ଗଜପତି: ଡହଡହ ଖରାରେ ଜଳକଷ୍ଟ । ପିଇବା ପାଣି ପାଇଁ ନିଇତି ଦହଗଞ୍ଜ । ରାତି ପାହିଲେ ଗରା ମାଠିଆ ଧରି ବାହାରି ପଡନ୍ତି ପୁରୁଷ ମହିଳା । ପାଣି ଟୋପାଏ ପାଇଁ ପାହାଡ ଚଢି ଯିବାକୁ ପଡେ ଦୁଇ କିଲୋମିଟର ବାଟ । ଗଜପତି ଜିଲ୍ଲା ରାୟଗଡ ବ୍ଲକ ତାଳମୁଣ୍ଡି ପଞ୍ଚାୟତର ଢେପସାହି ଗାଁର ଲୋକେ ପ୍ରତ୍ୟକ ଦିନ ଭୋଗନ୍ତି ଏପରି ସମସ୍ୟା । ଆଦିବାସୀ ବହୁଳ ଗାଁରେ ପିଇବା ପାଣି ସମସ୍ୟା ଦୀର୍ଘ ଦିନ ଧରି ଲାଗି ରହିଛି । ଏ ସମସ୍ୟା ନେଇ ବହୁବାର ବିଭାଗୀୟ ଅଧିକାରୀଙ୍କ ଠାରେ ଗୁହାରୀ କରିଛନ୍ତି ଗାଁ ଲୋକ । ହେଲେ ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହୋଇଛି ।
ଡହଡହ ଖରା ସାଙ୍ଗକୁ ଦାଉ ସାଧୁଛି ଜଳକଷ୍ଟ: ପାଣି ପାଇଁ ଚଢୁଛନ୍ତି 2 କିମି ପାହାଡ, ଶୋଷ ମେଣ୍ଟାଉଛି ଚୁଆ - ଗଜପତି ଖବର
ଗଜପତି ଜିଲ୍ଲା ଢେପସାହି ଗାଁରେ ଜଳକଷ୍ଟ । ପାଣି ଟୋପାଏ ପାଇଁ ଚଢିବାକୁ ପଡେ ପାହାଡ । ଚୁଆ ପାଣିକୁ ପାନୀୟ ଜଳ ଭାବରେ ବ୍ୟବହାର କରନ୍ତି ଲୋକେ । ଅଧିକ ପଢନ୍ତୁ
![ଡହଡହ ଖରା ସାଙ୍ଗକୁ ଦାଉ ସାଧୁଛି ଜଳକଷ୍ଟ: ପାଣି ପାଇଁ ଚଢୁଛନ୍ତି 2 କିମି ପାହାଡ, ଶୋଷ ମେଣ୍ଟାଉଛି ଚୁଆ ଖରା ସାଙ୍ଗକୁ ଦାଉ ସାଜୁଛି ଜଳ କଷ୍ଟ:ପିଇବା ପାଣି ପାଇଁ ଚଢିବାକୁ ପଡେ ପାହାଡ](https://etvbharatimages.akamaized.net/etvbharat/prod-images/768-512-15145895-thumbnail-3x2-opp.jpg)
ଖରା ସାଙ୍ଗକୁ ଦାଉ ସାଜୁଛି ଜଳ କଷ୍ଟ:ପିଇବା ପାଣି ପାଇଁ ଚଢିବାକୁ ପଡେ ପାହାଡ
ଖରା ସାଙ୍ଗକୁ ଦାଉ ସାଜୁଛି ଜଳ କଷ୍ଟ:ପିଇବା ପାଣି ପାଇଁ ଚଢିବାକୁ ପଡେ ପାହାଡ
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ
Last Updated : Apr 29, 2022, 7:57 PM IST