ଗଜପତି: ମୋହନା ବ୍ଲକ ଗୋବିନ୍ଦପୁର ପଞ୍ଚାୟତରେ ସରକାରଙ୍କ ଦ୍ବାରା ମାତ୍ରାଧିକ ଦେଶୀ ଓ ବିଦେଶୀ ମଦ ଦୋକାନ ଖୋଲିବା ନେଇ ଲୋକଙ୍କ ପ୍ରତିବାଦ । ପ୍ରତିବାଦରେ ଗୋବିନ୍ଦପୁର ପଞ୍ଚାୟତବାସୀ ଜିଲ୍ଲାପାଳଙ୍କୁ ଭେଟି ମଦ ଦୋକାନ ବନ୍ଦ କରିବା ପାଇଁ ଅନୁରୋଧ କରିଛନ୍ତି ।
ମୋହନାରେ ମଦ ଦୋକାନକୁ ବିରୋଧ, ଜିଲ୍ଲାପାଳଙ୍କୁ ଭେଟିଲେ ମହିଳା - ମୋହନାରେ ମଦ ଦୋକାନକୁ ବିରୋଧ
ଗଜପତି ଜିଲ୍ଲା ମୋହନା ବ୍ଲକ ଗୋବିନ୍ଦପୁର ପଞ୍ଚାୟତରେ ସରକାରଙ୍କ ଦ୍ବାରା ମାତ୍ରାଧିକ ଦେଶୀ ଓ ବିଦେଶୀ ମଦ ଦୋକାନ ଖୋଲିବାର ପ୍ରତିବାଦରେ ଗୋବିନ୍ଦପୁର ପଞ୍ଚାୟତବାସୀ ଜିଲ୍ଲାପାଳଙ୍କୁ ଭେଟି ମଦ ଦୋକାନ ବନ୍ଦ କରିବା ପାଇଁ ଅନୁରୋଧ କରିଛନ୍ତି ।
ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି
ପଞ୍ଚାୟତର ମହିଳା ମଣ୍ଡଳୀ ବିଭିନ୍ନ ସମୟରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଜାଣିବାକୁ ମିଳିଛି । ତେଣୁ ଏନେଇ ମହିଳାମାନେ ଜିଲ୍ଲାପାଳଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି । ଆଗାମୀ ଦିନରେ ମଦ ଦୋକାନ ବନ୍ଦ ନହେଲେ ପଞ୍ଚାୟତର ସମସ୍ତ ମହିଳା ମଦ ଦୋକାନ ବନ୍ଦ କରିବା ସହ ଆନ୍ଦୋଳକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ
TAGGED:
ମୋହନାରେ ମଦ ଦୋକାନକୁ ବିରୋଧ