ଓଡିଶା

odisha

By

Published : Oct 10, 2022, 10:48 PM IST

ETV Bharat / state

ନୂଆଗଡ଼ରେ ବିରୁଡ଼ି ଆକ୍ରମଣ, ୧୧ ଆହତ ଜଣେ ଗୁରୁତର

ଗଜପତି ନୂଆଗଡ଼ ଅଞ୍ଚଳରେ ବିରୁଡ଼ି ଆକ୍ରମଣ । ଜଣେ ଗୁରୁତର ଥିବା ବେଳେ ୧୧ ଜଣ ଆହତ ହୋଇଥିବା ଜଣାପଡ଼ିଛି(Wasp attack in Nuagarh of Gajapati) । ଅଧିକ ପଢନ୍ତୁ

ନୂଆଗଡ଼ରେ ବିରୁଡ଼ି ଆକ୍ରମଣ, ୧୧ ଆହତ ଜଣେ ଗୁରୁତର
ନୂଆଗଡ଼ରେ ବିରୁଡ଼ି ଆକ୍ରମଣ, ୧୧ ଆହତ ଜଣେ ଗୁରୁତର

ଗଜପତି: ଜିଲ୍ଲାର ନୂଆଗଡ ବ୍ଲକ କେରେଡାଙ୍ଗ ପଞ୍ଚାୟତର ସାତାରା ଗ୍ରାମରେ ବିରୁଡ଼ି ଆକ୍ରମଣ (Wasp attack in Nuagarh of Gajapati ) । ଗ୍ରାମର ଜୁଏଲ ଗମାଙ୍ଗ (୩୫) ନିଜ ସମ୍ପର୍କୀୟଙ୍କ ସହିତ ପାହାଡ଼ ଉପରକୁ ଯାଇଥିବା ବେଳେ କାଜୁବଣରେ ସେମାନଙ୍କୁ ବିରୁଡ଼ି ଆକ୍ରମଣ କରିଛି । ଫଳରେ ପ୍ରାୟ ୧୧ ଜଣ ଆହତ ହୋଇଥିବା ଜଣେ ଗୁରୁତର ହୋଇପଡ଼ିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ ଆଜି (ସୋମବାର) ସକାଳ ପ୍ରାୟ ୯ଟା ବେଳେ ଜୁଏଲ ନିଜ ସମ୍ପର୍କୀୟଙ୍କ ସହ ପାହାଡ଼ରେ ଲଗାଇଥିବା କାଜୁବାଡ଼ ସଫା କରିବାକୁ ଯାଇଥିଲେ । ତାଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ୫ମହିଳା ଓ ୭ପୁରୁଷ ମୋଟ ୧୨ ଜଣ ସାମିଲ ଥିଲେ । ଏହି ସମୟରେ ସେମାନେ ଏଠାରେ ହଠାତ୍ ବିରୁଡି ଆକ୍ରମଣର ଶିକାର ହୋଇଥିଲେ । ଏହାପରେ ସଙ୍ଗେସଙ୍ଗେ ଗ୍ରାମରେ କିଛି ଲୋକଙ୍କ ସହାୟତାରେ କେରେଡାଙ୍ଗସ୍ଥିତ ରୋଗୀ ଆରୋଗ୍ୟ କେନ୍ଦ୍ରରେ ସେମାନଙ୍କ ପ୍ରାଥମିକ ଚିକିତ୍ସା କରାଯାଇଥିଲା ।

ଏହା ବି ପଢନ୍ତୁ- ଅଗ୍ନିବୀରରେ ସାମଲ ହେବେ ଗଜପତି ଆଶାୟୀ, ଚାଲିଛି ଟ୍ରେନିଂ

ସମ୍ପର୍କୀୟ ୧୧ଜଣଙ୍କ ସ୍ବାସ୍ଥ୍ୟବସ୍ଥା ସୁଧାର ଆସିବା ପରେ ଡାକ୍ତର ସେମାନଙ୍କୁ ଘରକୁ ପଠାଇଥିଲେ । କିନ୍ତୁ ଜୁଏଲଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଖଜୁରୀପଦାସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ଚିକିତ୍ସା ପରେ ଜୁଏଲଙ୍କ ସ୍ବାସ୍ଥ୍ୟ ବର୍ତ୍ତମାନ ଠିକ୍‌ ରହିଥିବା ଡାକ୍ତର ପ୍ରୀତମ ଶାହା ଓ ଜୁଏଲଙ୍କ ସମ୍ପର୍କୀୟ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଗଜପତି

ABOUT THE AUTHOR

...view details