ଓଡିଶା

odisha

ETV Bharat / state

ବୃଦ୍ଧି ପାଉଛି ବଂଶଧାରାର ଜଳସ୍ତର - ବଂଶଧାରାର ଜଳସ୍ତର

ଲଗାଣ ବର୍ଷା ଯୋଗୁଁ ବଂଶଧାରା ନଦୀରେ ଜଳସ୍ତର ବୃଦ୍ଧି । କାଶୀନଗର ଠାରେ ବିପଦ ସଂଙ୍କେତ ୫୪.୬୦ ମିଟର ରହିଛି । ବିପଦ ସଙ୍କୁଳ ପରିସ୍ଥିତିରେ 18 ଗ୍ରାମ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି

By

Published : Aug 7, 2019, 4:48 PM IST

ଗଜପତି: ରାୟଗଡା ଓ ଗଜପତି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବଂଶଧାରା ନଦୀର ଜଳସ୍ତର ବୃଦ୍ଧି ପାଇଛି । ଜିଲ୍ଲାର କାଶୀନଗର ବ୍ଲକର ସାରା, ବାଡିଗାଁ, ପୁରୁଟିଗୁଡା, ନୂଆଁସାରା, କାଶୀନଗର ଭଳି ୧୮ଟି ଗ୍ରାମ ପାଇଁ ବିପଦ ସୃଷ୍ଟି କରିଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

କାଶୀନଗର ଠାରେ ବଂଶଧାରା ନଦୀ ବିପଦସଂଙ୍କେତ ଉପରେ ପ୍ରବାହିତ ହେଉଛି । କାଶୀନଗର ଠାରେ ବିପଦ ସଂଙ୍କେତ ୫୪.୬୦ ମିଟର ରହିଥିବା ବେଳେ ୫୫.୪୦ ମିଟରରେ ବନ୍ୟାଜଳ ପ୍ରବାହିତ ହେଉଛି। ଅନ୍ୟପକ୍ଷେ ଆନ୍ଧ୍ର ପ୍ରଦେଶର ଗୋଟା ବ୍ୟାରେଜର ୨୨ଟି ଗେଟ ଖୋଲାଯାଇ ପ୍ରତି ଘଣ୍ଟାରେ ୨୫ହଜାର କ୍ୟୁସେକ ଜଳ ସମୁଦ୍ରକୁ ଛଡାଯାଉଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details