ଗଜପତି: ୧୫ ଦିନ ହେଲାଣି ଲୋକଙ୍କୁ ମିଳୁନି ପିଇବା ପିଇବା ପାଣି । ମୁନ୍ଦାଏ ପାଣି ପାଇଁ ଶେଷରେ ହାଣ୍ଡି, ବାଲଟି ଧରି ରାଜରାସ୍ତା ରୋକ୍ କରିବାକୁ ବାଧ୍ୟ ହୋଇଛନ୍ତି । ଗଜପତି ଜିଲ୍ଲା ଆର.ଉଦୟଗିରି ମୁଖ୍ୟ ବଜାରରେ ଆଜି(ସୋମବାର) ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଦୀର୍ଘଦିନ ହେଲା ପମ୍ପ କର୍ମଚାରୀ ସଂଘ ବିଭିନ୍ନ ଦାବି ନେଇ ଧାରଣା ଦେଇଛନ୍ତି । ଯାନ୍ତ୍ରିକ ତ୍ରୁଟି ଥିବା ଯୋଗୁଁ ସମ୍ପୂର୍ଣ୍ଣ ଆର.ଉଦୟଗିରି ଅଞ୍ଚଳକୁ ଜଳ ଯୋଗାଣ ବନ୍ଦ ରହିଛି । ଏହାକୁ ନେଇ ସୋମବାର ସକାଳ ୭ଟାରୁ ଦିନ ୯.୩୦ ପର୍ଯ୍ୟନ୍ତ ରାସ୍ତାରୋକ କରିଥିଲେ ସହରବାସୀ ।
ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ରହିଥିବାରୁ ଘଟଣାସ୍ଥଳରେ ଏକ ପ୍ଲାଟୁନ ପୋଲିସ ମୁତୟନ ହୋଇଥିଲା । ତେବେ କୌଣସି ପଞ୍ଚାୟତ ଅଧିକାରୀ କିମ୍ବା ପ୍ରଶାସନିକ ଅଧିକାରୀଙ୍କ ଦେଖା ମିଳିନଥିଲା ଯାହା ଫଳରେ ଲୋକ ରାସ୍ତାରୋକରୁ ହଟିନଥିଲେ । ସପ୍ତାହିକ ହାଟରେ ରାସ୍ତାରୋକରେ ପ୍ରବଳ ଭିଡ଼ ରାସ୍ତାର ଉଭୟ ପାର୍ଶ୍ବରେ ଶହଶହ ସଂଖ୍ୟାରେ ଯାନବାହାନ ଅଟକି ରହିଥିଲା ।