନାହିଁ । ତେଣୁ ସସପେନ୍ସ ବଢୁଛି । ସୌମ୍ୟଙ୍କ ମୃତ୍ୟୁ ରହସ୍ୟ ଉପରୁ ପୋଲିସ କେବେ ପରଦା ହଟାଇବାରେ ସଫଳ ହେବ ନା ଏହା କେବଳ ତଦନ୍ତ ମଧ୍ୟରେ ସୀମିତ ରହିବ ତାହା ଉପରେ ସମସ୍ତଙ୍କ ନଜର ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details