ଓଡିଶା

odisha

ETV Bharat / state

ଗଜପତିକୁ ଫେରିଲା ମହାବଳ, ଧରାପକାଇ ଦେଲା ଟ୍ରାପ କ୍ୟାମେରା - କ୍ୟାମେରାରେ କଏଦ ହେଲା ବାଘ

Royal bengal tiger terrorମାସକ ପରେ ପୁଣି ଗଜପତିରେ ଦେଖା ଦେଇଛି ବାଘର ଭୟ । ଟ୍ରାପ କ୍ୟାମେରାରେ କଏଦ ହୋଇଛି ଗାଈକୁ ମାରି ଖାଉଥିବାର ଚିତ୍ର । ଅଧିକ ପଢ଼ନ୍ତୁ

ମହାବଳକୁ ନେଇ କୋକୁଆ ଭୟ
ମହାବଳକୁ ନେଇ କୋକୁଆ ଭୟ

By ETV Bharat Odisha Team

Published : Nov 22, 2023, 8:06 PM IST

ମହାବଳକୁ ନେଇ କୋକୁଆ ଭୟ

ଗଜପତି: ଆତଙ୍କ ଖେଳାଇଛି ବାଘ । ମାସକ ପରେ ପୁଣି ଗଜପତିରେ ଦେଖା ଦେଇଛି ବାଘର ଭୟ । ଗତ ଅକ୍ଟୋବର ମାସ 20 ତାରିଖରେ ଦେଖା ଦେଇଥିବା ମହାବଳ କିଛି ଦିନ ପାଇଁ ଆନ୍ଧ୍ର ପଟକୁ ଚାଲିଯାଇଥିବା ବେଳେ 2 ଦିନ ହେବ ପୁଣି ଫେରିଛି । ବାଘକୁ ଠାବ କରିବା ପାଇଁ ବନ ବିଭାଗ ପକ୍ଷରୁ ଲାଗାଯାଇଥିବା ଟ୍ରାପ କ୍ୟାମେରାରେ କଏଦ ହୋଇଛି ଗାଈକୁ ମାରି ଖାଉଥିବାର ଚିତ୍ର । ଏଭଳି ଦୃଶ୍ୟ ସାମ୍ନାକୁ ଆସିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି । ତେବେ ବାଘ ଉପରେ ବନ ବିଭାଗ ତୀକ୍ଷ୍ନ ନଜର ରଖିଛି । ତେଣୁ ଭୟ କରିବାର କିଛି କାରଣ ନାହିଁ । କେବଳ ସତର୍କରେ ରହି ବନ ବିଭାଗକୁ ସହଯୋଗ କରିବା ପାଇଁ ବିଭାଗୀୟ ଅଧିକାରୀ କହିଛନ୍ତି ।

ଗତ 2 ଦିନ ତଳେ ପାରଳାଖେମୁଣ୍ଡି ଠାରୁ ମାତ୍ର ଦୁଇ କିମି ଦୂର ଆନ୍ଧ୍ରର ସରାଳି ନିକଟରେ ଏକ ମହାବଳ ବାଘ ଠାବ ହୋଇଥିବା ବେଳେ ଆଜି ସକାଳୁ ଗଜପତି ଜିଲ୍ଲା ରାୟଗଡ ଠାରୁ ମାତ୍ର ୫କିମି ଦୂର ଅଁଳାବର ଗାଁ ନିକଟରେ ଲୋକେ ଏକ ଗାଈକୁ ବାଘ ମାରି ଖାଉଥିବାର ଚିତ୍ର ସାମ୍ନାକୁ ଆସିଛି । ଦେବଗିରି ପାଦଦେଶରେ ଥିବା ଅଁଳାବର ଗାଁର ଏକ ଗାଇକୁ ଗତକାଲି ଘୋଷାରି ନେଇ ଦରଖିଆ ଅବସ୍ଥାରେ ଛାଡିଥିବା ଗାଈକୁ ରାତି ପ୍ରାୟ 8ଟା ବେଳେ ଗାଇର ବଳକା ଅଂଶକୁ ଖାଉଥିବାର ଚିତ୍ର ବନ ବିଭାଗର ଟ୍ରାପ କ୍ୟାମେରାରେ କଏଦ ହୋଇଛି । ବାଘ ଗାଈକୁ ଖାଇବାର ଏବଂ ବଣରେ ବୁଲିବା ଫଟୋ ବନବିଭାଗ ସାର୍ବଜନୀନ କରିଛି । ବାଘର ଗତିବିଧି ଜାଣିବା ପାଇଁ ବିଭିନ୍ନ ସ୍ଥାନରେ 5ଟି ଟ୍ରାପ କ୍ୟାମେରା ଲାଗାଇବା ସହ ୫ଟି ୭ ଜଣିଆ ଟିମ୍ ଗଠନ କରି ମୁତୟନ କରାଯାଇଥିବା ପାରଳାଖେମୁଣ୍ଡି ଏସିଏଫ ଅଶୋକ ବେହେରା କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.....ପୁଣି ଗଜପତି ମୁହାଁ ମହାବଳ, ଅଘଟଣକୁ ଅପେକ୍ଷା କରିଛି ବନ ବିଭାଗ !

ତେବେ ଗତକାଲି ଗାଈ ନିଖୋଜ ହେବାପରେ ଖୋଜିବା ପାଇଁ ଯାଇଥିବା ଗାଁର କିଛି ବ୍ୟକ୍ତି ବାଘକୁ ଦେଖି ଭୟରେ ଘରକୁ ଚାଲି ଆସିଥିଲେ । ଏହାପରେ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗର ଅଧିକାରୀମାନେ ଗାଁରେ ପହଁଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଗଜପତି ଜିଲ୍ଲା ମହେନ୍ଦ୍ରଗିରି ବନାଞ୍ଚଳ ଅନ୍ତର୍ଗତ ରାୟଗଡ ବ୍ଲକ ଗଣ୍ଡାହାତୀ ଅଞ୍ଚଳରେ ଗତ ମାସକ ତଳେ ଆତଙ୍କ ଖେଳାଇଥିବା ମହାବଳ ବାଘ ପୁଣି ଗଜପତି ଜିଲା ପାଇଁ ଆତଙ୍କ ସୃଷ୍ଟି କରିଛି । ଗତ ଏକ ମାସ ହେଲା ମହାବଳ ବାଘ ଗଜପତି ଜିଲ୍ଲା ଏବଂ ଏହାର ଆଖପାଖ ଆନ୍ଧ୍ର ଅଞ୍ଚଳରେ ବୁଲିବା ସହ ଅନେକ ପ୍ରାଣୀଙ୍କ ଜୀବନ ନେଲାଣି ।

ଯଦିଓ ବର୍ତ୍ତମାନ ସୁଦ୍ଧା କୌଣସି ଲୋକଙ୍କ ପ୍ରାଣ ଯାଇନାହିଁ, ତଥାପି ଏହା ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି । ତେଣୁ ପିଲାମାନେ ସ୍କୁଲ ଯିବା କିମ୍ବା ସାଧାରଣ ଲୋକେ କୌଣସି କାମରେ ବାହାରକୁ ଯିବାକୁ ସାହସ କରିପାରୁନାହାନ୍ତି । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ବାଘକୁ ଧରିବା ପାଇଁ ଏବଂ ଏହି ଦିଗରେ ଧ୍ୟାନ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ସେପଟେ ବନ ବିଭାଗ ଅଧିକାରୀମାନେ ବିଭିନ୍ନ ଗାଁ ବୁଲି ଲୋକଙ୍କୁ ରାତିରେ ଘରୁ ନବାହାରିବା ସହ ଏକାକୀ କୌଣସି ନିର୍ଜନ ସ୍ଥାନକୁ ନଯିବା ପାଇଁ ସଚେତନ କରୁଥିବା ପାରଳାଖେମୁଣ୍ଡି ଏସିଏଫ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଗଜପତି

ABOUT THE AUTHOR

...view details