ଗଜପତି:ପାରଳାଖେମୁଣ୍ଡି ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରୁ ହେଉଥିଲା କଇଁଛ ଚୋରା ଚାଲାଣ । କାବୁ କରିଲେ ଗ୍ରାମବାସୀ । ୨୦ରୁ ଅଧିକ କଇଁଛକୁ ଉଦ୍ଧାର କରିଛି ବନବିଭାଗ ।
ଗତକାଲି ରାତିରେ ପାରଳାଖେମୁଣ୍ଡି ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଜଣେ ବ୍ୟକ୍ତି ଏକ ଲୁନାଗାଡିରେ କଇଁଛ ଚାଲାଣ କରୁଥିବା ବେଳେ କାବୁ କରିଥିଲେ ସ୍ଥାନୀୟ ଲୋକେ । ତେବେ ଏନେଇ ମତ୍ସ୍ୟବିଭାଗର କର୍ମଚାରୀମାନେ କିଛି କହିବା ପାଇଁ ମନା କରିଦେଇଥିଲେ । ତେବେ ଖବରପାଇ ଜଙ୍ଗଲ ବିଭାଗ କର୍ମଚାରୀଙ୍କ ସହିତ ରେଞ୍ଜର ଆସି ୨୦ରୁ ଅଧିକା କଇଁଛକୁ ଉଦ୍ଧାର କରିଥିଲେ ।