ଓଡିଶା

odisha

ETV Bharat / state

ଉପଖଣ୍ଡ ଚିକିତ୍ସାଳୟ ପ୍ରତିଷ୍ଠା ପାଇଁ ଦାବିପତ୍ର - ଆର.ଉଦୟଗିରି

ଆର.ଉଦୟଗିରି ସହରରେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟର ଥିବା ସତ୍ତ୍ବେ ସହରର ଉପଖଣ୍ଡ ଚିକିତ୍ସାଳୟଟିଏ ଏପର୍ଯ୍ୟନ୍ତ ନିର୍ମାଣ ହୋଇନାହିଁ । ଯାହାକୁ ନେଇ ଆର.ଉଦୟଗିରି ଯୁବକସଂଘ ମିଳିତ ଭାବେ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ଅଧିକ ପଢ଼ନ୍ତୁ...

R.Udayagiri yuvak sangh, memorandum to gajapati district collector, construction of subdivision  hospital, ଉପଖଣ୍ଡ ଚିକିତ୍ସାଳୟ ପ୍ରତିଷ୍ଠା, ଆର.ଉଦୟଗିରି, ଗଜପତି  ଆର.ଉଦୟଗିରି
ଉପଖଣ୍ଡ ଚିକିତ୍ସାଳୟ ପ୍ରତିଷ୍ଠା ପାଇଁ ଦାବିପତ୍ର

By

Published : Jun 12, 2021, 6:51 PM IST

ଗଜପତି: ଜିଲ୍ଲାର ଆର.ଉଦୟଗିରି ସହର ଜିଲ୍ଲାର କେନ୍ଦ୍ରସ୍ଥଳୀଭାବେ ପରିଚିତ ଥିବାବେଳେ ଏଠାରେ ଆବଶ୍ୟକ ସଂଖ୍ୟକ ସମସ୍ତ ସରକାରୀ କାର୍ଯ୍ୟାଳୟ ବିଦ୍ୟମାନ । ଏହି ଅଞ୍ଚଳରେ ଦଶହଜାରରୁ ଊର୍ଦ୍ଧ୍ବ ଲୋକ ବସବାସ କରନ୍ତି । ଅନ୍ୟପଟେ ବହୁବର୍ଷ ପୂର୍ବରୁ ହିଁ ଏହି ଅଞ୍ଚଳରେ ବହୁ ସରକାରୀ କାର୍ଯ୍ୟାଳୟ ପ୍ରତିଷ୍ଠା ଲାଭ କରିଥିବାରୁ ଆର.ଉଦୟଗିରି ସହର ଜିଲ୍ଲାର ଦ୍ବିତୀୟ ସଦର ମହକୁମା ଭାବେ ଖ୍ୟାତି ଅର୍ଜନ କରିପାରିଛି । ତେବେ ଏସବୁ ସତ୍ତ୍ବେ ସହରର ଉପଖଣ୍ଡ ଚିକିତ୍ସାଳୟଟିଏ ଏପର୍ଯ୍ୟନ୍ତ ନିର୍ମାଣ ହୋଇନାହିଁ ।

ଉପଖଣ୍ଡ ଚିକିତ୍ସାଳୟ ପ୍ରତିଷ୍ଠା ପାଇଁ ଦାବିପତ୍ର

ଆର.ଉଦୟଗିରି ସହରରେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟର ଉପସ୍ଥିତି ସହରର ସୌନ୍ଦର୍ଯ୍ୟକୁ ଆହୁରି ଦ୍ବିଗୁଣିତ କରିଛି । ସେପଟେ ଏହି ଅଞ୍ଚଳ ଜିଲ୍ଲାର ମଧ୍ୟଭାଗରେ ଅବସ୍ଥାନ କରିଥିବା ହେତୁ ବେପାର ବାଣିଜ୍ୟରେ ଜିଲ୍ଲାରେ ଖ୍ୟାତି ଅର୍ଜନ କରିପାରିଛି ହେଲେ ବିଡମ୍ବନାର ବିଷୟ ଯେ ଏହି ଅଞ୍ଚଳରେ ଉପଖଣ୍ଡ ଚିକିତ୍ସାଳୟଟିଏ ଏପର୍ଯ୍ୟନ୍ତ ନିର୍ମାଣ ହୋଇପାରିଲା ନାହିଁ । ଯାହାଫଳରେ ଏଠାକାର ଅଞ୍ଚଳବାସୀ ସ୍ବାସ୍ଥ୍ୟ ଜନିତ ସମସ୍ୟା ନେଇ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏଠାରେ ଏକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ହୋଇଛି କିନ୍ତୁ ଆବଶ୍ୟକ ଯନ୍ତ୍ରପାତି, ସ୍ତ୍ରୀରୋଗ ପାଇଁ ସ୍ବତନ୍ତ୍ର ଯନ୍ତ୍ରପାତି, ଏକ୍ସରେ ଭଳି ଅନେକ ଚିକିତ୍ସା ସୁବିଧା ନଥିବାରୁ ଦୂରଦୂରାନ୍ତରୁ ଆସୁଥିବା ରୋଗୀମାନେ ହନ୍ତସନ୍ତ ହେଉଛନ୍ତି । ବିଭିନ୍ନ ସମୟରେ ଗୁରୁତରଙ୍କୁ ଜିଲ୍ଲା ଚିକିତ୍ସାଳୟ ପାରଳାଖେମୁଣ୍ଡି କିମ୍ବା ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଉଛି ଏବଂ ଅନେକ ସମୟରେ ରୋଗୀକୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସାଳୟକୁ ନେବା ସମୟରେ ଅଧା ରାସ୍ତାରେ ହିଁ ରୋଗୀର ମୃତ୍ୟୁ ହେଉଛି । ତେଣୁ ଏହି ଅଞ୍ଚଳରେ ଏକ ଉପଖଣ୍ଡ ଚିକିତ୍ସାଳୟ ପ୍ରତିଷ୍ଠା କରିବାଲାଗି ଶନିବାର ସ୍ଥାନୀୟ ଆର.ଉଦୟଗିରି ଯୁବକସଂଘ ମିଳିତ ଭାବେ କୋଭିଡ ନିୟମକୁ ମାନି ଜିଲ୍ଲାପାଳଙ୍କ ଉଦେଶ୍ୟରେ ଆର.ଉଦୟଗିରି ଗୋଷ୍ଠୀଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ନାୟକଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।

ଆଗାମୀ ଦିନରେ ଯଦି ଆର.ଉଦୟଗିରି ଅଞ୍ଚଳରେ ଉପଖଣ୍ଡ ଚିକିତ୍ସାଳୟ ପ୍ରତିଷ୍ଠା ନହୁଏ ତାହାହେଲେ ଯୁବକ ସଙ୍ଘର ସମସ୍ତ ସଦସ୍ୟ ଏକତ୍ରିତ ହୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି ଯୁବକ ସଂଘର ବରିଷ୍ଠ ସଦସ୍ୟ କମଳାକାନ୍ତ ମାଳବିଷୋୟୀ ଓ ସାଗର ପ୍ରଧାନ ସୂଚନା ଦେଇଛନ୍ତି । ତେବେ ଯୁବକ ସଂଘର ଏପରି ଏକ ନିଆରା ପ୍ରୟାସକୁ ସହରର ବୁଦ୍ଧିଜୀବିମାନେ ପ୍ରଶଂସା କରିବାସହ ସମର୍ଥନ ଜଣାଇଥିବା ଦେଖିବାକୁ ମିଳିଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details