ଓଡିଶା

odisha

ETV Bharat / state

ବିଶ୍ବନାଥ କଲ୍ୟାଣ ମଣ୍ଡପରେ ବିଜେପିର କାର୍ଯ୍ୟକାରୀଣି ବୈଠକ ଅନୁଷ୍ଠିତ - Bishwanath Kalyan Mandap BJP meeting

ଗଜପତି ଜିଲ୍ଲା ବିଜେପି କାର୍ଯ୍ୟକାରୀଣି ବୈଠକ ସ୍ଥାନୀୟ ବିଶ୍ବନାଥ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେପି ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୧୧ଟି ରାଜନୈତିକ ଚିଠା ପ୍ରସ୍ତାବ ସଂପର୍କରେ ଆଲୋଚନା କରାଯାଇଥିଲା । ଅଧିକ ପଢନ୍ତୁ...

ବିଶ୍ବନାଥ କଲ୍ୟାଣ ମଣ୍ଡପରେ ବିଜେପିର କାର୍ଯ୍ୟକାରୀଣି ବୈଠକ ଅନୁଷ୍ଠିତ
ବିଶ୍ବନାଥ କଲ୍ୟାଣ ମଣ୍ଡପରେ ବିଜେପିର କାର୍ଯ୍ୟକାରୀଣି ବୈଠକ ଅନୁଷ୍ଠିତ

By

Published : Apr 9, 2021, 7:02 PM IST

ଗଜପତି :ଗଜପତି ଜିଲ୍ଲା ବିଜେପି କାର୍ଯ୍ୟକାରୀଣି ବୈଠକ ସ୍ଥାନୀୟ ବିଶ୍ବନାଥ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେପି ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୧୧ଟି ରାଜନୈତିକ ଚିଠା ପ୍ରସ୍ତାବ ସଂପର୍କରେ ଆଲୋଚନା କରାଯାଇଥିଲା । ସୀମାନ୍ତ ଗଜପତି ଜିଲ୍ଲାର ଅନେକ ସ୍ଥାନକୁ ନେଇ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ସୀମା ବିବାଦ ଲାଗି ରହିଛି । ତେବେ ଏହାର ସମାଧାନ ଦିଗରେ ସରକାର କୌଣସି ପଦକ୍ଷେପ ଗ୍ରହଣ ନକରି ଚୁପ୍ ବସିଛି ।

ବିଶ୍ବନାଥ କଲ୍ୟାଣ ମଣ୍ଡପରେ ବିଜେପିର କାର୍ଯ୍ୟକାରୀଣି ବୈଠକ ଅନୁଷ୍ଠିତ

ସେହିଭଳି ମହେନ୍ଦ୍ରତନୟା ନଦୀ ଉପରେ ଚମ୍ପାପୁର ଏବଂ ଡମାପୁର ଆଦି ଦୁଇଟି ପ୍ରକଳ୍ପ ନିର୍ମାଣ ପାଇଁ ୨୦୦୮ ମସିହାରେ ଶୁଭ ଦେଇଥିଲେ ମଧ୍ୟ ଆଜି ଯାଏଁ ତାହା ସଂପୂର୍ଣ୍ଣ ହୋଇପାରିନାହିଁ । ପ୍ରଥମ ଥର ପାଇଁ ମହେନ୍ଦ୍ରତନୟା ନଦୀ ଶୁଖିଲା ପଡିଲା । ତେଣୁ, ଦୀର୍ଘ ବର୍ଷ ଧରି ରାଜ୍ୟରେ ଶାସନ କରୁଥିବା ରାଜ୍ୟ ସରକାରଙ୍କ ଜଳ ପରିଚାଳନା ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେହିପରି ବିଭିନ୍ନ ଜିଲ୍ଲାରେ ସରକାର ମେଡିକାଲ କଲେଜ ସ୍ଥାପନ କରୁଥିଲେ ମଧ୍ୟ ଗଜପତି ଜିଲ୍ଲା ପାଇଁ ଘୋଷଣା ହେବାର ଦୀର୍ଘ ଦିନ ପରେ ମଧ୍ୟ ଏହା ହୋଇପାରି ନାହିଁ । ତେଣୁ, ଏହା ସରକାରଙ୍କ ଜିଲ୍ଲା ପ୍ରତି ବୈମାତୃକ ମନୋଭାବ ବୋଲି ବିଜେପି ଅଭିଯୋଗ କରିଛି । ଜିଲ୍ଲାରେ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି । ତେଣୁ, ଏହାର ସମାନ ହେବାର ଆବଶ୍ୟକତା ରହିଛି । ଜିଲ୍ଲାର ଅଧିକାଂଶ ଚାଷୀ ନିଜର ଧାନ ବିକ୍ରି କରିପାରି ନାହାନ୍ତି । କିନ୍ତୁ, ସରକାର ମଣ୍ଡି ବନ୍ଦ କରିଦେଲେଣି, ଧାନ କିଣାରେ ମହାଦୁର୍ନିତୀ ହୋଇଛି । ତେଣୁ, ଏହାର ତଦନ୍ତ କରିବା ଆବଶ୍ୟକ ।

ସେହିପରି ଜିଲ୍ଲାର ଲୁହାଗୁଡି ଠାରେ ମକା ମଣ୍ଡି ରହିଥିଲେ ମଧ୍ୟ ଏହା ସଠିକ ଭାବେ କାର୍ଯ୍ୟ କରୁନଥିବାରୁ ଜିଲ୍ଲାର ମକା ଚାଷୀ ଅଭାବି ବିକ୍ରିର ସମ୍ମୁଖୀନ ହେଉଛନ୍ତି । ତେଣୁ, ଏସବୁ ପ୍ରତି ଧ୍ୟାନ ଦେଇ ଏହାର ସମାଧାନ କରିବା ଆବଶ୍ୟକ । ନଚେତ ଏହାକୁ ନେଇ ବିଜେପି ଲୋକଙ୍କ ନିକଟକୁ ଯିବ ବୋଲି ଆଜିର ବୈଠକରେ ମତ ପ୍ରକାଶ ପାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ନୃସିଂହ ଚରଣ ପଟ୍ଟନାୟକ, କାମଦେବ ବଡନାୟକ, ପୂର୍ବତନ ଜିଲ୍ଲା ବିଜେପି ସଭାପତି ଏମ.ଗୋପାଳ ରାଓ, ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ସିଦ୍ଧେଶ୍ୱର ମିଶ୍ର, ଯୁବ ମୋର୍ଚ୍ଚା ସଭାପତି ସନ୍ତୋଷ ଜେନା, କାଶୀନଗର ବ୍ଲକ ଅଧ୍ୟକ୍ଷ ଚିତ୍ରୀ ସୀମାଶ୍ରୀ, ଗୋଷାଣି ବ୍ଲକ ଅଧ୍ୟକ୍ଷା ଚାପରା ତାରକେଶ୍ବରୀଙ୍କ ସମେତ ଜିଲ୍ଲାର କାର୍ଯ୍ୟକାରୀଣି ସଦସ୍ୟ ଏବଂ ନିର୍ବାଚିତ ପ୍ରତିନିଧୀମାନେ ସାମିଲ ହୋଇଥିଲେ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details