ଓଡିଶା

odisha

ETV Bharat / state

ଗଜପତିରେ ପ୍ରତି ଗୁରୁବାରରୁ ରବିବାର ସଟଡାଉନ - କୋରୋନା ସଂକ୍ରମଣ

ଗଜପତି ଜିଲ୍ଲାରେ କୋରୋନା ସଂକ୍ରମଣ ଥମିବାର ନାଁ ଧରୁନି । ପ୍ରତିଦିନ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ 1144ରେ ପହଞ୍ଚିଛି । ଅଧିକ ଖବର ପଢନ୍ତୁ...

ଗଜପତିରେ ପ୍ରତି ଗୁରୁବାର ରୁ ରବିବାର ସଟଡାଉନ
ଗଜପତିରେ ପ୍ରତି ଗୁରୁବାର ରୁ ରବିବାର ସଟଡାଉନ

By

Published : Jul 28, 2020, 12:38 PM IST

Updated : Jul 28, 2020, 1:49 PM IST

ଗଜପତି: ଜିଲ୍ଲାରେ କୋରୋନା ସଂକ୍ରମଣ ଥମିବାର ନାଁ ଧରୁନି । ପ୍ରତିଦିନ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଜିଲ୍ଲା ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ 1144ରେ ପହଞ୍ଚିଛି । ଯାହା କି ବର୍ତ୍ତମାନ ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ତେଣୁ ଏହି ସଂକ୍ରମଣକୁ ରୋକିବା ଦିଗରେ ପ୍ରଶାସନ ବର୍ତ୍ତମାନ ଏବେ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି ।

ଗଜପତିରେ ପ୍ରତି ଗୁରୁବାରରୁ ରବିବାର ସଟଡାଉନ

ସପ୍ତାହରେ ଗୁରୁବାରରୁ ରବିବାର ଯାଏଁ 4 ଦିନ ସଟ୍ ଡାଉନ୍ ରହିବ । ଏହି ନିୟମ ଘୋଷଣା କରିଛି ଗଜପତି ଜିଲ୍ଲା ପ୍ରଶାସନ। ପାରଳାଖେମୁଣ୍ଡି ସହର ସମେତ ସମସ୍ତ ବ୍ଲକ୍ ମୁଖ୍ୟାଳୟରେ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଏହା କାର୍ଯ୍ୟକାରୀ ହେବା ନେଇ ସ୍ପଷ୍ଟ କରିଛନ୍ତି ଜିଲ୍ଲାପାଳ। ଗତ କିଛି ଦିନ ହେଲା ପାରଳାଖେମୁଣ୍ଡି ମ୍ୟୁନିସିପାଲିଟି, ପ୍ରତି ପଞ୍ଚାୟତ ସମିତିର ମୁଖ୍ୟାଳୟ ତଥା କିଛି ପଞ୍ଚାୟତ ମାନଙ୍କରେ କୋରୋନା ପଜିଟିଭ ସଂଖ୍ୟା ମାତ୍ରାଧିକ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଏହି ଅଞ୍ଚଳରେ କଣ୍ଟାକ୍ଟ ଟ୍ରେସି୍ଂ, ଫିଭର କ୍ଲିନିକ, ଆଣ୍ଟିଜେନ ଟେଷ୍ଟ, କଣ୍ଟେନମେଣ୍ଟ କଟକଣା ସବୁ ଚାଲିଛି। କୋରୋନା ଭାଇରସକୁ ପ୍ରତିରୋଧ କରିବା ପାଇଁ ପ୍ରଶାସନକୁ ଆଉ କିଛି ପଦକ୍ଷେପ ନେବାକୁ ପଡ଼ିବ ।

ଆଉ ଏହାକୁ ଦୃଷ୍ଟି ଆଗରେ ରଖି ଆଗାମୀ 30 ତାରିଖରୁ (ଗୁରୁବାର) ଠାରୁ ଅଗଷ୍ଟ 2 ତାରିକ (ରବିବାର) ଚାରି ଦିନ ପର୍ଯ୍ୟନ୍ତ ପାରଳାଖେମୁଣ୍ଡି ସହର, କାଶୀନଗର ବିଜ୍ଞାପିତ ଅଞ୍ଚଳ, ପ୍ରତି ପଞ୍ଚାୟତ ସମିତିର ମୁଖ୍ୟାଳୟ, କେରାଣ୍ଡି ଓ କତଲ କଇଠା (ଗୋଷାଣି), ରାଣିପେଣ୍ଠ (କାଶୀନଗର), ଝାମି (ଗୁମ୍ମା) ପଞ୍ଚାୟତକୁ ସଟଡାଉନ ଘୋଷଣା କରାଯାଇଛି । ଏହା ଆଗମୀ ଦିନରେ ମଧ୍ୟ ଲାଗୁ ରହିବ । ସପ୍ତାହର ପ୍ରଥମ ତିନିଦିନ ଲକ୍ ଡାଉନ୍ ଏବଂ ପରବର୍ତି ଚାରିଦିନ ସଟଡାଉନ ରହିବ।

ଏହି ସମୟରେ ଜନସାଧାରଣଙ୍କୁ ପ୍ରଶାସନ ଅନୁରୋଧ କରିଛି ଯେ, ସବୁ ନିୟମ କୁ ସବୁ ମିଳିମିଶି ପାଳନ କଲେ କୋରୋନା ସଂକ୍ରମଣକୁ ରୋକାଯାଇପାରିବ । ଏହି ସଟଡାଉନ ଅବଧି ସମୟରେ କେବଳ ଜରୁରୀକାଳିନ ସ୍ବାସ୍ଥ୍ୟସେବା ଯଥା- ଔଷଧ ଦୋକାନ ହିଁ ଖୋଲାରହିବ । ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଯାନବାହନ କେବଳ ଜିଲ୍ଲାର ମୁଖ୍ୟ ରାସ୍ତାରେ ଯିବା ଆସିବା କରିପାରିବ ।

ଅନ୍ୟ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଯଥା ଦୋକାନ ବଜାର ବନ୍ଦ ରହିବ । ବ୍ୟବସାୟିକ ପ୍ରତିଷ୍ଠାନ ମାନଙ୍କୁ ଦୋକାନ ଆଗରେ ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ଲାଗି ଅନୁରୋଧ କରାଯାଇଛି ।କେବଳ ମାସ୍କ ଲଗାଇଥିବା ବ୍ୟକ୍ତିଙ୍କୁ ହିଁ ଜିନିଷ ଦିଆଯିବ । ଦୋକାନ ସମ୍ମୁଖରେ ଡବଲ୍ ବ୍ୟାରିକେଡ଼ିଂ କରାଯିବ। ଦୋକାନରେ କାମକରୁଥିବା କର୍ମଚାରୀ ଏବଂ ଗ୍ରାହକ ମାନଙ୍କର କୋରୋନା ଲକ୍ଷଣ ଦେଖାଗଲେ ତାଙ୍କୁ ଦୋକାନ ମଧ୍ୟରେ ପ୍ରବେଶ ନକରିବା ସହ ଫିଭର କ୍ଲିନିକକୁ ଯିବା ପାଇଁ ପରାମର୍ଶ ଦେବେ । ଏବଂ ତାଙ୍କ ନାମ ଯଥା ଠିକଣା ପଞ୍ଜିକରଣ କରିବେ । ସୁରକ୍ଷା ଦୃଷ୍ଟି ରୁ ପାରଳାଖେମୁଣ୍ଡି ସ୍ଥିତ ପନିପରିବା ବଜାର ବର୍ତ୍ତମାନ ଥିବା ବଜାର ଛକରୁ ହାଟପଦାକୁ ସ୍ଥାନାନ୍ତରଣ କରାଯାଇଛି ।

କୌଣସି ସରକାରୀ ଅଧିକାରୀ କିମ୍ବା କର୍ମଚାରୀ ମୁଖ୍ୟାଳୟ ଛାଡ଼ି ଯାଇପାରିବେ ନାହିଁ ।ସମସ୍ତ ସରକାରୀ କାର୍ଯ୍ୟାଳୟ ଆବଶ୍ୟକ କରୁଥିବା ଅତି କମ୍ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବେ । ସଟ୍ ଡାଉନ ଅଞ୍ଚଳରୁ କୌଣସି ବ୍ୟକ୍ତି ସହର ବାହାରକୁ ଯାଇପାରିବେ ନାହିଁ ଏବଂ ବାହାରର କୌଣସି ବ୍ୟକ୍ତି ଏହି ଅଞ୍ଚଳ ଭିତରକୁ ଆସିପାରିବେ ନାହିଁ । ସରକାରୀ କାର୍ଯ୍ୟାଳୟକୁ ଜନସାଧାରଣଙ୍କ ପ୍ରବେଶ ନିଷେଧ କରାଯାଇଛି ।

ଏହି ସବୁ ଅଞ୍ଚରେ ରାପିଡ ରେସପନ୍ସ ଟିମ, ଘର ଘର ବୁଲି ଥର୍ମୋ ମିଟର , ପଲ୍ସ ଅକ୍ସିମିଟର, ଆଣ୍ଟିଜେନ କିଟ୍ ମାଧ୍ୟମରେ ସ୍ବାସ୍ଥ୍ୟ ପରୀକ୍ଷା କରିବେ । ଆବଶ୍ୟକ ସ୍ଥଳେ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଆଇସୋଲେସନ ନିମନ୍ତେ କୋଭିଡ଼ କେୟାର ହୋମ୍ କୁ ସ୍ଥାନାନ୍ତରଣ କରାଯିବାର ବ୍ୟବସ୍ଥା କରାଯାଇଛି । ସଟଡାଉନ୍ ସମୟରେ ଉପରୋକ୍ତ ଅଞ୍ଚଳର ସମସ୍ତଙ୍କୁ ଘରେ ରହିବା ପାଇଁ ଅନୁରୋଧ କରାଯାଇଛି । ତହସିଲ୍‌ଦାର ଏବଂ ସରପଞ୍ଚ ତାଙ୍କ ଅଞ୍ଚଳରେ ଆବଶ୍ୟକ ସ୍ଥଳେ ସଂପୃକ୍ତ ଗ୍ରାମପଞ୍ଚାୟତ କିମ୍ବା ଗ୍ରାମ କୁ ସଟ୍ ଡାଉନ୍ ଏବଂ ଲକଡାଉନ୍ ଘୋଷଣା କରିବେ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Last Updated : Jul 28, 2020, 1:49 PM IST

ABOUT THE AUTHOR

...view details