ଓଡିଶା

odisha

ETV Bharat / state

ମହେନ୍ଦ୍ରଗିରି ବନାଞ୍ଚଳରେ ବୁଲୁଛି ମହାବଳ ବାଘ, ଭୟରେ ଗ୍ରାମବାସୀ - ଗଜପତିରେ ମହାବଳ ବାଘ ଆତଙ୍କ

ମହେନ୍ଦ୍ରଗିରି ବନାଞ୍ଚଳରେ ବୁଲୁଛି ମହାବାଳ ବାଘ । ବାଘ ପାଦ ଚିହ୍ନ ସନ୍ଧାନ ପାଇବା ପରେ ଏହା କେଉଁ ପ୍ରକାରର ବାଘ ଜାଣିବାକୁ ଖୋଦ୍ ବନ ବିଭାଗ ଲଗାଇଥିଲା ସିସିଟିଭି । ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଚିତ୍ର ଏହା ଏକ ମହାବଳ ବାଘର ପାଦ ଚିହ୍ନ ବୋଲି ସ୍ପଷ୍ଟ କରିଛି । ଅଧିକ ପଢନ୍ତୁ

ମହେନ୍ଦ୍ରଗିରି ବନାଞ୍ଚଳରେ ବୁଲୁଛି ମହାବଳ ବାଘ, ଭୟରେ ଗ୍ରାମବାସୀ
ମହେନ୍ଦ୍ରଗିରି ବନାଞ୍ଚଳରେ ବୁଲୁଛି ମହାବଳ ବାଘ, ଭୟରେ ଗ୍ରାମବାସୀ

By ETV Bharat Odisha Team

Published : Oct 22, 2023, 6:38 PM IST

Updated : Oct 22, 2023, 7:17 PM IST

ମହେନ୍ଦ୍ରଗିରି ବନାଞ୍ଚଳରେ ବୁଲୁଛି ମହାବଳ ବାଘ

ଗଜପତି: ମହେନ୍ଦ୍ରଗିରି ବନାଞ୍ଚଳରେ ବୁଲୁଛି ମହାବାଳ ବାଘ । ବାଘ ପାଦ ଚିହ୍ନ ସନ୍ଧାନ ପାଇବା ପରେ ଏହା କେଉଁ ପ୍ରକାରର ବାଘ ତାହା ଜାଣିବାକୁ ବନ ବିଭାଗ ସିସିଟିଭି ଲଗାଇଥିଲା । ତେବେ ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଚିତ୍ର ଏହା ଏକ ମହାବଳ ବାଘର ପାଦ ଚିହ୍ନ ବୋଲି ସ୍ପଷ୍ଟ କରିଛି । ଏନେଇ ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ଅଶୋକ କୁମାର ବେହେରା ସୂଚନା ଦେଇଛନ୍ତି ।

ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଣ୍ଡାହାତୀ ପଞ୍ଚାୟତ ଅଧୀନ ସନ୍ତୋଷପୁର ଗ୍ରାମରେ ଗତ ତିନି ଦିନ ଧରି ବାଘ ଆତଙ୍କରେ ରହିଛନ୍ତି ଗ୍ରାମବାସୀ । ସନ୍ତୋଷପୁର ଗ୍ରାମର ନୃସିଂହ ନାୟକଙ୍କ ଏକ ଗାଈକୁ ନିଜ ଘର ଠାରୁ ଅଳ୍ପ ଦୂରରେ ଥିବା ଏକ ଗଛରେ ବାନ୍ଧିଥିଲେ । କୌଣସି ଏକ ଅଜଣା ହିଂସ୍ର ଜନ୍ତୁ ଗାଇକୁ ଘୋଷାରି ଗାଁ ଠାରୁ ଅଳ୍ପ ଦୂର ଏକ ବୁଦା ମୂଳକୁ ନେଇ କ୍ଷତବିକ୍ଷତ ଅବସ୍ଥାରେ ଛାଡି ଚାଲିଯାଇଥିଲା । ସକାଳୁ ଗାଈ ନଥିବା ଦେଖି ନୃସିଂହଙ୍କ ପରିବାର ସମେତ ଗ୍ରାମବାସୀ ଖୋଜିବାକୁ ଗଲାବେଳେ ଗାଈକୁ ଏକ ଜମି ରାସ୍ତା ଦେଇ ଘୋଷାରି ନିଆଯାଇଥିବା ସହ ଏକ ଜନ୍ତୁର ପାଦ ଚି଼ହ୍ନ ଦେଖି ଗ୍ରାମବାସୀ ବନବିଭାଗକୁ ଖବର ଦେଇଥିଲେ । ଖବର ପାଇ ମହେନ୍ଦ୍ରଗିରି ବନାଞ୍ଚଳର କର୍ମଚାରୀଙ୍କ ସମେତ ବନ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଗାଈକୁ ଏକ ହିଂସ୍ର ଜନ୍ତୁ ଘୋଷାରି ନେଇ ମାରି ଖାଇଥିବାର ଦେଖିଥିଲେ । ଆଖପାଖ ଅଞ୍ଚଳରେ ଛାନଭିନ କରି ବନ୍ୟଜନ୍ତୁର ପାଦ ଚି଼ହ୍ନକୁ ପ୍ଳାଷ୍ଟର ଅଫ ପ୍ୟାରିସ ଦ୍ୱାରା ଟ୍ରେସିଂ କରିଥିଲେ । ପରେ ଏହା ଏକ ବାଘର ପାଦ ଚି଼ହ୍ନ ବୋଲି ଜଣାପଡିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଗଜପତିରେ ବାଘ ଆତଙ୍କ, ଗୁହାଳରୁ ଗାଈକୁ ଘୋଷାଡି ନେଇ ବାଘ ଖାଇଥିବା ଅଭିଯୋଗ

ତେବେ ଶୁକ୍ରବାର ସକାଳୁ ଗାଈର ମୃତଦେହ ପଡ଼ିଥିବା ବୁଦା ଅଞ୍ଚଳରୁ ବିକଟାଳ ଶବ୍ବ ଓ ଗର୍ଜନ ଶୁଣି ଗ୍ରାମବାସୀ ଭୟଭିତ ହୋଇ ନିଜ ଘର ଭିତରେ ତାଟି କବାଟ କିଳି ରହିଥିଲେ । ପରେ ବନ ବିଭାଗ କର୍ମଚାରୀ ସଦଳବଳେ ଗ୍ରାମରେ ପହଞ୍ଚି ଲଗାଯାଇଥିବା ଟ୍ରାପ କ୍ୟାମେରାକୁ ଯାଞ୍ଚ କରି ଉକ୍ତ ବନ୍ୟଜନ୍ତୁ ଏକ ମହାବଳ ବାଘ ବୋଲି ସ୍ପଷ୍ଟ କରିବା ପରେ ଅଞ୍ଚଳ ବାସୀଙ୍କ ମନରେ ଭୟ ବଢିଯାଇଛି । ବନ ବିଭାଗ ପକ୍ଷରୁ ନିଜ ଗୃହପାଳିତ ପଶୁ ଆଦିଙ୍କୁ ନିଜ ଗୁହାଳରେ ବାନ୍ଧି ରଖିବା ସହ ରାତି ସମୟରେ ଲୋକଙ୍କୁ ବାହାରେ ନବୁଲିବାକୁ ଏବଂ ଡାକବାଜି ଯନ୍ତ୍ର ଯୋଗେ ସତର୍କ କରାଯାଇଥିବା ସହକାରୀ ବନ ସଂରକ୍ଷକ କହିଛନ୍ତି ।

ତେବେ ସଂପୃକ୍ତ ବାଘକୁ ଉଦ୍ଧାର ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ଏସିଏଫ୍ ଅଶୋକ କୁମାର ବେହେରା ଏବଂ ଅରୁଣ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ମହେନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ପ୍ରଦୀପ ଆଚାର୍ଯ୍ୟଙ୍କ ନେତୃତ୍ବରେ ଉଭୟ ରାୟଗଡ ଏବଂ ଗୋଷାଣି ବ୍ଲକ ବନରକ୍ଷୀ ଅଞ୍ଚଳରେ ବନବିଭାଗର ୪୦ରୁ ଉର୍ଦ୍ଧ କର୍ମଚାରୀମାନେ ବାଘକୁ ଠାବ କରିବା ପାଇଁ ଉଦ୍ୟମ ଜାରି ରଖିଥିବାର ବନ ବିଭାଗ ସୂଚନା ଦେଇଛି ।

ଇଟିଭି ଭାରତ, ଗଜପତି

Last Updated : Oct 22, 2023, 7:17 PM IST

For All Latest Updates

ABOUT THE AUTHOR

...view details