ଓଡିଶା

odisha

ETV Bharat / state

ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ପାଇଁ 5T ସଚିବଙ୍କ ସହ ଆଲୋଚନା - 5T ସଚିବ

ଗଜପତି ଜିଲ୍ଲାରେ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ପାଇଁ 5T ସଚିବଙ୍କ ସହ ଆଲୋଚନା ହୋଇଛି । ଅଧିକ ପଢନ୍ତୁ...

ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ପାଇଁ 5T ସଚିବଙ୍କ ସହ ଆଲୋଚନା
ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ପାଇଁ 5T ସଚିବଙ୍କ ସହ ଆଲୋଚନା

By

Published : Apr 1, 2021, 7:59 AM IST

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ପାଇଁ 5T ସଚିବଙ୍କ ସହିତ ସ୍ବତନ୍ତ୍ର ଆଲୋଚନା ହୋଇଛି । ଏହି ଭିଡିଓ କନଫରେନ୍ସିଂ କାର୍ଯ୍ୟକ୍ରମରେ 5ଟି ବିଦ୍ୟାଳୟର ପରିଚାଳନା କମିଟିଙ୍କ ସମେତ ଅଭିଭାବକ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ପାଇଁ 5T ସଚିବଙ୍କ ସହ ଆଲୋଚନା

ବୁଧବାର 5T କାର୍ଯ୍ୟକ୍ରମରେ ଜିଲ୍ଲାର ପାଞ୍ଚଗୋଟି ଉଚ୍ଚ ବିଦ୍ୟାଳୟ ପାରଳାଖେମୁଣ୍ଡିରେ ଥିବା ମହାରାଜ ବାଳକ ଉଚ୍ଚ ବିଦ୍ୟାଳୟ, ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚ ବିଦ୍ୟାଳୟ ଗୁରାଣ୍ଡି, ସରକାରୀ ଉଚ୍ଚ ବିଦ୍ୟାଳୟ ଗୁମ୍ମା, ସରକାରୀ ଉଚ୍ଚ ବିଦ୍ୟାଳୟ ଛେଳିଗଡ ଓ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଶିକୁଳିପଦରର ସର୍ବାଙ୍ଗୀନ ବିକାଶ ପାଇଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ ।

ଏହି ବୈଠକରେ ଜିଲ୍ଲାପାଳ, ଗଜପତିଙ୍କ ସମେତ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ, ଜିଲ୍ଲା ତଥା ବ୍ଲକ ସ୍ତରୀୟ ଜନ ପ୍ରତିନିଧି, ବିଦ୍ୟାଳୟମାନଙ୍କର ପ୍ରଧାନ ଶିକ୍ଷକମାନେ ଉପସ୍ଥିତ ଥିଲେ । ସରକାର ଏହି ବିଦ୍ୟାଳୟମାନଙ୍କର ସାମଗ୍ରିକ ବିକାଶ ତଥା ସୌନ୍ଦର୍ଯ୍ୟକରଣ, ସ୍ମାର୍ଟ କ୍ଲାସ ରୁମ ଇ-ଲାଇବ୍ରେରୀ, ଖେଳପଡ଼ିଆ, ଶୌଚାଳୟ, ପାନୀୟ ଜଳ ଆଦି କାର୍ଯ୍ଯଗୁଡିକ ସମ୍ପାଦନ କରାଯିବ । ତେବେ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟମାନଙ୍କର ପରିଚାଳନା କମିଟି, ପୂର୍ବତନ ଛାତ୍ରଛାତ୍ରୀ, ଅଭିଭାବକଙ୍କ ଉପସ୍ଥିତିରେ ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details