ଗଜପତି: କୂଅରୁ ୨ ବର୍ଷର ଶିଶୁପୁତ୍ରର ମୃତଦେହ ଉଦ୍ଧାର । ଏହି ଘଟଣା ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ମହେନ୍ଦ୍ରଗଡ଼ ଗାଁର ।
ଦୀର୍ଘ ୧୪ ଘଣ୍ଟାର ପରିଶ୍ରମ ପରେ ଅଗ୍ନିଶମ କର୍ମଚାରୀ ଶିଶୁ ପୁତ୍ରର ମୃତଦେହକୁ ଉଦ୍ଧାର କରିଥିଲେ । ମୃତ ଶିଶୁ ଦିଲୀପ ପାତ୍ରଙ୍କ ୨ ବର୍ଷର ପୁଅ କୃଷ୍ଣା ପାତ୍ର ।

ସୋମବାର ସଂନ୍ଧ୍ୟା ସମୟରେ କୃଷ୍ଣା ସାଙ୍ଗସାଥୀଙ୍କ ସହ ଖେଳୁଥିବାବେଳେ କୂଅରେ ପଡିଯାଇଥିଲେ। ଏହାପରେ ପରିବାର ଲୋକେ ଆର.ଉଦୟଗିରି ଅଗ୍ନିଶମ ବହିନୀକୁ ଖବର ଦେଇଥିଲେ ।
ଅଗ୍ନିଶମ ବାହିନୀ ୧୪ ଘଣ୍ଟା ଚେଷ୍ଟା କରିବା ପରେ କୂଅରୁ ମୃତଦେହ ଉଦ୍ଧାର କରିଥଲେ । ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ