ଓଡିଶା

odisha

By

Published : Oct 16, 2022, 1:38 PM IST

ETV Bharat / state

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଜିଲ୍ଲାପାଳଙ୍କ ଅଚାନକ ଗସ୍ତ, ରୋଗୀଙ୍କ ସହ କଲେ ଆଲୋଚନା

ଗଜପତି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲାପାଳଙ୍କ ଅଚାନକ ଗସ୍ତ । ଚିକିତ୍ସାଳୟରେ ବିଭିନ୍ନ ଅବ୍ୟବସ୍ଥାକୁ ନେଇ ଜିଲ୍ଲାପାଳଙ୍କ ଅସନ୍ତୋଷ ପ୍ରକାଶ । ଅଧିକ ପଢ଼ନ୍ତୁ

surprise visit of gajapati collector to  district headquarter hospital
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଜିଲ୍ଲାପାଳଙ୍କ ଅଚାନକ ଗସ୍ତ, ରୋଗୀଙ୍କ ସହ କଲେ ଆଲୋଚନା

ଗଜପତି: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲାପାଳଙ୍କ ଅଚାନକ ଗସ୍ତ । ଶନିବାର ସନ୍ଧ୍ୟାରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଏବଂ ଏସପି ଜୟରାମ ଶତପଥୀ ପହଞ୍ଚିଥିଲେ । ଗସ୍ତ ବେଳେ ଚିକିତ୍ସାଧୀନ ରୋଗୀ ଏବଂ ସଂପର୍କୀୟଙ୍କ ସହ ଆଲୋଚନା କରି ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଜିଲ୍ଲାପାଳଙ୍କ ଅଚାନକ ଗସ୍ତ

ଚିକିତ୍ସା ସମୟରେ ଟଙ୍କା ମଗାଯାଉଥିବା ନେଇ ରୋଗୀମାନେ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିବା ସହ ରୋଗୀ ସେବାରେ ସୁଧାର ଆଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରୋଗୀମାନଙ୍କୁ ଦିଆଯାଉଥିବା ଖାଦ୍ୟର ମାନ ମଧ୍ୟ ଯାଞ୍ଚ କରିଥିଲେ ଜିଲ୍ଲାପାଳ । ଖାଦ୍ୟର ମାନକୁ ଦେଖିବା ପରେ ଅସନ୍ତୋଷ ପ୍ରକାଶ କରିବା ସହ ମାନରେ ସୁଧାର ଆଣିବାକୁ କହିଥିଲେ । ଏନେଇ ଜିଲ୍ଲାପାଳ କହିଛନ୍ତି, "ଗତ କିଛି ଦିନ ହେଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବା ସଠିକ ଭାବେ ହେଉନଥିବା ଅଭିଯୋଗ ହୋଇଛି । କେତେକ ଡାକ୍ତରଙ୍କ ସମେତ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆସିଛି । ତେଣୁ ତାହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।" ସେପଟେ ରୋଗୀ କିମ୍ବା ତାଙ୍କ ସମ୍ପର୍କୀୟ ଯେଉଁ ସବୁ ଅଭିଯୋଗ ଆଣିଛନ୍ତି ତାହାକୁ ଗ୍ରହଣ କରାଯାଇଛି । ସେଗୁଡିକର ତଦନ୍ତ କରାଯିବ । ବିଶେଷ କରି ଚିକିତ୍ସା ପାଇଁ ରୋଗୀଙ୍କୁ ଟଙ୍କା ମାଗିବା ଘଟଣାର ତଦନ୍ତ କରାଯାଇ ଜିଲ୍ଲାପାଳଙ୍କୁ ରିପୋର୍ଟ ଦିଆଯିବ ବୋଲି କହିଛନ୍ତି ସିଡିଏମଓ ।

ଏହା ମଧ୍ୟ ପଢ଼ନ୍ତୁ:ନୂଆଗଡ଼ରେ ବିରୁଡ଼ି ଆକ୍ରମଣ, ୧୧ ଆହତ ଜଣେ ଗୁରୁତର

ସ୍ବାସ୍ଥ୍ୟ ସେବାରେ ସୁଧାର ଆଣିବା ପାଇଁ ସରକାର ଯୋଜନା ପ୍ରସ୍ତୁତ କରିବା ସହ ଏହାକୁ 5ଟି ଅଧିନରେ ରଖିଛନ୍ତି । ହେଲେ ଗଜପତି ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ସ୍ଥିତିରେ ସୁଧାର ଆସିଥିବା ପରଲକ୍ଷିତ ହେଉନି । ରୋଗୀମାନେ ଆଜି ବି ତଳେ ଶୋଇବାକୁ ବାଧ୍ୟ ହେଉଥିବା ବେଳେ ଚିକିତ୍ସା ପାଇଁ ଟଙ୍କା ମଗାଯାଉଛି । ତେବେ ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ଚିକିତ୍ସାଧୀନ ରୋଗୀ ଏବଂ ତାଙ୍କ ସମ୍ପର୍କୀୟ । ପୂର୍ବରୁ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ସେବାରେ ଅନିୟମିତତାକୁ ନେଇ ବାରମ୍ବାର ଅଭିଯୋଗ ହୋଇଛି। ହେଲେ ଜିଲ୍ଲାପାଳଙ୍କ ଅଚାନକ ଗସ୍ତ ପରେ ଶିକ୍ଷା ବିଭାଗ ଏହି ଅଭିଯୋଗକୁ ଗୁରୁତର ସହ ନେଇଛି।

ଇଟିଭି ଭାରତ, ଗଜପତି

ABOUT THE AUTHOR

...view details