ଓଡିଶା

odisha

ETV Bharat / state

କ୍ବାରେଣ୍ଟାଇନ ସେଣ୍ଟରରୁ ତେଲେଙ୍ଗାନା ଫେରନ୍ତା ପ୍ରବାସୀ ଚମ୍ପଟ - ତେଲେଙ୍ଗାନା ଫେରନ୍ତା ପ୍ରବାସୀ

ଗଜପତି ଜିଲ୍ଲାରେ କ୍ବାରେଣ୍ଟାଇନ ସେଣ୍ଟରରୁ ତେଲେଙ୍ଗାନା ଫେରନ୍ତା ପ୍ରବାସୀ ଚମ୍ପଟ ମାରିଥିବା ଜଣାପଡିଛି । ଅଧିକ ପଢନ୍ତୁ...

କ୍ବାରେଣ୍ଟାଇନ ସେଣ୍ଟରରୁ ତେଲେଙ୍ଗାନା ଫେରନ୍ତା ପ୍ରବାସୀ ଚମ୍ପଟ
କ୍ବାରେଣ୍ଟାଇନ ସେଣ୍ଟରରୁ ତେଲେଙ୍ଗାନା ଫେରନ୍ତା ପ୍ରବାସୀ ଚମ୍ପଟ

By

Published : May 16, 2021, 8:37 AM IST

ଗଜପତି: ଜିଲ୍ଲାର ମୋହନା ଥାନା ଲୁହାଗୁଡି ସ୍ଥିତ କ୍ବାରେଣ୍ଟାଇନ ସେଣ୍ଟରରୁ ଦୁଇ ତେଲେଙ୍ଗାନା ଫେରନ୍ତା ପ୍ରବାସୀ ଚମ୍ପଟ ମାରିଛନ୍ତି । ଗତ 8 ତାରିଖରେ ସମ୍ପୃକ୍ତ ପ୍ରବାସୀ 2 ଜଣ ତେଲେଙ୍ଗାନାରୁ ଫେରି ଲୁହାଗୁଡି କ୍ବାରେଣ୍ଟାଇନରେ ରହିଥିଲେ । ସେମାନେ ଫେରାର ହୋଇଯାଇଥିବାର କାରଣ ଜଣାପଡିନଥିବା ବେଳେ ସେଣ୍ଟରର ଦାୟିତ୍ବରେ ଥିବା ନୋଡାଲ ଅଫିସର ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

କ୍ବାରେଣ୍ଟାଇନ ସେଣ୍ଟରରୁ ତେଲେଙ୍ଗାନା ଫେରନ୍ତା ପ୍ରବାସୀ ଚମ୍ପଟ

ଫେରାର ଦୁଇ ଜଣ ହେଲେ ବଡଖଣି ପଞ୍ଚାୟତ ରେକେମେରା ଗାଁର କୁନା ମଲ୍ଲିକ ଓ ଅନ୍ୟ ଜଣେ ବଡସିନ୍ଧବା ପଞ୍ଚାୟତ ବାଦପୁର ଗାଁର ମିଟୁ ନାୟକ ବୋଲି ଜଣାପଡିଛି । ଏହି 2 ଅନ୍ତେବାସୀଙ୍କ ମିଳିଥିବା RT-PCR ରିପୋର୍ଟ ପଜିଟିଭ ଆସିଥିଲା । ପରେ ସେମାନଙ୍କୁ କ୍ବାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା । ଏହାପରେ ସେମାନେ ଗତ ଶନିବାର ସେଣ୍ଟରରୁ ଫେରାର ହୋଇଯାଇଛନ୍ତି । ତେବେ ସୂଚନା ଥାଉ କି ଗତ 11 ତାରିଖରେ ଏହି କ୍ବାରେଣ୍ଟାଇନ ସେଣ୍ଟରରୁ ଅନ୍ୟ ଜଣେ ଫେରାର ହୋଇଥିଲେ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details