ପାରଳାଖେମୁଣ୍ଡି: ଆଜି ସକାଳ ୮ଟାରୁ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ପୌରାଞ୍ଚଳର ୩୮ଟି ଏବଂ କାଶୀନଗର ଏନଏସିରେ ୧୩ଟି ମତଦାନ କେନ୍ଦ୍ର ଭୋଟ ଗଦ୍ରହଣ ଆରମ୍ଭ ହୋଇସାରିଛି । ଏହା ସନ୍ଧ୍ୟା ୫ଟା ଯାଏଁ ଚାଲିଥିଲା । ଏହି ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ପୋଲିସ୍ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପାରଳାଖେମୁଣ୍ଡି ଠାରେ ଦୁଇଟି ଏବଂ କାଶୀନଗର ଠାରେ ଗୋଟିଏ ପିଙ୍କ ବୁଥ ମଧ୍ୟ ପ୍ରସ୍ତୁତ କରାଯାଇଛି । ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯିବା ସହ ପେଟ୍ରୋଲିଂକୁ କଡାକଡି କରାଯାଇଛି ।
ପାରଳାଖେମୁଣ୍ଡି ପୌରାଞ୍ଚଳରେ ୩ ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ, ବିଜେପି ଏବଂ ବିଜେଡି ଅଧ୍ୟକ୍ଷା ପ୍ରାର୍ଥୀ ଦେଇଛନ୍ତି । ପୌରାଞ୍ଚଳର ୧୬ଟି ୱାର୍ଡ ମଧ୍ୟରୁ ଗୋଟିକରେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ବେଳେ ବଳକା ୧୫ଟି ୱାର୍ଡ ପାଇଁ ୫୫ଜଣ ପ୍ରାର୍ଥୀ ମଇଦାନରେ ରହିଛନ୍ତି ।