ଓଡିଶା

odisha

ETV Bharat / state

ଲଗାଣ ବର୍ଷାରେ ଫୁଲୁଛି ବଂଶଧାରା, କାଶୀନଗର ପାଇଁ ବଢୁଛି ବିପଦ - ଲଗାଣ ବର୍ଷାରେ ଗଜପତି ସ୍ଥିତି ବେହାଲ

ତିନିଦିନ ଧରି ଲାଗି ରହିଥିବା ବର୍ଷା ଗଜପତିର ସ୍ଥିତି ବେହାଲ କରିଛି । ତୁହାକୁ ତୁହା ବର୍ଷା ଯୋଗୁଁ ବଂଶଧାରା ନଦୀର ବିପଦ ସଂକେତ ଉପରେ ବନ୍ୟାଜଳ ପ୍ରବାହିତ ହୋଇଛି । ଅଧିକ ପଢ଼ନ୍ତୁ

heavy rainfall in gajapati
ଗଜପତିରେ ପ୍ରବଳ ବର୍ଷା

By

Published : Aug 2, 2023, 5:42 PM IST

Updated : Aug 2, 2023, 5:57 PM IST

ଗଜପତିରେ ପ୍ରବଳ ବର୍ଷା

ଗଜପତି: ଲଗାଣ ବର୍ଷାରେ ଫୁଲୁଛି ବଂଶଧାରା । ଗଜପତି ଜିଲ୍ଲା କାଶୀନଗର ଠାରେ ଆଜି ସକାଳେ ବଂଶଧାରା ନଦୀର ବିପଦ ସଂକେତ ଉପରେ ବନ୍ୟାଜଳ ପ୍ରବାହିତ ହୋଇଛି ।ଉପର ମୁଣ୍ଡରେ ଲଗାଣ ବର୍ଷା ଜାରି ରହିଥିବାରୁ ନଦୀର ଜଳସ୍ତର ବୃଦ୍ଧି ପାଇବା ସମ୍ଭାବନା ରହିଛି । ବର୍ଷା ଅଧିକ ହେଲେ ତଳିଆ ଅଞ୍ଚଳରେ ପାଣି ପଶିବା ଆଶଙ୍କା ଥିବାରୁ ଲୋକେ ଆତଙ୍କିତ ହୋଇପଡିଛନ୍ତି । ପ୍ରଶାସନ ପକ୍ଷରୁ ଡାକବାଜୀ ଯନ୍ତ୍ର ସାହାଯ୍ୟରେ ସତର୍କ ସୂଚନା ଦିଆଯାଇଛି ।

ଗଜପତି ଜିଲ୍ଲାରେ ଗତ ତିନିଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବଂଶଧାରା ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ବଂଶଧାରା ନଦୀ କାଶୀନଗର ଠାରେ ବିପଦ ସଂକତ 54.60ମିଟର ଥିବା ବେଳେ ଗତକାଲି ରାତି ଠାରୁ 55.10ମିଟର ବିପଦ ସଂକେତ ଉପରେ ବନ୍ୟାଜଳ ପ୍ରବାହିତ ହୋଇଥିଲା । ଜିଲ୍ଲାରେ ଝିପିଝିପି ବର୍ଷା ଲାଗି ରହିଛି । ଅନ୍ୟପଟେ ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଯୋଗୁଁ ନଦୀରେ ଜଳସ୍ତର ବୃଦ୍ଧି ପାଉଛି । ଯାହାକୁ ନେଇ କାଶୀନଗର ବ୍ଳକର ନଦୀ ତଟବର୍ତ୍ତି ଅଞ୍ଚଳରେ ଥିବା ସାରା, ବାଡିଗାଁ, ବୁଦୁରା, ଉଅନା,ଗୌରୀ, ଆଦି ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ନଦୀରେ ଜଳସ୍ତର ବୃଦ୍ଧି କାଶୀନଗର ଏନଏସିରେ 7ନମ୍ବର ୱାର୍ଡର ଲୋକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଆଜି ସକାଳେ ଜିଲ୍ଲାପାଳ ବଂଶଧାରା ନଦୀ ତଟବର୍ତ୍ତୀ ଅଞ୍ଚଳ ପରିଦର୍ଶନ କରି ଅଞ୍ଚଳବାସୀଙ୍କୁ ଭୟଭୀତ ନହେବା ପାଇଁ ପରାମର୍ଶ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:ବୌଦ୍ଧରେ ସର୍ବାଧିକ ବର୍ଷା, ବନ୍ୟା ସୁରକ୍ଷା ପ୍ରକଳ୍ପରେ ବିରାଟକାୟ ଘାଇ

ଏନେଇ ଅଞ୍ଚଳବାସୀ କହିଛନ୍ତି, "ଅନ୍ୟପଟେ ପ୍ରବଳ ବର୍ଷା ଯୋଗୁଁ କାଶୀନଗର ଅଞ୍ଚଳର ଭେଣ୍ଡିଂ ଜୋନ ପର୍ଯ୍ୟନ୍ତ ପାଣି ଆସିଥିବା ଯୋଗୁଁ ପାରିବା ବଜାର ବନ୍ଦ ରହିଥିଲା । ବାରମ୍ବାର ଜିଲ୍ଲା ପ୍ରଶାସନକୁ ଏଠାରେ ଏକ ପଥର ବନ୍ଧ କରାଯିବାକୁ ଅନୁରୋଧ କରିଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ତାହା ହୋଇପାରିନାହିଁ, ଯାହା ଫଳରେ ନଦୀରେ ପାଣି ଆସିଲେ ନଦୀ ତଟରେ ଥିବା ଚାଷୀ କ୍ଷତି ସହିବା ସହ ଭୟଭୀତ ହୋଇ ରହୁଛନ୍ତି ।"


ନଦୀର ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆ ଯାଇଛି । ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଶାସନ ସ୍ଥାନୀୟ ଲୋକଙ୍କୁ ସତର୍କ କରାଇଛି । ଯଦି ନଦୀରେ ବନ୍ୟସ୍ଥିତି ଉପୁଜେ, ତେବେ ନଦୀ ତଟରେ ଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ନିଆଯିବ ଏବଂ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ଗଜପତି ଜିଲ୍ଲପାଳ ଆନ୍ଧ୍ର ଶ୍ରୀକାକୁଲମ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରି ଆନ୍ଧ୍ରରେ ଥିବା ଗୋଟା ବ୍ୟାରେଜର ଜଳ ନିଷ୍କାସନ ଉପରେ ନଜର ରଖାଯାଇଥିବା କାଶୀନଗର ତହସିଲଦାର କହିଛନ୍ତି ।



ଇଟିଭି ଭାରତ, ଗଜପତି

Last Updated : Aug 2, 2023, 5:57 PM IST

ABOUT THE AUTHOR

...view details