ଓଡିଶା

odisha

ETV Bharat / state

ଲକଡାଉନରେ ଚାଲିଥିଲା ବାହାଘର, ଅଟକାଇବାରୁ ତହସିଲଦାରଙ୍କୁ ଆକ୍ରମଣ

ଜିଲ୍ଲାର ଆର ଉଦୟଗିରି ଥାନା ଛେଳିଗଡ ଗ୍ରାମରେ ପୋଲିସ ଓ ତହସିଲଦାରଙ୍କୁ ଆକ୍ରମଣ । ଛେଳିଗଡ ଖ୍ରୀଷ୍ଟିୟାନ ସାହିରେ କୋଭିଡ ନିୟମ ଭାଙ୍ଗି ବାହାଘର ଚାଲିଥିବା ବେଳେ ଆତସବାଜି ସହ ଭୋଜି ଭାତର ଆସର ଚାଲିଥିଲା । ଅଧିକ ପଢନ୍ତୁ...

By

Published : May 7, 2021, 10:47 PM IST

ନିୟମ ଭାଙ୍ଗି ଚାଲିଛି ବାହାଘର, ପୋଲିସ ଓ ତହସିଲଦାରଙ୍କୁ ଆକ୍ରମଣ
ନିୟମ ଭାଙ୍ଗି ଚାଲିଛି ବାହାଘର, ପୋଲିସ ଓ ତହସିଲଦାରଙ୍କୁ ଆକ୍ରମଣ

ଗଜପତି: ଜିଲ୍ଲାର ଆର ଉଦୟଗିରି ଥାନା ଛେଳିଗଡ ଗ୍ରାମରେ ପୋଲିସ ଓ ତହସିଲଦାରଙ୍କୁ ଆକ୍ରମଣ । ଛେଳିଗଡ ଖ୍ରୀଷ୍ଟିୟାନ ସାହିରେ କୋଭିଡ ନିୟମ ଭାଙ୍ଗି ବାହାଘର ଚାଲିଥିବା ବେଳେ ଆତସବାଜି ସହ ଭୋଜି ଭାତର ଆସର ଚାଲିଥିଲା ।

ନିୟମ ଭାଙ୍ଗି ଚାଲିଛି ବାହାଘର, ପୋଲିସ ଓ ତହସିଲଦାରଙ୍କୁ ଆକ୍ରମଣ

ଘଟଣା ସ୍ଥଳରେ ଆର ଉଦୟଗିରି ତହସିଲଦାର ସୃତିରଞ୍ଜନ ସତପଥି ପହଞ୍ଚି କାର୍ଯ୍ୟକ୍ରମକୁ ବାରଣ କରିବାରୁ ଶତାଧିକ ଲୋକେ ତହସିଲଦାର ଏବଂ ପୋଲିସଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିବା ଜଣାପଡ଼ିଛି । ଗ୍ରାମବାସୀଙ୍କ ଆକ୍ରମଣ ଯୋଗୁଁ ତହସିଲଦାର ଏବଂ ପୋଲିସ ଛତ୍ରଭଙ୍ଗ ଦେଇ ପ୍ରାଣ ବିକଳରେ ଦୌଡି ପଳାଇଥିବା ସୂଚନା ମିଳିଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details