ଓଡିଶା

odisha

ନିର୍ବାଚନ ହାରି ଯିବାରୁ ଗାଁ ରାସ୍ତା ବନ୍ଦ କଲେ ପରାଜିତ ପ୍ରାର୍ଥୀ

By

Published : Mar 2, 2022, 12:47 PM IST

ନିର୍ବାଚନରେ ହାରିଯିବାରୁ ତାତିଲେ ପରାଜିତ ପ୍ରାର୍ଥୀ। 5ଟି ଗାଁକୁ ସଂଯୋଗ କରୁଥିବା ରାସ୍ତା ବନ୍ଦ କରାଯାଇଥିବା ଅଭିଯୋଗ ହୋଇଛି। ଅଧିକ ପଢ଼ନ୍ତୁ

road blocked by defeat candidate in gajapati
ନିର୍ବାଚନ ହାରି ଯିବାରୁ ଗାଁ ରାସ୍ତାକୁ ବନ୍ଦ କଲେ ପରାଜୟ ପ୍ରାର୍ଥୀ

ଗଜପତି: ନିର୍ବାଚନରେ ହାରିଯିବାରୁ ତାତିଲେ ପରାଜିତ ପ୍ରାର୍ଥୀ। 5ଟି ଗାଁକୁ ସଂଯୋଗ କରୁଥିବା ରାସ୍ତା ବନ୍ଦ କରାଯାଇଥିବା ଅଭିଯୋଗ ହୋଇଛି। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଗଙ୍ଗାବାଡ ପଞ୍ଚାୟତରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ନିର୍ବାଚନ ହାରି ଯିବାରୁ ଗାଁ ରାସ୍ତାକୁ ବନ୍ଦ କଲେ ପରାଜୟ ପ୍ରାର୍ଥୀ

ଗଜପତି ଜିଲ୍ଲା ସୀମାନ୍ତ ଗଙ୍ଗାବାଡ ପଞ୍ଚାୟତ ଉପରେ ସବୁବେଳେ ପଡ଼ୋଶୀ ଆନ୍ଧ୍ର ସରକାରଙ୍କ ଲୋଲୁପ ଦୃଷ୍ଟି ଥାଏ । ସେଠାକାର ସ୍ଥାନୀୟ ସରପଞ୍ଚ ହରିବନ୍ଧୁ କାର୍ଜୀଙ୍କ ଜନମଙ୍ଗଳକାରୀ କାର୍ଯ୍ୟ ପାଇଁ ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ବ ହେବ ସେ ଏବଂ ତାଙ୍କ ପରିବାର ଲୋକେ ସ୍ଵାଧୀନ ପ୍ରାର୍ଥୀ ଭାବେ ସରପଞ୍ଚ ପଦରେ ନିର୍ବାଚିତ ହୋଇ ଆସୁଛନ୍ତି। ତେବେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମଧ୍ୟ ହରିବନ୍ଧୁ ସରପଞ୍ଚ ଭାବେ ବିଜୟୀ ହୋଇଛନ୍ତି। ତାଙ୍କ ପ୍ରତିଦ୍ବନ୍ଦୀ ବିଜେଡିର ପ୍ରାର୍ଥୀ ନିଜ ପରାଜୟକୁ ସହ୍ୟକରି ନପାରି ପଞ୍ଚାୟତର 5ଟି ଗାଁକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଗାତ ଖୋଳି ଓବଡ ବଡ ପଥର ରଖି ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ନେଇ ସରପଞ୍ଚ ହରିବନ୍ଧୁ କାର୍ଜୀ ଅଭିଯୋଗ ଆଣିଥିବା ଜଣାପଡ଼ିଛି।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details