ଓଡିଶା

odisha

ETV Bharat / state

ଗୁଣିଆ ସନ୍ଦେହରେ ବୃଦ୍ଧଙ୍କୁ ନିର୍ମମ ହତ୍ୟା, କଟାମୁଣ୍ଡ ନେଇ ଦୁର୍ବୃତ୍ତ ଫେରାର - ଗୁଣିଗାରେଡି ସନ୍ଦେହରେ ବିଭତ୍ସ ହତ୍ୟାକାଣ୍ଡ

ଗୁଣିଗାରେଡି ସନ୍ଦେହରେ ବିଭତ୍ସ ହତ୍ୟାକାଣ୍ଡ। ବୃଦ୍ଧକୁ ଅତି ନିର୍ମମ ଭାବେ ହତ୍ୟାକରି ମୁଣ୍ଡ ନେଇଯାଇଛନ୍ତି ହତ୍ୟାକାରୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଥାନା ମେରାମଲ୍ଲିରେ। ଅଧିକ ଖବର ପଢନ୍ତୁ...

ଗୁଣିଆ ସନ୍ଦେହରେ ବୃଦ୍ଧଙ୍କୁ ନିର୍ମମ ହତ୍ୟା, କଟାମୁଣ୍ଡ ନେଇ ଦୃର୍ବୁତ୍ତ ଫେରାର

By

Published : Nov 13, 2019, 1:20 PM IST

ଗଜପତି: ଗୁଣି ଗାରେଡିକୁ ନେଇ ଥମୁନି ମାରପିଟ ଓ ହତ୍ୟା ଘଟଣା। 2019ରେ ମଧ୍ୟ ଲୋକମାନେ ଅନ୍ଧ ଭାବରେ ଗୁଣି ଗାରେଡିର ଅସ୍ତିତ୍ବକୁ ବିଶ୍ବାସ କରି ଜଘନ୍ୟ କାଣ୍ଡ କରୁଛି। ବର୍ତ୍ତମାନ ସମୟରେ ଗୁଣିଗାରେଡିକୁ ନେଇ ଏପରି ଏକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣଙ୍କ ଲୋମଟାଙ୍କୁରୀ ଉଠିବ।

ମଣିଷ ଏତେବି ନୃଶଂସ ହୋଇପାରେ। ଗୁଣିଆ ସନ୍ଦେହରେ ଜଣେ ବୃଦ୍ଧକୁ ଅତି ନିର୍ମମ ଭାବେ ହତ୍ୟା କରି ମୁଣ୍ଡ ନେଇଯାଇଛନ୍ତି ହତ୍ୟାକାରୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଥାନା ମେରାମଲ୍ଲିରେ। ମୃତକ ହେଲେ ଭାଲିଆସାହି ଗ୍ରାମର ଦାସ ମଳିକ । ଘଟଣାଟି ମଙ୍ଗଳବାର ସନ୍ଧ୍ୟାରେ ଘଟିଛି ।

ଗୁଣିଆ ସନ୍ଦେହରେ ବୃଦ୍ଧଙ୍କୁ ନିର୍ମମ ହତ୍ୟା, କଟାମୁଣ୍ଡ ନେଇ ଦୃର୍ବୁତ୍ତ ଫେରାର

ତେବେ ଗତକାଲି ବିଳମ୍ବିତ ରାତିରେ ମେରାମା ଗ୍ରାମ ନିକଟସ୍ଥ ସୈରାସାହି କୁଲଡିରାଇପଦର ଠାରେ ମୃତ ଦାସ ମଳିକର ମୁଣ୍ଡ ବିହୀନ ଶବ ମୂର୍ମୁଷୁ ଭାବରେ ପଡିଥିବା ପରିବାର ଲୋକେ ସୂଚନା ପାଇଥିଲେ।ଗୁଣିଆ ସନ୍ଦେହରେ ତାଙ୍କ ବାପା ଦାସ ମଳିକକୁ ବେଣିପଦର ଗ୍ରାମର ସାନୁଜ ମଳିକ ଓ ସୁରଜ ମଳିକ ହତ୍ୟା କରିଥିବା ମୋହନା ଥାନାରେ ଅଭିଯୋଗ କରିଛନ୍ତି ମୃତକଙ୍କ ପୁଅ। ଅଭିଯୋଗକୁ ଭିତ୍ତି କରି ମୋହନା ପୋଲିସ ପକ୍ଷରୁ ଏକ ହତ୍ୟା ମାମଲା ରୁଜୁ କରି ଘଟଣାସ୍ଥଳରେ ତଦନ୍ତ ଜାରି ରହିଛି ।

ମିଳିଥିବା ସୂଚନା ଅନୁସାରେ, ଗତ କିଛି ବର୍ଷ ହେଲା ଦାସ ମଳିକ ଚେରମୁଳିକା ବୈଦ୍ୟ ବୃତ୍ତି କରୁଥିବା ବେଳେ ବେଣିପଦର ଗ୍ରାମର କିଛି ଯୁବକ ଗୁଣିକରିଥିବା ସନ୍ଦେହରେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏହାକୁ ନେଇ ମୃତକ ଦାସ ଗତ ବର୍ଷ ମୋହନା ଥାନାରେ ୨୩/୦୩/୧୮ ତାରିଖରେ ଲିଖିତ ଅଭିଯୋଗ କରିଥିଲେ ଏବଂ ତତ୍କାଳୀନ ଥାନା ବାବୁ ଉଭୟ ପକ୍ଷକୁ ଡାକି ରାଜିନାମା କରି ଛାଡିଦେଇଥିଲେ ।

ହେଲେ ପରବର୍ତ୍ତୀ ସମୟରେ ପ୍ରତିହିଂସା ପରାୟଣ ହୋଇ ରହିଥିବା ବେଣିପଦର ଗ୍ରାମର ସାନୂଜ ମଳିକ ଓ ସୁରଜ ମଳିକ ଗତକାଲି ଏକାକି ସୁଯୋଗ ନେଇ ଦାସଙ୍କୁ ଅତି ନିର୍ମମ ଭାବେ ହତ୍ୟାକାଣ୍ଡ କରିଥିବା ଅଭିଯୋଗ ମୃତ ଦାସଙ୍କ ଦୁଇ ପୁଅ। ଏହା ପୂର୍ବରୁ ଗତକାଲି ଅଭିଯୁକ୍ତ ମାନେ ଦାସକୁ ଖୋଜାଖୋଜି କରିବା ସହ ବଡ ପୁଅ କୁ ପଚାରୁଥିଲେ ପରେ ମକା ବାଡରେ ଦାସ କାମ କରୁଥିବା ଜାଣିଥିଲେ ଏବଂ ଘଟଣାସ୍ଥଳରେ ପହଞ୍ଚି ହତ୍ୟା କରିଥିଲେ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details