ପାରଳାଖେମୁଣ୍ଡି:କେନ୍ଦ୍ର ଜଳଶକ୍ତି ଏବଂ ଆଦିବାସୀ ଉନ୍ନୟନ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ସୋମବାର ଗଜପତି ଜିଲ୍ଲା ଗସ୍ତ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ହେଲିକପ୍ଟର ଯୋଗେ ଆସି ଅପରାହ୍ନ ୩ଟା ୧୫ ମିନିଟ ସମୟରେ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମରେ ନିର୍ମାଣ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିଥିଲେ ।
ଜିଲ୍ଲାର ଗୁମ୍ମା ବ୍ଲକରେ ନୂତନ ଭାବରେ ହୋଇଥିବା ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଶିଳାନ୍ୟାସ କରିଥିଲେ । ପ୍ରଧାନମନ୍ତ୍ରୀ ଆଦିବାସୀ ପିଲାଙ୍କ ଶିକ୍ଷାରେ ଉନ୍ନତି ପାଇଁ ବିଭିନ୍ନ ସ୍ଥାନରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ନିର୍ମାଣ କରିବାକୁ ପଦକ୍ଷେପ ଗ୍ରହଣ କରିଛନ୍ତି । ଗଜପତି ଜିଲ୍ଲା ପାଇଁ ୪ଟି ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ମଞ୍ଜୁର ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଗତ କିଛିଦିନ ତଳେ ଭର୍ଚୁଆଲ ମାଧ୍ୟରେ ଗୋଟିଏର ଶିଳାନ୍ୟାସ କରିଥିବା ବେଳେ ଆଜି ଆଉ ଗୋଟିଏ ଶିଳାନ୍ୟାସ ହୋଇଛି । ଅନ୍ୟ ଦୁଇଟି ପାଇଁ ମଧ୍ୟ ଅତିଶୀଘ୍ର ଶିଳାନ୍ୟାସ କରାଯିବ ବୋଲି ସେ କହିଛନ୍ତି । ଏହା ପରେ ସ୍ଥାନୀୟ ବିଜେପି କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ ।