ଗଜପତି: ଜିଲ୍ଲାର ମିଳିତ ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସ୍କୁଲକୁ ସଠିକ ସମୟରେ ପହଞ୍ଚିବା, ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏକତ୍ରିତ ହୋଇ ସେଲ୍ଫି ପଠାଇବାକୁ ଜିଲ୍ଲା ଶିକ୍ଷାଧିକାରୀ ଦେଇଥିବା ନିର୍ଦ୍ଦେଶର ପ୍ରତିବାଦରେ ବୁଧବାର ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
ଏହି ବିକ୍ଷୋଭରେ ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଏହି ନିର୍ଦ୍ଦେଶନାମାକୁ ବିରୋଧ କରିଥିଲେ । ଏଥିସହ ଏହା ଶିକ୍ଷକ ସମାଜ ପ୍ରତି କେବଳ ଅପମାନ ନୁହେଁ, ବରଂ ଏହା ଶିକ୍ଷକଙ୍କ ଉପରେ ଅଯଥା ଚାପ ସୃଷ୍ଟି କରିବାର ଉଦ୍ୟମ ବୋଲି ଶିକ୍ଷକ ଶିକ୍ଷୟିତ୍ରୀମାନେ ଅଭିଯୋଗ କରିଥିଲେ ।
ତେଣୁ ଏହାକୁ ତୁରନ୍ତ ପ୍ରତିହାର କରିବା ପାଇଁ ଦାବି କରିଥିଲେ । ଏହି ନିର୍ଦ୍ଦେଶନାମା ପ୍ରତ୍ୟାହାର ଦିଗରେ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ସଂଘ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି କୁହାଯାଇଛି ।