ଓଡିଶା

odisha

ETV Bharat / state

ଅରୁଣାଚଳ ପ୍ରଦେଶରେ ଅନାଥ କରିଦେଲା କୋରୋନା, ପ୍ରଶାସନ ଭରସାରେ ଗଜପତିର ୩ ଶିଶୁ - ଗଜପତି ଜିଲ୍ଲା ପ୍ରଶାସନ

COVID-19 ପୂର୍ବରୁ ଶିଶୁଙ୍କର ମାଆ ସୁମି ରାଇକା ମୃତ୍ୟୁ ବରଣ କରିଥିଲା ବେଳେ ପିତା ବିଜୟ ରାଇକା 2021 ଅରୁଣାଞ୍ଚଳ ପ୍ରଦେଶରେ କୋଭିଡ଼ରେ ପ୍ରାଣ ହରାଇଥିଲେ । ଏହି ପରିବାର ହେଉଛନ୍ତି ଗଜପତି ଜିଲ୍ଲାର ରାୟଗଡ଼ ପଞ୍ଚାୟତ ସମିତି ଅଞ୍ଚଳର । ଅଧିକ ପଢନ୍ତୁ

three children who lost their parents in Arunachal Pradesh, sentback to gajapati administration
ଅରୁଣାଚଳ ପ୍ରଦେଶରେ ଅନାଥ କରିଦେଲା କୋରୋନା, ପ୍ରଶାସନ ଭରସାରେ ଗଜପତିର ୩ ଶିଶୁ

By

Published : Mar 25, 2022, 10:20 PM IST

ଗଜପତି:ଅରୁଣାଞ୍ଚଳ ପ୍ରଦେଶ ପ୍ରଶାସନ ଗଜପତିର ତିନିଜଣ ଅନାଥ ଶିଶୁଙ୍କୁ ଗଜପତି ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିଛି । ଗଜପତି ଜିଲ୍ଲାର ଏକ ଦମ୍ପତି ଅରୁଣାଞ୍ଚଳ ପ୍ରଦେଶରେ ରହି ଶ୍ରମିକ କାର୍ଯ୍ୟ କରୁଥିଲେ ସେମାନଙ୍କ ସହ ତାଙ୍କର ତିନୋଟି ଝିଅ ମଧ୍ୟ ରହୁଥିଲେ । ସେମାନଙ୍କର ବୟସ ଯଥା ୪, ୬ ଓ ୫ ବର୍ଷ । COVID-19 ପୂର୍ବରୁ ଶିଶୁଙ୍କର ମାଆ ସୁମି ରାଇକା ମୃତ୍ୟୁବରଣ କରିଥିଲା ବେଳେ ପିତା ବିଜୟ ରାଇକା 2021 ଅରୁଣାଞ୍ଚଳ ପ୍ରଦେଶରେ କୋଭିଡ଼ରେ ପ୍ରାଣ ହରାଇଥିଲେ । ଏହି ପରିବାର ହେଉଛନ୍ତି ଗଜପତି ଜିଲ୍ଲାର ରାୟଗଡ଼ ପଞ୍ଚାୟତ ସମିତି ଅଞ୍ଚଳର । ଏହି ପିଲାମାନଙ୍କୁ ଅରୁଣାଞ୍ଚଳ ପ୍ରଦେଶର ଉପରୁ ସିଆଂ ଜିଲ୍ଲା ପ୍ରଶାସନ ଉଦ୍ଧାର କରି ସେଠାରେ ଥିବା ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର କରିଥିଲା । ପରେ ସେମାନଙ୍କୁ ପି.ଏମ୍.କେୟାର୍ ଯୋଜନାରେ ଅନ୍ତର୍ଭୁକ୍ତ କରି ସେମାନଙ୍କର ଯତ୍ନ ନେବା ସହ ଗଜପତି ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରିଥିଲେ ।

ପରେ ସମନ୍ବୟ ଶିଶୁ ସୁରକ୍ଷା ଯୋଜନାର ନିର୍ଦ୍ଦେଶବଳୀ ଅନୁସାରେ ଶିଶୁ ମାନଙ୍କୁ ଆଣି ଉପର ସିଆଂ ଜିଲ୍ଲା ପ୍ରଶାସନ ଗଜପତି ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି । ଗଜପତି ଜିଲ୍ଲା ପ୍ରଶାସନ ଶିଶୁ ମାନଙ୍କୁ ଶିଶୁ ମଙ୍ଗଳ ସମିତି, ଗଜପତିରେ ପହଞ୍ଚାଇଥିଲେ । ପରେ ଶିଶୁ ମଙ୍ଗଳ ସମିତିଙ୍କ ନିର୍ଦ୍ଦେଶରେ ବର୍ତ୍ତମାନ ବଡ଼ ଦୁଇ ଝିଅ ଜିଲ୍ଲାରେ ଏକମାତ୍ର ଥିବା ଝିଅ ମାନଙ୍କ ପାଇଁ ଶିଶୁ ଯତ୍ନ ଅନୁଷ୍ଠାନ 'PROUD'ରେ ରହିଆସୁଥିବା ବେଳେ ଅନ୍ୟ ଝିଅଟି ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ରହୁଛି ।

ଯେହେତୁ ବଡ଼ ଦୁଇଟି ଝିଅ ଓଡିଆ ଲେଖିବା, କହିବା ଏବଂ ପଢ଼ିବା ଜାଣି ନାହାନ୍ତି ଓ ହିନ୍ଦୀ କହୁଛନ୍ତି ସେଥିପାଇଁ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ସେମାନଙ୍କୁ ଅନ୍ଵେଶା ଇଂରାଜି ମାଧ୍ୟମ ସ୍କୁଲରେ ନାମ ଲେଖାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପିଲାମାନଙ୍କୁ ପୋଷ୍ୟ ସନ୍ତାନ କାର୍ଯ୍ୟକ୍ରମ ଦ୍ବାରା ପିତାମାତା ଦେବା ପାଇଁ ଜିଲ୍ଲା ପ୍ରଶାସନ ପ୍ରୟାସ ଆରମ୍ଭ କରିଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details