ଓଡିଶା

odisha

ETV Bharat / state

ପାରଳା ରାଜା ପରିବାରର ଚଳିତ ଶାସନକୁ ୨ ବର୍ଷ ପୂର୍ତ୍ତି - ମାଣିକେଶ୍ବରୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ

ପାରଳା ରାଜ ପରିବାରର ଚଳିତ ଶାସନକୁ ୨ବର୍ଷ ପୂରଣ ହୋଇ ୩ବର୍ଷ ଆରମ୍ଭ ହୋଇଛି । ତେଣୁ ବୁଧବାର ପାରଳା ମହାଦେଇ କଲ୍ୟାଣୀ ଗଜପତି ତାଙ୍କ ଇଷ୍ଟ ଦେବୀ ମାଣିକେଶ୍ବରୀଙ୍କ ପୀଠରେ କଷିଛନ୍ତି ୩ୟ ଅଙ୍କ । ଅଧିକ ପଢନ୍ତୁ

ପାରଳା ରାଜା ପରିବାରର ଚଳିତ ଶାସନକୁ 2 ବର୍ଷ ପୂର୍ତ୍ତି
ପାରଳା ରାଜା ପରିବାରର ଚଳିତ ଶାସନକୁ 2 ବର୍ଷ ପୂର୍ତ୍ତି

By

Published : Sep 9, 2022, 1:13 PM IST

ଗଜପତି:ପ୍ରତିବର୍ଷ ସୁନିଆ ଅବସରରେ ଅଙ୍କ କଷିବା ରାଜ ପରିବାରର ଏକ ପ୍ରମୁଖ ପରମ୍ପରା । ପାରଳା ରାଜ ପରିବାରର ଚଳିତ ଶାସନକୁ ୨ ବର୍ଷ ପୂର୍ତ୍ତି ହୋଇ ଆରମ୍ଭ ହୋଇଛି ୩ବର୍ଷ । ତେଣୁ ବୁଧବାର ପାରଳା ମହେଦେଇ କଲ୍ୟାଣୀ ଗଜପତି ତାଙ୍କ ଇଷ୍ଟ ଦେବୀ ମାଣିକେଶ୍ବରୀଙ୍କ ପୀଠରେ କଷିଛନ୍ତି ୩ୟ ଅଙ୍କ । ପାରଳା ରାଜପରିବାର ଇତିହାସରେ ଜଣେ ରାଜ କନ୍ୟା ଦ୍ବିତୀୟ ଥର ପାଇଁ ଅଙ୍କ କଷିଥିବାରୁ ଏହି ଦୃଶ୍ଯକୁ ଦେଖିବା ପାଇଁ ମାଣିକେଶ୍ବରୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହୋଇଥିଲା ।

ପାରଳା ରାଜା ପରିବାରର ଚଳିତ ଶାସନକୁ 2 ବର୍ଷ ପୂର୍ତ୍ତି

ପାରଳା ରାଜପରିବାରର ବର୍ତ୍ତମାନ ଚାଲିଥିବା ଶାସନକୁ ପୁରିଛି ୨ବର୍ଷ । ପାରଳା ରାଜ ସିଂହାସନ ଦାୟିତ୍ବ ସମ୍ଭାଳିଥବା ଗଜପତି ବଂଶର ପ୍ରଥମ ମହିଳା ରାଜା କଲ୍ୟାଣୀ ଗଜପତି ଚଳିତ ବର୍ଷ ୩ୟ ଅଙ୍କ କଷିଛନ୍ତି । ପ୍ରତିବର୍ଷ ସୁନିଆ ଅବସରରେ ଅଙ୍କ କଷିବା ରାଜ ପରିବାର ପରମ୍ପରାର ଏକ ପ୍ରମୁଖ ପରମ୍ପରା । ତେଣୁ ବୁଧବାର ଶୁନିଆ ଅବସରରେ ପାରଳା ରାଜଜେମା କଲ୍ୟାଣୀ ତାଙ୍କ ଇଷ୍ଟ ଦେବୀ ମା' ମାଣିକେଶ୍ବରୀଙ୍କ ପୀଠରେ ଅଙ୍କ କଷିବା ସହ ମା'ଙ୍କୁ ବର୍ଷକର ହିସାବ ଦେଇଛନ୍ତି ।

ଏନେଇ ମନ୍ଦିର ପୂଡକ କହିଛନ୍ତି ଯେ, "ବିଭିନ୍ନ ଦେବୀ ପୀଠରେ ପଶୁ ବଳି ପରମ୍ପରା ରହିଥିବାବେଳେ, ପାରଳାଖେମୁଣ୍ଡିରେ ମାଁ ମାଣିକେଶ୍ବରୀଙ୍କ ପୀଠରେ ମାଗୁର ମାଛକୁ ବଳି ଦିଆଯାଇଥାଏ ।" ଶାସନ ଭାର ଗ୍ରହଣ କରିଥିବା ରାଜାମାନେ ଗତ ବର୍ଷକର ଲାଭ କ୍ଷତି, ଭଲ ମନ୍ଦର ହିସାବ ଇଷ୍ଟ ଦେବୀଙ୍କ ନିକଟରେ ଜଣାଇବା ପରମ୍ପରାକୁ ଅଙ୍କ କଷା କୁହାଯାଏ । ଏହା ପ୍ରତିବର୍ଷ ସୁନିଆ ଅବସରରେ ଅନୁଷ୍ଠିତ ହୋଇଥାଏ ।

ଶାସନ ଭାର ଗ୍ରହଣ କରିଥିବା ରାଜା ଏହି ପରମ୍ପରା ଅନୁସାରେ ଅଙ୍କ କଷିବା ନିୟମ ରହିଥିବାରୁ ବର୍ତ୍ତମାନ ପାରଳାଖେମୁଣ୍ଡି ରାଜ ସଂହାସନ ଆରୋହଣ କରିଥବା କଲ୍ୟାଣୀ ଗଜପତି ଗତ ୨ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୩ୟ ଥର ପାଇଁ ଅଙ୍କ କଷି ନିଜର ହାନି ଲାଭ ସଂପର୍କରେ ଇଷ୍ଟ ଦେବୀଙ୍କୁ ସୂଚନା ଦେଇଛନ୍ତି । ଏହି ଦିନ ଠାରୁ କନକ ଦୁର୍ଗାଙ୍କ ଖଣ୍ଡା ମାଣିକେଶ୍ବରୀଙ୍କ ନିକଟରେ ରଖାଯାଇ ମହାଷ୍ଟମୀ ଯାଏଁ ପୂଜା ପାଇବେ ।

ତେଣୁ ସ୍ବତନ୍ତ୍ର ରିତିନୀତିରେ ପୂଜାର୍ଚ୍ଚନା କରାଯାଇ ଏହି କାର୍ଯ୍ୟ ସମ୍ପାଦାନ କରାଯାଇଛି । ଏହାକୁ ଦେଖିବା ପାଇଁ ପାରଳାଖେମୁଣ୍ଡିର ଅଙ୍କ ସାହିରେ ଥିବା ମା' ମାଣିକେଶ୍ବରୀଙ୍କ ମନ୍ଦିରରେ ଶ୍ରଦ୍ଧାଙ୍କୁଙ୍କ ଭିଡ ଜମିଥିଲା । ସମସ୍ତ ଦେବୀ ପୀଠରେ ଆଶ୍ବିନ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥୀରୁ ମହାଷ୍ଟମୀ ଯାଏଁ ପୂଜାର୍ଚ୍ଚନା ହେଉଥିବାବେଳେ, ଗଡଜାତ ଅଞ୍ଚଳରେ ରାଜାଙ୍କ ଇଷ୍ଟ ଦେବୀଙ୍କ ପାଖରେ ଭାଦ୍ରବ ଶୁକ୍ଳପକ୍ଷ ଦ୍ବିତୀୟା ଠାରୁ ଏହି ପୂଜା ହୋଇଥାଏ । ତେଣୁ ଏହାକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ବିଶେଷ ଆଗ୍ରହ ପରିଲିକ୍ଷିତ ହୋଇଥିଲା ।

ଇଟିଭି ଭାରତ, ଗଜପତି

ABOUT THE AUTHOR

...view details