ଓଡିଶା

odisha

ETV Bharat / state

ପାରଳା ରାଜବଂଶର ପ୍ରଥମ ରାଜଜେମା କଷିଲେ ଅଙ୍କ - gajapati news

ରାଜବଂଶୀୟଙ୍କ ପ୍ରମୁଖ ପର୍ବ ଅଙ୍କ ଉତ୍ସବ ନିରାଡମ୍ବରରେ ପାଳନ ହୋଇଯାଇଛି । ପାରଳା ଇତିହାସରେ ପ୍ରଥମ ଥର କୌଣସି ରାଜଜେମା ଶାସନର ପ୍ରଥମ ବର୍ଷର ଅଙ୍କ କଷିଛନ୍ତି । ଗଙ୍ଗବଂଶର ଦାୟାଦ ଏହି ରାଜବଂଶୀୟ ମାନେ ୧୫୬୬ ରୁ ଏହି ଅଙ୍କ ପର୍ବ ପାଳନ କରିଆସୁଛନ୍ତି।

ପାରଳା ରାଜବଂଶରରେ ପ୍ରଥମ ରାଜଜେମା ଅଙ୍କିଲେ କଷ
ପାରଳା ରାଜବଂଶରରେ ପ୍ରଥମ ରାଜଜେମା ଅଙ୍କିଲେ କଷ

By

Published : Aug 31, 2020, 9:10 AM IST

ଗଜପତି: ଗତକାଲି ପାରଳା ରାଜପରିବାରରେ ପାଳିତ ହୋଇଛି ପ୍ରମୁଖ ଅଙ୍କ ଉତ୍ସବ। ପ୍ରଥମ ଥର ଜଣେ ମହିଳା ଦାୟାଦ ଭାବେ ରାଜଜେମା କଲ୍ୟାଣୀ ଗଜପତି ନିଜ ଶାସନର ପ୍ରଥମ ପୂର୍ତ୍ତି ଅବସର ପାଳନ କରିଛନ୍ତି । ମା ମାଣୀକେଶ୍ୱରୀ ହେଉଛନ୍ତି ପାରଳା ରାଜପରିବାରର ଅଧିଷ୍ଠାତ୍ରୀ ଦେବୀ। ଗଙ୍ଗବଂଶ ର ଦାୟାଦ ଏହି ରାଜବଂଶୀୟ ମାନେ ୧୫୬୬ ରୁ ଏହି ଅଙ୍କ ପର୍ବ ପାଳନ କରିଆସୁଛନ୍ତି।

ଯେଉଁ ରାଜାମାନେ ଜୀବିତ ରହି ସିଂହାସନ ଅଳଙ୍କୃତ କରି ଶାସନ କରିଥାନ୍ତି ସେମାନଙ୍କ ଅଙ୍କ ମା ମାନିକେଶ୍ୱରୀଙ୍କ ଠାରେ କସାଯାଏ ଅର୍ଥାତ ଲେଖାଯାଏ । ସେଥିରୁ ଜଣାଯାଏ ସେହି ଶାସକଙ୍କ ଶାସନର କେତେ ବର୍ଷ ପୂର୍ତ୍ତି ହୋଇଛି। ସେହିପରି ଶ୍ରୀ ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ଦେହାନ୍ତ ପରେ ପ୍ରଥମ ଥର ପାଇଁ ପାରଳା ରାଜବଂଶରରେ ଜଣେ ମହିଳା ଦାୟାଦ ଭାବେ କଲ୍ୟାଣି ଗଜପତି ନିଜ ଶାସନର ପ୍ରଥମ ବର୍ଷ ପୂର୍ତ୍ତି ହୋଇଥିବାରୁ ଏହି ଉତ୍ସବ ପାଳନ କରିଛନ୍ତି ।

ଭାଦ୍ରବ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ରାଜା ପରିବାର ପକ୍ଷରୁ ସୁନା କୁ ହୋମନିଆ ରେ ତରଳାଇ ସାତ ଗୋଟି ପତ୍ରି ପ୍ରସ୍ତୁତ କରାଯାଇ ଦ୍ଵାଦଶୀ ତିଥିରେ ଅଙ୍କ କସାଯାଏ। ବର୍ତ୍ତମାନ କୋରୋନା କଟକଣା ଯୋଗୁ ରାଜଜେମା ବିନା ବୀର ବାଦ୍ୟରେ ରାଜବାଟି ରୁ ମା ମାଣିକେଶ୍ୱରୀ ଙ୍କ ମନ୍ଦିର ରେ ଥିବା କନକଦୁର୍ଗା ଦେବୀ ନିକଟ ରୁ ପାଟ ଖଣ୍ଡା ନେଇ ମାନିକେଶ୍ୱରୀ ଦେବୀ ଙ୍କ ଗର୍ଭ ଗୃହ ରେ ସ୍ଥାପନ କରିଥିଲେ। ସୁନାରେ ତିଆରି ସାତ ପତ୍ରି ର ପୂଜା ଓ ହୋମଯଜ୍ଞ ପରେ ଏଙ୍କାଏଙ୍କି ଠାରେ ମାଛ ବଳିଦାନ କରି ସୁନପତ୍ରୀ କୁ ନେଇ ପୁଣୀ ରାଜନହରକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details