ଓଡିଶା

odisha

ETV Bharat / state

‘ନୂତନ କୃଷି ଆଇନ ଚାଷୀଙ୍କ ଆୟକୁ ଦୁଇଗୁଣ ବୃଦ୍ଧି କରିବାରେ ସହାୟକ ହେବ’ - ଷୀଙ୍କ ଆୟକୁ ଦୁଇଗୁଣ ବୃଦ୍ଧି କରିବ

କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଣାଯାଇଥିବା ନୂତନ କୃଷି ଆଇନ କୃଷକଙ୍କ ଆୟକୁ ଦୁଇଗୁଣ ବୃଦ୍ଧି କରିବାରେ ସହାୟକ ହେବ ବୋଲି କହିଛନ୍ତି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଂପାଦକ ସରୋଜ ସାହୁ । ଅଧିକ ପଢନ୍ତୁ...

‘ନୂତନ କୃଷି ଆଇନ ଚାଷୀଙ୍କ ଆୟକୁ ଦୁଇଗୁଣ ବୃଦ୍ଧି କରିବାରେ ସହାୟକ ହେବ’
‘ନୂତନ କୃଷି ଆଇନ ଚାଷୀଙ୍କ ଆୟକୁ ଦୁଇଗୁଣ ବୃଦ୍ଧି କରିବାରେ ସହାୟକ ହେବ’

By

Published : Dec 15, 2020, 5:43 PM IST

ଗଜପତି:କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଣାଯାଇଥିବା ନୂତନ କୃଷି ଆଇନ କୃଷକଙ୍କ ଆୟକୁ ଦୁଇଗୁଣ ବୃଦ୍ଧି କରିବାରେ ସହାୟକ ହେବ ବୋଲି କହିଛନ୍ତି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଂପାଦକ ସରୋଜ ସାହୁ । ତେବେ ଏହା କରାଇନଦେବା ପାଇଁ କୃଷକ ବିରୋଧୀ ଦଳମାନେ ବର୍ତ୍ତମାନ ଏହି ଆଇନ ସଂପର୍କରେ ମିଛି କଥା କହି ଏହା ବିରୁଦ୍ଧରେ ଚାଷୀଙ୍କୁ ମତାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ବର୍ତ୍ତମାନ କୃଷକମାନେ କଷ୍ଟ କରୁଥିବା ବେଳେ କେବଳ ପୁଞ୍ଜିପତି କିମ୍ବା ଦଳୀୟ ନେତା ଏବଂ ଦଲାଲମାନେ ଲାଭବାନ ହେଉଛନ୍ତି । ଫଳରେ ପ୍ରକୃତ ଚାଷୀ ଏହାଦ୍ବାରା କ୍ଷତିରେ ପଡୁଛି । ତେଣୁ ଏଥିରେ ସୁଧାର ଆଣିବା ପାଇଁ କେନ୍ଦ୍ର ସରକାର ନୂତନ କୃଷି ଆଇନ କରିଥିବା କହିଛନ୍ତି ସରୋଜ ସାହୁ ।

‘ନୂତନ କୃଷି ଆଇନ ଚାଷୀଙ୍କ ଆୟକୁ ଦୁଇଗୁଣ ବୃଦ୍ଧି କରିବାରେ ସହାୟକ ହେବ’

ଗଜପତି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ଧାନର ଏମଏସପି ୧୮୬୮ଟଙ୍କା ପ୍ରଦାନ କରୁଥିବା ବେଳେ ରାଜ୍ୟ ସରକାର ଏହାକୁ ଚାଷୀଙ୍କୁ ଦେବା ବଦଳରେ ବିଭିନ୍ନ ବାହାନା କରି ଟଙ୍କା କାଟୁଛନ୍ତି । ସେହିପରି ଚାଷୀଙ୍କୁ ଅଖା ପାଇଁ ଟଙ୍କା ଦିଆଯିବା ସହ ମଣ୍ଡିର ଉନ୍ନତି ପାଇଁ ଟଙ୍କା ପ୍ରଦାନ କରାଯାଉଥିଲେ ମଧ୍ୟ ତାହା ଚାଷୀଙ୍କୁ ପ୍ରଦାନ କରାଯାଉନାହିଁ ।

ତେଣୁ ଚାଷୀଙ୍କୁ ଏସବୁ କ୍ଷତିରୁ ରକ୍ଷା କରିବା ପାଇଁ କେନ୍ଦ୍ର ସରକାର ନୂତନ କୃଷି ଆଇନ ଆଣିଛନ୍ତି । ଏହି ଆଇନ କାର୍ଯ୍ୟକାରୀ ହେଲେ ଦଲାଲରାଜ କମିବ ଏବଂ ଏସବୁ ଚାଷୀ ବିରୋଧୀ ଦଳମାନଙ୍କୁ ସିଧାସଳଖ ପ୍ରଭାବିତ କରିବା ଆଶଙ୍କା କରି ସେମାନେ ଏହାକୁ ବିରୋଧ କରୁଥିବା ସେ କହିଛନ୍ତି । ତେବେ ଚାଷୀଙ୍କ ସ୍ବାର୍ଥ ପାଇଁ ବିଜେପି କୃଷକ ମୋର୍ଚ୍ଚା ସବୁବେଳେ ସଚେତନ ରହିଛି ଏବଂ ଏଥିପାଇଁ ପ୍ରୟାସ କରିବ ବୋଲି ସେ କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details