ଗଜପତି:ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମ।ଣ ହୋଇଥିବା ସୁନ୍ଦର୍ ଘରକୁ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ପୁରସ୍କାର ପାଇବା ପାଇଁ ଓଡିଶାରେ ତିନି ଜଣଙ୍କୁ ଚୟନ କରାଯାଇଛି । ସେହି ତିନି ଜଣଙ୍କ ମଧ୍ୟରୁ ଜଣେ ଗଜପତି ଜିଲ୍ଲା କାଶୀନଗର ଗ୍ରାମର ହୋଇଥିବା ଯୋଗୁଁ ଏହା ଜିଲ୍ଲାରେ ଚର୍ଚ୍ଚ।ର ବିଷୟ ପାଲଟିଛି । ଗଜପତି ଜିଲ୍ଲାର ଏକମାତ୍ର ବିଜ୍ଞାପିତ ଅଞ୍ଚଳ ପରିଷଦ କାଶୀନଗର ହୋଇଥିବାବେଳେ ଏହି ଅଞ୍ଚଳର ଅଧିକାଂଶ ଲୋକେ ଚାଷୀ ଓ ଶ୍ରମିକ କାମ କରି ଲାକେ ଜୀବନ ଅତିବାହିତ କରିଥାନ୍ତି । କାଶୀନଗର ଗ୍ରାମର ଜଣେ ଆବାସ ଯୋଜନା ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମାଦୀଙ୍କ ଠାରୁ ଡାକରା ଆସିବା ନେଇ କାଶୀନଗରବାସୀ ବହୁ ଗର୍ବ ଅନୁଭବ କରୁଥିବା କହିଛନ୍ତି ।
ସେହି ବ୍ୟକ୍ତି ଜଣକ ହେଲେ କାଶୀନଗର 4ନଂ ବାର୍ଡରେ ବସବାସ କରୁଥିବା ପାଲାକି ସଞ୍ଜୀବ ରାଓ । ସେ ଜଣେ ଗରିବ ଚାଷୀ ଓ ରାଷେୟାଭାବେ କାର୍ଯ୍ୟ କରୁଥିବାବେଳେ ଅନ୍ୟପଟେ ରହିବା ପାଇଁ ଘର ଯୋଗୁଁ ଚିନ୍ତା ପଡିଯାଇଥିଲେ । ହେଲେ ତାଙ୍କ ସପ୍ନ ଥିଲା ଘର ବନେଇବା, ସେ ବହୁଦିନ ହେଲା ଅପେକ୍ଷା କରି ରହିଥିବା ସ୍ବପ୍ନ ସାକାର ହୋଇଥିବା ଜଣାଇଛନ୍ତି । ସେ ଜଣେ ଗରୀବ ଘରର ଲୋକ ହୋଇଥିବା ଯୋଗୁଁ ଘର ତିଆରି କରିବା ବହୁ କଷ୍ଟକର ହୋଇପଡିଥିଲା । ସେହି ସମୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଙ୍କ ଘର ପାଇଁ ଏକ ସୁଯାଗ ଆଣିଦେଇଥିଲା । ଏହି ଯାଜନାର ଦୁଇ ଲକ୍ଷ ଅର୍ଥ ରାଶି ସହାୟତାରେ ବର୍ତ୍ତମାନ ଏକ ସୁନ୍ଦର ଘର ପାଇଥିବା ସେ କହିଛନ୍ତି ।