ଓଡିଶା

odisha

ETV Bharat / state

ଗଜପତି ଗସ୍ତରେ ବିଭାଗୀୟ ଷ୍ଟାଣ୍ଡିଂ କମିଟି, ବିଭିନ୍ନ ଯୋଜନାର ସମୀକ୍ଷା - ବିଭାଗୀୟ ଷ୍ଟାଣ୍ଡିଂ କମିଟି

ଗଜପତି ଜିଲ୍ଲା କ୍ଷେତ୍ର ପରିଦର୍ଶନ ଓ ବିଭିନ୍ନ ଯୋଜନାର ସମୀକ୍ଷା କଲେ ବିଭାଗୀୟ ଷ୍ଟାଣ୍ଡିଂ କମିଟି । ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଉପରେ କମିଟି ସମୀକ୍ଷା କରିଛି । ଅଧିକ ପଢ଼ନ୍ତୁ

ବିଭାଗୀୟ ଷ୍ଟାଣ୍ଡିଂ କମିଟିର ସମୀକ୍ଷା
standing committee visits gajapati

By

Published : Feb 11, 2023, 10:52 AM IST

ଗଜପତି ଗସ୍ତରେ ବିଭାଗୀୟ ଷ୍ଟାଣ୍ଡିଂ କମିଟି

ଗଜପତି:ଜିଲ୍ଲା କ୍ଷେତ୍ର ପରିଦର୍ଶନ ଓ ବିଭିନ୍ନ ଯୋଜନାର ସମୀକ୍ଷା କଲେ ବିଭାଗୀୟ ଷ୍ଟାଣ୍ଡିଂ କମିଟି । ବିଭାଗୀୟ ଅନୁବନ୍ଧିତ ଷ୍ଟାଣ୍ଡିଂ ସବ୍-କମିଟି ଗଜପତି ଜିଲ୍ଲା ଗସ୍ତ କରି ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ସମବାୟ ବିଭାଗ ଏବଂ ହସ୍ତତନ୍ତ୍ର ଓ ବୟନ ଶିଳ୍ପ ବିଭାଗର ବିଭିନ୍ନ ଯୋଜନା ଗୁଡିକର କାର୍ଯ୍ୟକାରିତା ଉପରେ କମିଟି ସମୀକ୍ଷା କରିଛନ୍ତି ।

କମିଟିର ସଦସ୍ୟ ତଥା ବିଧାୟକ ଅରବିନ୍ଦ ଢ଼ାଲି ଓ ବିଧାୟକ ସତ୍ୟନାରାୟଣ ପ୍ରଧାନ ସମୀକ୍ଷା କରିଥିଲେ । ମୋହନା ବିଧାୟକ ଦାଶରଥି ଗମାଙ୍ଗ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତ୍ରିପତି ରାଓ ଉପସ୍ଥିତିରେ ଜିଲ୍ଲାର ଆଧାର କାର୍ଡ ଲିଙ୍କେଜ୍, ନୂତନ ହିତାଧିକାରୀଙ୍କୁ ସାମିଲ ଓ ମୃତ୍ୟୁ ହିତାଧିକାରୀଙ୍କୁ ବାଦ, ଗୋଦାମ ଗୃହ, ମିଲର ସଂଖ୍ୟା, ଅରଏମସି ଦ୍ୱାରା ଚାଷୀଙ୍କୁ ଆବଶ୍ୟକ ସାମଗ୍ରୀ ଯୋଗାଣ ଜିଲ୍ଲାରେ ହସ୍ତଶିଳ୍ପ କାରିଗରଙ୍କ ସଂଖ୍ୟା, ଓଡ଼ିଶା ସରକାଙ୍କ ଦ୍ଵାରା ଅନୁମୋଦିତ ହୋଇଥିବା କ୍ରାପ୍ଟ ସଂଖ୍ୟା ଏବଂ ଏଥିରେ ନିଯୁକ୍ତି ହୋଇଥିବା ସ୍ଵୟଂ ସହାୟକ ଗୋଷ୍ଠୀ ଉପରେ ସମୀକ୍ଷା କରାଯାଇଛି ।

ବୈଠକରେ ଯୋଗାଣ ଅଧିକାରୀ ପ୍ରଫୁଲ୍ଲ କୁମାର ବେହେରା ଜିଲ୍ଲାର ଚାଷୀମାନଙ୍କଠାରୁ ଧାନ କିଣିବା ସହିତ ଠିକ୍ ସମୟରେ ନିଜ ବ୍ୟାଙ୍କ ଖାତାରେ ପଇସା ଜମା କରାଯାଇଥିବା ନେଇ ସୂଚନା ଦେଇଛନ୍ତି । ଜିଲ୍ଲାରେ ୫ ଲକ୍ଷ ୩୩ ହଜାର କ୍ବିଣ୍ଟାଲ ଧାନ କିଣା ଯାଇଥିବା ସେ କହିଛନ୍ତି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ମଙ୍ଗଳ ବିଭାଗୀୟ ଓ ହସ୍ତଶିଳ୍ପ ବିଭାଗ ପ୍ରମୁଖ ଅଧିକାରୀଙ୍କ ସହିତ ଏକ ଆୟୋଜିତ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ:୨୩ରେ ଉତ୍କଳମଣିଙ୍କ ଜନ୍ମସ୍ଥାନ ସୁଆଣ୍ଡୋର ପୁନଃବିକଶିତ ଜନ୍ମପୀଠର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ନାୟକ (ରାଜସ୍ବ),ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗଦେଇ ଥିଲେ । ପୂର୍ବରୁ ଷ୍ଟାଣ୍ଡିଂ କମିଟି ସଦସ୍ୟ ସ୍ଥାନୀୟ ଆରଏମସି ଗୋଦାମ ଗୃହ, ସିଧମାଡଙ୍ଗ ଗ୍ରାମ ପଞ୍ଚାୟତ ଓ ଗଜପତି ଷ୍ଟାଡିୟମର ହାଣ୍ଡିକ୍ରାପ୍ଟ କେନ୍ଦ୍ର ସମେତ ବିଭିନ୍ନ ସ୍ଥାନ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥଲେ । ବିଭିନ୍ନ ଧାନ ମଣ୍ଡିର କାର୍ଯ୍ୟରତ ଶ୍ରମିକଙ୍କ ସହିତ ସେମାନଙ୍କର ସମସ୍ୟା ଉପରେ ବିଭାଗୀୟ ଷ୍ଟାଣ୍ଡିଂ କମିଟି ଆଲୋଚନା କରିବା ସହିତ ଜିଲ୍ଲା ପ୍ରଶାସନକୁ କମିଟି ପ୍ରଶଂସା କରିଥିଲେ ।

ଇଟିଭି ଭାରତ, ଗଜପତି

ABOUT THE AUTHOR

...view details