ଓଡିଶା

odisha

ETV Bharat / state

ଗଜପତି ଗସ୍ତରେ ରାଜ୍ୟ ଭିନ୍ନକ୍ଷମ କମିଶନର, ବିଭିନ୍ନ ଯୋଜନା ଉପରେ ଆଲୋଚନା - ରାଜ୍ୟ ଭିନ୍ନକ୍ଷମ କମିଶନରଙ୍କ ଗଜପତି ଗସ୍ତ

ରାଜ୍ୟ ଭିନ୍ନକ୍ଷମ କମିଶନର ଗଜପତି ଗସ୍ତରେ ଯାଇ ଭିନ୍ନକ୍ଷମଙ୍କ ବିଭିନ୍ନ ଯୋଜନା ଉପରେ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ...

ରାଜ୍ୟ ଭିନ୍ନକ୍ଷମ କମିଶନରଙ୍କ ଗଜପତି ଗସ୍ତ, ବିଭିନ୍ନ ଯୋଜନା ଉପରେ ଆଲୋଚନା
ରାଜ୍ୟ ଭିନ୍ନକ୍ଷମ କମିଶନରଙ୍କ ଗଜପତି ଗସ୍ତ, ବିଭିନ୍ନ ଯୋଜନା ଉପରେ ଆଲୋଚନା

By

Published : Feb 26, 2021, 12:47 PM IST

ଗଜପତି: ଜିଲ୍ଲାର ପାରଳାଖେମୁଣ୍ଡିସ୍ଥିତ ସିସିଡି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ଭିନ୍ନକ୍ଷମଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ଭିନ୍ନକ୍ଷମ କମିଶନର ସୁଲୋଚନା ଦାସ ଯୋଗ ଦେଇଛନ୍ତି । ତେବେ ଏହି କାର୍ଯ୍ୟକ୍ରମରେ ଭିନ୍ନକ୍ଷମଙ୍କ ଅଧିକାର, ଅଧିନିୟମ-2016 ଏବଂ ସେମାନଙ୍କ ବିଭିନ୍ନ ସରକାରୀ ଯୋଜନା ସହାୟତା ଓ ଅଭିଯୋଗ ଉପରେ ଶୁଣାଣି ହୋଇଛି ।

ଜିଲ୍ଲାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧିକାରୀ କଲ୍ୟାଣୀ ଦାସ ଏହି କାର୍ଯ୍ୟକ୍ରମରେ ସଭାପତିତ୍ବ କରି ଭିନ୍ନକ୍ଷମଙ୍କ ପାଇଁ ଉଦ୍ଧିଷ୍ଟ ବିଭିନ୍ନ ସରକାରୀ ଯୋଜନା ସହାୟତାର ଦିଗ ସମ୍ପର୍କରେ କହିଥିଲେ । ରାଜ୍ୟ ଭିନ୍ନକ୍ଷମ କମିଶନର ସୁଲୋଚନା ଦାସ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଭିନ୍ନକ୍ଷମଙ୍କ ଅଧିକାର ଓ ଅଧିନିୟମ-୨୦୧୬ର ବିଭିନ୍ନ ଦିଗ ସମ୍ପର୍କରେ କହି ସେମାନେ କିଭଳି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ସେ ସମ୍ପର୍କରେ କହିଥିବା ସୂଚନା ମିଳିଛି ।

ରାଜ୍ୟ ଭିନ୍ନକ୍ଷମ କମିଶନରଙ୍କ ଗଜପତି ଗସ୍ତ, ବିଭିନ୍ନ ଯୋଜନା ଉପରେ ଆଲୋଚନା

ମୁଖ୍ୟତଃ ଭାବେ ଭିନ୍ନକ୍ଷମଙ୍କ ମଧ୍ୟରେ ନିଜର ପ୍ରତିଭା ପ୍ରତିପାଦିତ କରିବା ପାଇଁ ଭିନ୍ନକ୍ଷମଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବାର ଆବଶ୍ୟକତା ରହିଛି, ଏହା କାର୍ଯ୍ୟକାରୀ ହୋଇ ପାରିଲେ ସେମାନଙ୍କ ଅଧିକାର ସୁନିଶ୍ଚିତ ହେବା ସହ ସେମାନେ ସମ୍ମାନର ସହ ବଞ୍ଚି ପାରିବେ ଏବଂ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ବୋଲି କହିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଓଡିଶା ବିକଳାଙ୍ଗ ମଞ୍ଚର ରାଜ୍ୟ ସଭାପତି ନିରଞ୍ଜନ ବେହେରା, ଭିନ୍ନକ୍ଷମ ଅନୁଷ୍ଠାନ ସମର୍ଥର ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ମହାରଣା ପ୍ରମୁଖ ଯୋଗ ଦେଇ ଭିନ୍ନକ୍ଷମ ଅନୁଷ୍ଠାନର କାର୍ଯ୍ୟକ୍ରମ ବିଭିନ୍ନ କ୍ଷେତ୍ରରେ ଭିନ୍ନକ୍ଷମଙ୍କୁ ସାହାଯ୍ୟ ଓ ସହଯୋଗ ଯୋଗାଇ ଦିଆଯାଇଥିବା ସମ୍ପର୍କରେ ଆଲୋଚନା କରିଥିଲେ । ସିସିଡି ଅନୁଷ୍ଠାନର ମୁଖ୍ୟ ଜଗନ୍ନାଥ ରାଜୁ ଭିନ୍ନକ୍ଷମଙ୍କୁ ଆତ୍ମନିର୍ଭରଶୀଳ ହେବା ଦିଗରେ କରାଯାଉଥିବା ବିଭିନ୍ନ ପ୍ରୟାସ ସମ୍ପର୍କରେ ଅବଗତ କରାଇଥିଲେ ।

ଏହି ଅବସରରେ ରାଜ୍ୟ ଭିନ୍ନକ୍ଷମ କମିଶନର ଭିନ୍ନକ୍ଷମଙ୍କ ପକ୍ଷରୁ ବ୍ୟକ୍ତିଗତ ଓ ସାମୂହିକ ଭାବେ ୧୮ ଗୋଟି ଅଭିଯୋଗ ଗ୍ରହଣ କରିଥିଲେ । ଅନ୍ୟପକ୍ଷରେ ଭିନ୍ନକ୍ଷମଙ୍କୁ ରାଜ୍ୟ କମିଶନର ଜଣେ ଭିନ୍ନକ୍ଷମଙ୍କୁ ସାହା ବାଡ଼ି ଓ ୩ ଜଣଙ୍କୁ ଟ୍ରାଇ-ସାଇକଲ ବଣ୍ଟନ କରିଥିଲେ । ରାଜ୍ୟ ଭିନ୍ନକ୍ଷମ କାର୍ଯ୍ୟାଳୟ ଆନୁକୂଲ୍ୟରେ ଏବଂ ଜିଲ୍ଲା ପ୍ରଶାସନ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ଭିନ୍ନକ୍ଷମଙ୍କ ଅଧିକାର ଓ ଅଧିନିୟମ-୨୦୧୬ ଏବଂ ସେମାନଙ୍କ ବିଭିନ୍ନ ସରକାରୀ ଯୋଜନା, ସହାୟତା ଓ ଅଭିଯୋଗ ଉପରେ ଶୁଣାଣି ହୋଇଥିଲା ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details