ଗଜପତି: ପାରଳାଖେମୁଣ୍ଡି ନିକଟସ୍ଥ ଅମରା ଏବଂ ଡାଳିମ୍ବପୁର ଗ୍ରାମ ନିକଟରେ ଏକ ଦେଶୀ ରନ୍ଧା ମଦ ଭାଟି ଖୋଲିବାକୁ ଯାଉଛି । ଏହାକୁ ଆସନ୍ତା ୭ ଦିନ ମଧ୍ୟରେ ତୁରନ୍ତ ବନ୍ଦ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ନଚେତ ଅମରା ଏବଂ ଡାଳିମ୍ବପୁର ଗ୍ରାମ ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
ଡାଳିମ୍ବପୁର ମୁଖ୍ୟ ରାସ୍ତା କଡରେ ଅମରା ଠାରୁ ୧୦୦ ମିଟର ଏବଂ ଡାଳିମ୍ବପୁର ଗ୍ରାମ ଠାରୁ ୨୦୦ ମିଟର ଦୂରରେ ଜନବସତି ନିକଟରେ ଏହି ଦେଶୀ ରନ୍ଧା ମଦ କାରଖାନା ଖୋଲିବାକୁ ଯାଉଛି । ପଲ୍ଲୀ ସଭା କିମ୍ବା ଗ୍ରାମସଭାର ବିନା ଅନୁମତିରେ ଏହା କିପରି ସମ୍ଭବ ହେଲା ଏବଂ କିଏ ଅନୁମତି ଦେଲା ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ ।