ଓଡିଶା

odisha

ETV Bharat / state

ଫେଲ ମାରୁଛି ଆଇନ, ନିର୍ଦ୍ଦୋଷରେ ଖଲାସ ହେଉଛନ୍ତି ମାଓନେତା

ସାକ୍ଷ୍ୟ ପ୍ରମାଣ ଅଭାବରୁ ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ 2ଟି ମାମଲାରେ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲା ଦୌରା ଜଜଙ୍କ ଅଦାଲତର ନିର୍ଦ୍ଦେଶରେ ଖଲାସ କରାଯାଇଛି । ସବ୍ୟସାଚୀଙ୍କ ବିରୁଦ୍ଧରେ ଗଜପତି ଜିଲ୍ଲାରେ ସମୁଦାୟ 45ଟି ମାମଲା ମଧ୍ୟରୁ ଏପର୍ଯ୍ୟନ୍ତ 14 ମାମଲାରେ ସେ ନିର୍ଦ୍ଦୋଷରେ ଖଲାସ ହୋଇ ସାରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି

By

Published : Jun 6, 2019, 3:24 PM IST

ଗଜପତି: ସାକ୍ଷ୍ୟ ପ୍ରମାଣ ଅଭାବରୁ ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ 2ଟି ମାମଲାରେ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲା ଦୌରା ଜଜଙ୍କ ଅଦାଲତର ନିର୍ଦ୍ଦେଶରେ ଖଲାସ କରାଯାଇଛି । ସବ୍ୟସାଚୀଙ୍କ ବିରୁଦ୍ଧରେ ଗଜପତି ଜିଲ୍ଲାରେ ସମୁଦାୟ 45ଟି ମାମଲା ମଧ୍ୟରୁ ଏପର୍ଯ୍ୟନ୍ତ 14 ମାମଲାରେ ସେ ନିର୍ଦ୍ଦୋଷରେ ଖଲାସ ହୋଇ ସାରିଛନ୍ତି । ତେବେ ପୋଲିସ ପ୍ରଶାସନ କ'ଣ କରୁଛି ସେ ନେଇ ଉଠୁଛି ପ୍ରଶ୍ନବାଚୀ । ଆସନ୍ତାକାଲି ଆଉ 2 ମାମଲାର ଶୁଣାଣି ରହିଥିବା ତାଙ୍କ ଓକିଲ କହିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି

2003 ମସିହାରେ ମାଣ୍ଡମରା ସରପଞ୍ଚ ପୂର୍ଣ୍ଣ ମଲିକ ଅପହରଣ ଓ ହତ୍ୟା ମାମଲାରେ ସବ୍ୟସାଚୀଙ୍କ ବିରୁଦ୍ଧରେ ଅଭିଯୋଗ ଥିଲା । 2010 ମସିହାରେ ଅଡବା ଥାନା ଅନ୍ତର୍ଗତ ଗୋପିନାଥପୁର ଠାରେ 4 ଜଣଙ୍କ ସହ ମାଓ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା । ଏହି ମାମଲାରେ ସବ୍ୟସାଚୀଙ୍କ ସଂପୃକ୍ତିଥିବା ଅଭିଯୋଗ ହୋଇଥିଲା । ଆଜି ଏହି 2 ମାମଲାର ଶୁଣାଣି କରି ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ସାକ୍ଷ୍ୟପ୍ରମାଣ ଅଭାବରୁ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details