ଗଜପତି : ସମ୍ଭାବ୍ୟ ବାତ୍ୟା ଫନିକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ହୋଇଛି ପ୍ରଶାସନ। ସାଧାରଣ ନିର୍ବାଚନରେ ବ୍ୟବହୃତ ହୋଇଥିବା ସମସ୍ତ ଇଭିଏମ୍ ଓ ଭିଭିପାଟ୍ ମେସିନ ଗୁଡିକୁ କରାଯାଇଛି ସ୍ଥାନାନ୍ତର ।
ମହାରାଜା ବାଳକ ଉଚ୍ଚ ବିଦ୍ଯାଳୟରେ ଥବା ଇଭିଏମ୍ ମେସିନ ଗୁଡିକୁ କଡା ସୁରକ୍ଷାର ସହିତ ଅନ୍ୟ ସ୍ଥାନକୁ ନିଆଯାଇଛି । ସ୍ଥାନାନ୍ତରିତ ସମୟରେ ସବୁ ଦଳର ପ୍ରାର୍ଥୀଙ୍କ ସମେତ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ।