ଓଡିଶା

odisha

ETV Bharat / state

ସରକାର ସ୍କୁଲ୍‌ ମିଶ୍ରଣ କରାଇ ଦେଲେ, ଏବେ ପାଠ ପଢିବା ବଦଳରେ ଛେଳି ଚରାଉଛନ୍ତି ପିଲାଏ - ଆମ୍ବଝରୀ ସ୍କୁଲ

ଗଜପତି ଜିଲ୍ଲା ତାମସିଂ ଗାଁରେ ସ୍କୁଲ ମିଶ୍ରଣ ପର୍ବର ପ୍ରଭାବ। 2018ରୁ ସ୍କୁଲରେ ତାଲା ଝୁଲିବା ପରେ ପାଠରେ ଡୋରି ବାନ୍ଧିଛନ୍ତି 35 ଛାତ୍ରଛାତ୍ରୀ। ସ୍କୁଲକୁ ପୁନଃ ଖୋଲିବାକୁ ଦାବି। ଅଧିକ ପଢନ୍ତୁ

after school merge students not back to class
after school merge students not back to class

By

Published : Feb 9, 2023, 4:44 PM IST

Updated : Feb 9, 2023, 5:56 PM IST

ପାଠ ପଢିବା ବଦଳରେ ଛେଳି ଚରାଉଛନ୍ତି ପିଲାଏ

ପାରଳାଖେମୁଣ୍ଡି:ସଭିଏଁ ପଢିବେ ସଭିଏଁ ବଢିବାର ନାରା ଦେଉଛନ୍ତି ସରକାର। କିନ୍ତୁ ସ୍କୁଲ ମିଶ୍ରଣ ପର୍ବ ଯେମିତି ଏହି ନାରାକୁ ପରିହାସ କଲାପରି ମନେ ହେଉଛି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସୁରକ୍ଷା ପାଇଁ ସରକାର ପ୍ରଣୟନ କରୁଛନ୍ତି ପୁଳାପୁଳା ଯୋଜନା ସତ କିନ୍ତୁ ସ୍କୁଲ ମିଶ୍ରଣ ପର୍ବ ଏବେ ସେମାନଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଛି । ଗଜପତି ତରଙ୍ଗଡା ପଞ୍ଚାୟତର ତାମସିଂ ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ଅନ୍ୟ ଏକ ସ୍କୁଲରେ ମିଶ୍ରଣ ପରେ ପାଠପଢା ଯେମିତି ସାତ ସପନ ପାଲଟିଛି ଗ୍ରାମରେ ଥିବା ପିଲାଙ୍କ ପାଇଁ ।

20ଜଣରୁ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲକୁ ବନ୍ଦ କରିଦେବା ଏବଂ ନିକଟସ୍ଥ ସ୍କୁଲ୍‌ରେ ସାମିଲ କରାଇବା ପାଇଁ ସରକାରୀ ନିର୍ଦ୍ଦେଶ ଜାରି ହେବା ପରେ ଗଜପତି ଜିଲ୍ଲାର ଅନେକ ସ୍କୁଲରେ ତାଲା ପଡିଛି । ଫଳରେ ସେହି ଗାଁର ଅଧିକାଂଶ ପିଲା ନିଜ ପାଠ ପଢାରେ ଡୋରି ବାନ୍ଧି ଛେଳି ଚରାଇବା କିମ୍ବା ଖେଳିବାରେ ଏବେ ବ୍ୟସ୍ତ । ଗୋଟିଏ ପଟେ ସରକାର ଶିକ୍ଷାର ବିକାଶ ପାଇଁ ସ୍ମାର୍ଟ ସ୍କୁଲ ନିର୍ମ।ଣ କରୁଛନ୍ତି, କିନ୍ତୁ ଅନ୍ୟପଟେ ଗ୍ରାମାଞ୍ଚଳ ପିଲାଙ୍କ ଶିକ୍ଷା ପାଇଁ ସତେ ଯେମିତି ଆଖି ବୁଜି ଦେଇଛନ୍ତି । ଏହି ଗାଁରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ରହିଥିଲା । ତାମସିଂ ଗାଁ ସମେତ ତଳ ପାଙ୍ଗୁଡା, ତଳ ତାମସିଂ ଆଦି ଗାଁର ପିଲାମାନେ ଏହି ବିଦ୍ୟାଳୟରେ ପାଠ ପଢୁଥିଲେ । ହେଲେ 2018 ମସିହାରେ କମ୍ ଛାତ୍ରଛାତ୍ରୀ ଥିବା ଦର୍ଶାଇ ବିଦ୍ୟାଳୟକୁ ବନ୍ଦ କରିଦିଆଯିବା ସହ ଏହାକୁ 7କିମି ଦୂର ଆମ୍ବଝରୀ ସ୍କୁଲରେ ସାମିଲ କରାଯାଇଥିଲା ।

ପିଲାମାନେ 7 କିମି ପାହାଡିଆ ରାସ୍ତା ଦେଇ ଯାତାୟତ କରିବା ସମ୍ଭବ ହେଉନଥିବାରୁ ସେମାନେ ପାଠପଢାରେ ଶେଷରେ ଡୋରି ବାନ୍ଧିଛନ୍ତି । ଫଳରେ ଏହି ଗାଁରେ ଥିବା ପ୍ରାୟ 35ଜଣ ପିଲା ଏବେ ଗାଇ ଚରାଇବା, ଛେଳି ଚରାଇବା କିମ୍ବା ଖେଳକୁଦରେ ନିଜର ସମୟ ବିତାଉଛନ୍ତି । ତେଣୁ ସରକାର ତୁରନ୍ତ ଗାଁରେ ଥିବା ସ୍କୁଲକୁ ପୁନଃ ଆରମ୍ଭ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଜିଲ୍ଲାର ବିଭିନ୍ନ ସ୍ଥାନରେ ସରକାର 5ଟି ସ୍କୁଲ ନିର୍ମ।ଣ କରି ସ୍ମାର୍ଟ କ୍ଲାସରେ ପିଲାଙ୍କୁ ପଢାଇବା ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏଭଳି ସ୍ଥିତିରେ ଦୁର୍ଗମ ଅଞ୍ଚଳରେ ରହୁଥିବା ପିଲାଙ୍କ ଭବିଷ୍ୟତକୁ ନେଇ ଶିକ୍ଷା ବିଭାଗର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।

ଏନେଇ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୋଷ କୁମାର ନାୟକଙ୍କ ସହ ଯୋଗାଯୋଗ କରାଯିବାରେ ସ୍କୁଲ ବନ୍ଦକୁ ନେଇ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ସେହି ଅନୁସାରେ ଏହି ସ୍କୁଲ ବି ବନ୍ଦ ହୋଇଛି । ତେବେ ଏହାକୁ ନେଇ ମାମଲା ହୋଇଛି । ଯାହା କୋର୍ଟରେ ବିଚାରାଧୀନ ରହିଛି । ତେଣୁ ଏବେ ବନ୍ଦ ଥିବା ସ୍କୁଲକୁ ପୁନଃ କାର୍ଯ୍ୟକ୍ଷମ କରିବା ସମ୍ଭବ ହେଉନାହିଁ। ଏହାକୁ ନେଇ ସରକାରୀନ ନିଷ୍ପତି ଅପରେକ୍ଷା କରାଯାଇଛି ବୋଲି ସେ କହିଛନ୍ତି । ଛାତ୍ରଛାତ୍ରୀ କମ ଥିବା ଦର୍ଶାଇ ସ୍କୁଲ ବନ୍ଦ କରିଦେବା ପରେ ତାହା ବର୍ତ୍ତମାନ ପରିତ୍ୟକ ଅବସ୍ଥାରେ ପଡିରହିଛି । ଅନ୍ୟପଟେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇଛି । ତେବେ ଏଥିରେ କେବେ ସୁଧାର ଆସୁଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଗଜପତି

Last Updated : Feb 9, 2023, 5:56 PM IST

ABOUT THE AUTHOR

...view details