ଓଡିଶା

odisha

ETV Bharat / state

ଚକମା ଦେଇ ଉପକାରାଗାରରୁ ଦୁଇ କଏଦୀ ଫେରାର

ଗଜପତି ଜିଲ୍ଲା ଆର. ଉଦୟଗିରି ଉପକାରାଗାରରୁ ଦୁଇ ଜଣ ବିଚାରଧୀନ କଏଦୀ ଫେରାର । ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଗିରଫ ହୋଇ ଭୋଗୁଥିଲେ ଜେଲଦଣ୍ଡ । ଅଧିକ ପଢନ୍ତୁ..

By

Published : Feb 27, 2021, 5:08 PM IST

ଚକମା ଦେଇ ଉପକାରାଗାରରୁ ଦୁଇ କଏଦୀ ଫେରାର
ଚକମା ଦେଇ ଉପକାରାଗାରରୁ ଦୁଇ କଏଦୀ ଫେରାର

ଗଜପତି: ଉପକାରାଗାରରୁ ଚକମା ଦେଇ କଏଦୀ ଫେରାର । ଗଜପତି ଜିଲ୍ଲା ଆର. ଉଦୟଗିରି ଉପକାରାଗାରରୁ ଦୁଇ ଜଣ ବିଚାରଧୀନ କଏଦୀ ଶନିବାର ଫେରାର ହୋଇଯାଇଛନ୍ତି । ସେମାନେ ହେଲେ ପୁରୀ ଅଞ୍ଚଳର ଶରତ କୁମାର ଦେ ଏବଂ ଅନ୍ୟ ଜଣେ ଗଜପତି ଜିଲ୍ଲା ଅଡବା ଥାନା ଅଞ୍ଚଳର କରୁଣା ଗମାଙ୍ଗ ।

ଶନିବାର ସକାଳ ପ୍ରାୟ 9ଟା 45 ମିନିଟରେ ସେମାନେ ଜେଲର କାନ୍ଥ ଡେଇଁ ଫେରାର ହୋଇଯାଇଥିବା ଜଣାପଡିଛି । ଫେରାର କଏଦୀଙ୍କୁ ଧରିବାକୁ ଖୋଜିଖୋଜି ଜାରି ରହିଛି । ତେବେ ଉଭୟ କଏଦୀ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଗିରଫ ହୋଇ କିଛିଦିନ ପାରଳାଖେମୁଣ୍ଡି ଜେଲରେ ରହିବା ପରେ କୋରୋନା କଟକଣା ପାଇଁ ଆର.ଉଦୟଗିରି ଜେଲକୁ ସ୍ଥାନାନ୍ତର ହୋଇଥିଲେ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details