ଗଜପତି: ଗଜପତି ଜିଲ୍ଲାରେ ଆନ୍ଧ୍ର ସରକାରଙ୍କ ଦ୍ବାରା କରାଯାଉଥିବା ନିର୍ବାଚନ ପ୍ରସଙ୍ଗରେ ଓଡିଶା ଆନ୍ଧ୍ର ସୀମା ବିବାଦ ତେଜିବାରେ ଲାଗିଛି ।ଏହି ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ରାୟଗଡ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା ଗ୍ରାମର ଲକ୍ଷ୍ମୀ ଶବର ନିଜ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଥିବା ଜଣାପଡିଛି । ଗଜପତି ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ଆଜି ନିଜ ପ୍ରାର୍ଥୀତ୍ବ ପ୍ରତ୍ୟାହାର କରିନେଇଛନ୍ତି ଲକ୍ଷ୍ମୀ ଶବର ।
ଗଜପତିରେ ଆନ୍ଧ୍ର ନିର୍ବାଚନ ପ୍ରସଙ୍ଗ: ପ୍ରଶାସନର ହସ୍ତକ୍ଷେପ ପରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ ପ୍ରାର୍ଥିନୀ - Andhra pradesh govt
ଆନ୍ଧ୍ର ସରକାରଙ୍କ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ରାୟଗଡ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା ଗ୍ରାମର ଲକ୍ଷ୍ମୀ ଶବର ନିଜ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଛନ୍ତି । ଅଧିକ ପଢନ୍ତୁ....
ଗଜପତିରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗ, ପାର୍ଥୀପତ୍ର ପ୍ରତ୍ୟାହାର କଲେ ନିର୍ଦ୍ବନ୍ଦି ୱାର୍ଡ ସଭ୍ୟା ପ୍ରାର୍ଥୀନି
2ଦିନ ଧରି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହେବ ପରେ ପ୍ରଶାସନ ଏହି ମାମଲାରେ ହସ୍ତକ୍ଷେପ କରିଥିଲା । ପ୍ରଶାସନର ହସ୍ତକ୍ଷେପ କରି ଲକ୍ଷ୍ମୀଙ୍କୁ ବୁଝାଇବା ପରେ ସେ ଏଥିରୁ ଓହରିଥିବା ଜଣା ପଡିଛି । ଆଜି ଲକ୍ଷ୍ମୀ ନିଜ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିବା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଗଜପତିରୁ ହରିହର ପଟ୍ଟନାୟକ , ଇଟିଭି ଭାରତ