ଓଡିଶା

odisha

By

Published : Nov 29, 2020, 1:18 PM IST

ETV Bharat / state

ଗ୍ୟାସ ସିଲିଣ୍ଡର ଲିକ; ଜଳିଗଲା ଘର, 2 ଆହତ

ଗଜପତିରେ ଗ୍ୟାସ ସିଲିଣ୍ଡର ଲିକ୍ ହୋଇ ଏକ ଛପର ଘରେ ନିଆଁ ଲାଗିଯାଇଛି । ଏଥିରେ ଦୁଇଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

ଗ୍ୟାସ ସିଲିଣ୍ଡର ଲିକହୋଇ ଘରେ ଲାଗିଲା ନିଆଁ, 2 ଆହତ
ଗ୍ୟାସ ସିଲିଣ୍ଡର ଲିକହୋଇ ଘରେ ଲାଗିଲା ନିଆଁ, 2 ଆହତ

ଗଜପତି: ଜିଲ୍ଲା ସଦରମହାକୁମା ପାରଳାଖେମୁଣ୍ଡିର ଏକ ଛପର ଘରେ ନିଆଁ ଲାଗିଯାଇଛି । ଏଥିରେ ଦୁଇଜଣ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ପରେ ଦମକଳ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ଗ୍ୟାସ ସିଲିଣ୍ଡର ଲିକ; ଜଳିଗଲା ଘର, 2 ଆହତ

ସୂଚନା ଅନୁଯାୟୀ ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଖଞ୍ଚାସାହି କେ ପାବନିଙ୍କ ଘରେ ଗ୍ୟାସ ସିଲଣ୍ଡର ଲିକହୋଇ ନିଆଁ ଲାଗିଯାଇଥିଲା । ଫଳରେ ଏଥିରେ କେ ପାବନି(38) ଓ ତାଙ୍କ ପୁଅ କେ ପୁରୁଷତ୍ତୋମ(18) ଆହତ ହୋଇଛନ୍ତି । ପାବନିଙ୍କ ଘର ଜଳୁଥିବାର ଦେଖି ସ୍ଥାନୀୟ ଲୋକେ କୌଶଳ କ୍ରମେ ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ପରେ ଦମକଳବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details