ଓଡିଶା

odisha

ETV Bharat / state

Republic Day: ଓଡିଶା ପାଳୁଛି ସାଧାରଣତନ୍ତ୍ର ଦିବସ, ଚାରିଆଡେ ଉଡୁଛି ତ୍ରିରଙ୍ଗା - ଓଡିଶା ପାଳୁଛି ସାଧାରଣତନ୍ତ୍ର ଦିବସ

ସାଧାରଣତନ୍ତ୍ର ଦିବସ
Republic Day: ଓଡିଶା ପାଳୁଛି ଗଣତନ୍ତ୍ରର ମହାପର୍ବ, ଚାରିଆଡେ ଉଡୁଛି ତ୍ରିରଙ୍ଗା

By

Published : Jan 26, 2022, 9:47 AM IST

Updated : Jan 26, 2022, 8:20 PM IST

20:13 January 26

ହାଇକୋର୍ଟରେ 73 ତମ ସାଧାରଣତନ୍ତ୍ର ଦିବସ

ହାଇକୋର୍ଟରେ 73 ତମ ସାଧାରଣତନ୍ତ୍ର ଦିବସ

କଟକ: 73 ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ହାଇକୋର୍ଟ ପରିସରରେ ଜାତୀୟ ପତାକା ଉତ୍ତୋଳନ କଲେ ମୁଖ୍ୟ ବିଚାରପତି ଡ଼ ଏସ ମୁରଲୀଧର । ମୁଖ୍ୟ ବିଚାରପତିଙ୍କ ସମେତ ଅନ୍ୟ ବିଚାରପପତି ବିଶ୍ଵଜିତ ମହାନ୍ତି ବିଚାରପତି ବି ଆର ସଡ଼ଙ୍ଗୀ ଓ ଅନ୍ୟାନ୍ୟ ବିଚାରପତି ଓ ହାଇକୋର୍ଟ ବାର ସଂଘ ର କର୍ମକର୍ତା ଉପସ୍ଥିତ ଥିଲେ । କୋଭିଡ 19 ର ତୃତୀୟ ଲହର ଜାରି ରହିଥବାରୁ କୋଭିଡ ନିୟମ ପାଳନ କରି କୋର୍ଟ ପରିସର ରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି।

କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ

17:32 January 26

ନୟାଗଡ଼ରେ ଜିଲ୍ଲା ସ୍ତରୀୟ ଜନ ରାଜ୍ୟ ଦିବସ ପାଳିତ

ନୟାଗଡ଼ରେ ଜିଲ୍ଲା ସ୍ତରୀୟ ଜନ ରାଜ୍ୟ ଦିବସ ପାଳିତ

ନୟାଗଡ଼: ଜିଲ୍ଲାସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ସମାରୋହ ନୟାଗଡ଼ ପିଟିଏସ ପଡ଼ିଆରେ ପାଳିତ ହୋଇଯାଇଛି । ଏହି ଅବସରରେ ଓଡିଶା ସରକାରଙ୍କ ଇସ୍ପାତ, ଖଣି ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଯୋଗଦେଇ ପତାକା ଉତ୍ତୋଳନ କରିଥିବା ବେଳେ ନୟାଗଡ଼ ଜିଲ୍ଲାପାଳ ଡା. ପୋମା ଟୁଡୁ, ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆଙ୍କ ସମେତ ସମସ୍ତ ଜିଲ୍ଲା ଅଧିକାରୀ ଯୋଗଦେଇଥିଲେ। କୋଭିଡ ଗାଇଡ଼ଲାଇନ ମଧ୍ୟରେ ଜନରାଜ୍ୟ ଦିବସ ପାଳିତ ହୋଇଯାଇଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

16:38 January 26

ଗଞ୍ଜାମରେ ଜିଲ୍ଲାସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

ଗଞ୍ଜାମ ଜିଲ୍ଲାସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ସମାରୋହ ସଦର ମହକୁମା ଛତ୍ରପୁର ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ ଯୋଗ ଦେଇ ଜାତୀୟ ପତକା ଉତ୍ତୋଳନ କରିବା ସହ ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ ।

ଜିଲ୍ଲାସ୍ତରୀୟ ପରେଡରେ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ମାନସ ରଞ୍ଜନ ମହାନ୍ତି ଓ ସେକେଣ୍ଡେଣ୍ଟ କମାଣ୍ଡାଣ୍ଟ ସର୍ଜେଣ୍ଟ ସଂଜୟ କୁମାର ବାରିକ ପରେଡ ପରିଚାଳନା କରିଥିଲେ। ସେହିପରି ପରେଡରେ ଓଏସ୍‌ଏପି ଅଷ୍ଟମ ବାଟାଲିୟାନ ଓ ଗଞ୍ଜାମ ରିଜର୍ଭ ପୋଲିସ୍ ଦଳ ଭାଗ ନେଇଥିବା ବେଳେ ପୋଲିସ ବ୍ୟାଣ୍ଡ ଘୋଷବାଦ୍ୟରେ ଅଂଶଗ୍ରହଣ କରିଥଲେ । ଏହି ସମାରୋହରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ପୋଲିସ ଅଧିକାରୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧୀକାରୀ ରବି ନାରାୟଣ ବେହେରା ସଂଯୋଜନା କରିଥିବା ବେଳେ କୋଭିଡ ସମୟରେ ଉଲ୍ଲେଖନୀୟ କାର୍ଯ୍ୟ କରି ଆସୁଥିବା ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତିତ୍ବଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

16:08 January 26

ଯାଜପୁରରେ କଟକଣାରେ ପାଳିତ ହେଲା ୭୩ ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ

ଯାଜପୁରରେ କଟକଣାରେ ପାଳିତ ହେଲା ୭୩ ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ

ଯାଜପୁର: ଜିଲ୍ଲା ସ୍କୁଲ ପଡିଆରେ ୭୩ ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଯାଜପୁର ଜିଲ୍ଲାର ଭାରପ୍ରାପ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ସେ ଉଦବୋଧନ ଦେଇ ଦେଶର ଅଖଣ୍ଡତା ଓ ଏକତା ସାରା ବିଶ୍ବରେ ବିରଳ ବୋଲି ମତ ଦେଇଥିଲେ। ସେହିପରି ଦେଶ ସ୍ବାଧୀନତା ଆନ୍ଦୋଳନରେ ଜିଲ୍ଲାର ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ତ୍ୟାଗ ଓ ବଳିଦାନକୁ ମନେ ପକାଇଥିଲେ। କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ କେବଳ ପୋଲିସ ବାହିନୀ ଓ ସୀମିତ ସଂଖ୍ୟକ ପଦାଧିକାରୀ ଉପସ୍ଥିତ ଥିଲେ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

15:32 January 26

ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ କଲେ ପତାକା ଉତ୍ତୋଳନ

ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ କଲେ ପତାକା ଉତ୍ତୋଳନ

ଖୋର୍ଦ୍ଧା: ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜେବି ହାଇସ୍କୁଲ ପଡିଆରେ ଜିଲ୍ଲାସ୍ତରୀୟ 73 ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଗୋପବନ୍ଧୁ ଶତପଥୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହିତ ଖୋର୍ଦ୍ଧାର ବୀରପୁତ୍ରଙ୍କ ସ୍ମୃତିକୁ ମନେପକାଇ ଅଭିଭାଷଣ ଦେଇଥିଲେ ।

ଏହି ଅବସରରେ ଜିଲ୍ଲାପାଳ, ଏସପିଙ୍କ ସମେତ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ । ଖୋର୍ଦ୍ଧା ପୋଲିସର ଦୁଇ ପ୍ଲାଟୁନ ଫୋର୍ସ ସାଧାରଣତନ୍ତ୍ର ଦିବସ ଉତ୍ସବରେ ଅଂଶଗ୍ରହଣ କରିଥିଲେ । ସେହିପରି ଏହି ଅବସରରେ 12 ଜଣ ସ୍ବାସ୍ଥ୍ୟ କର୍ମୀଙ୍କୁ କୋରୋନା ଯୋଦ୍ଧା ଭାବରେ ସମ୍ମାନିତ କରିଥିଲେ ମୁଖ୍ୟ ଅତିଥି । ଏହି କାର୍ଯ୍ୟକ୍ରମକୁ ସରକାରଙ୍କ କୋରୋନା କଟକଣାରେ ପାଳନ କରାଯାଇଥିଲା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

15:20 January 26

ସିଲଭରସିଟି ବୋଟ କ୍ଲୋବର ସାଧାରଣତନ୍ତ୍ର ଦିବସ ପାଳନ

ପାଣି ଭିତରେ ସାଧାରଣତନ୍ତ୍ର ଦିବସ ପାଳନ କଲେ ପ୍ରସିଦ୍ଧି ସମୁଦ୍ର ବୁଡାଳି ସବୀର ବକ୍ସ

କଟକ:ସାରା ଦେଶ ପାଳୁଛି ସାଧାରଣତନ୍ତ୍ର ଦିବସ। ଗାଁ ଠୁ ସହର ସବୁଠି ପାଳନ ହେଉଛି ଏହି ଦିବସ । କିନ୍ତୁ ନଦୀ ଗର୍ଭରୁ ମଧ୍ୟ ଏହି ଦିବସ ପାଳନର ଦୃଶ୍ୟ ସିଲଭରସିଟି ଆସିଛି। ପ୍ରସିଦ୍ଧ ସମୁଦ୍ର ବୁଡାଳି ସବୀର ବକ୍ସଙ୍କ ନେତୃତ୍ବରେ ଉତ୍ତରପ୍ରଦେଶରୁ ପ୍ରଶିକ୍ଷଣ ନେବାକୁ ଆସିଥିବା ଏସଡିଆରଏଫ ଟିମ ଏହି ଅଭିନବ ଉପାୟରେ 73 ତମ ସାଧାରଣତନ୍ତ୍ର ଦିବସ ପାଳନ କରିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ

15:07 January 26

ନୟାଗଡ଼ ସାମ୍ବାଦିକ ଭବନରେ ପାଳିତ ହେଲା ଜନରାଜ୍ୟ ଦିବସ

ନୟାଗଡ଼ ସାମ୍ବାଦିକ ଭବନରେ ପାଳିତ ହେଲା ଜନରାଜ୍ୟ ଦିବସ

ନୟାଗଡ: ଜିଲ୍ଲା ସାମ୍ବାଦିକ ଭବନରେ 73 ତମ ଜନରାଜ୍ୟ ଦିବସ ପାଳିତ ହୋଇଯାଇଛି। ଆଜି ସକାଳୁ ନୟାଗଡ଼ ସାମ୍ବାଦିକ ଭବନ ଠାରେ ସମସ୍ତ ସାମ୍ବାଦିକ ଏକାଠି ହୋଇଥିଲେ। ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ଅତିଥି ଭାବେ ନୟାଗଡ଼ ମୁନିସିପାଲିଟିର କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ ।

ଏହି ଅବସରରେ ସାମ୍ବାଦିକ ମାନେ ଏକତା ରକ୍ଷା କରିବା ସହ ନିଜଜୁ କିଭଳି ସୁରକ୍ଷା ଦେବେ ସେ ନେଇ ଆଲୋଚନା କରିଥିଲେ l ସମସ୍ତ ସାମ୍ବାଦିକ ମିଳିତ ହୋଇ ସରକାରଙ୍କ ପାଖରେ ନିଜର ନାର୍ଯ୍ୟ ଦାବୀ ଉପସ୍ଥାପନା କରିବା ପାଇଁ ମତ ରଖିଥିଲେ। ସମସ୍ତ ସାମ୍ବାଦିକ ମିଳିତ ହୋଇ ସରକାରଙ୍କ ପାଖରେ ଦାବୀ ଉପସ୍ଥାପନା କଲେ ସରକାର ନିଶ୍ଚିତ ଭାବେ ଦାବି ପୂରଣ କରିବେ ବୋଲି ଆଲୋଚନା ହୋଇଥିଲା।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

13:48 January 26

Republic Day: ବରଗଡରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ

ସାଧାରଣତନ୍ତ୍ର ଦିବସ ସମାରୋହ

ବରଗଡ଼: ଜିଲ୍ଲାରେ ଥିବା ଜର୍ଜ ହାଇସ୍କୁଲ ପଡ଼ିଆ ଠାରେ ବରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି 73ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଜନା ଓ ସମନ୍ୱୟ ତଥା ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗ ଦେଇଥିଲେ । ପ୍ରଥମେ ବରଗଡ଼ ଗାନ୍ଧୀଛକ ସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ପରେ ସ୍ଥାନୀୟ ହାଇସ୍କୁଲ ପଡ଼ିଆ ଠାରେ ପତାକା ଉତ୍ତୋଳନ କରିଥିଲେ ମନ୍ତ୍ରୀ ପଦ୍ମନାଭ ବେହେରା ।

ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡ଼ିଆରେ ପାଳିତ ହୋଇଥିବା ଆଜିର ସାଧାରଣତନ୍ତ୍ର ଦିବସରେ ମନ୍ତ୍ରୀ ମହାତ୍ମା ଗାନ୍ଧୀ ଓ ବାବା ସାହେବ ଆମ୍ବେଦକରଙ୍କ ବିଚାରଧାରା ବିଷୟରେ ତଥା ସାଧାରଣତନ୍ତ୍ର ଦିବସର ଗୁରୁତ୍ୱ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜି, ବରଗଡ଼ ଆରକ୍ଷୀ ଅଧିକାରୀ ରାହୁଲ ଜେନ୍‌ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । କୋଭିଡ଼ କଟକଣା କାରଣରୁ ଆଜିର ଏହି ସାଧାରଣ ତନ୍ତ୍ର ଦିବସରେ ପରେଡକୁ ବାତିଲ କରାଯାଇଥିଲା । କେବଳ ପୋଲିସ ବିଭାଗର ପରେଡ୍ ହୋଇଥିଲା । ମହାମାରୀ ସମୟରେ ନିଜର ଜୀବନକୁ ବାଜିରେ ଲଗାଇ ଅନ୍ୟଙ୍କୁ ସେବା ପ୍ରଦାନ କରିଥିବା ବରଗଡ଼ ଜିଲ୍ଲାର ଅନେକ କୋଭିଡ ଯୋଦ୍ଧାଙ୍କୁ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲାର ଡ଼ାକ୍ତର, ନର୍ସ , ଆଙ୍ଗନବାଡି କର୍ମୀ, ଆଶା, ପୋଲିସ କର୍ମଚାରୀ ଆଦି ବିଭିନ୍ନ ବିଭାଗର ବହୁ କୋଭିଡ଼ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ମନ୍ତ୍ରୀ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

13:47 January 26

ବୌଦ୍ଧରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ସାଧାରଣତନ୍ତ୍ର ଦିବସ ସମାରୋହ

ବୌଦ୍ଧ: ଆଜି 73ତମ ସାଧାରଣତନ୍ତ୍ର ଦିବସ । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଦିବସ ପାଳିତ ହୋଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ପରେଡ଼ ପଡିଆ ଠାରେ ମଧ୍ୟ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଜାତୀୟ ପତାକା ଉତ୍ତୋଳନ କରିବା ସହିତ ତଳସ୍ତରରେ ଥିବା ଅବହେଳିତ ନାଗରିକଙ୍କ ନିକଟରେ ସମସ୍ତ ଯୋଜନା ପହଞ୍ଚାଇବାକୁ କାର୍ଯ୍ୟକ୍ରମରେ ଆହ୍ବାନ ଦେଇଛନ୍ତି ।

ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ଜାତୀୟ ପତାକାକୁ ସମ୍ମାନ ଜଣାଯିବା ସହିତ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ତେବେ କୋରୋନା କଟକଣା ଯୋଗୁଁ ସମସ୍ତ ଉତ୍ସବକୁ ବାତିଲ କରିଦିଆଯାଇଥିଲା । ସେପଟେ ଜିଲ୍ଲାରେ ପ୍ରତ୍ୟେକ ଦିନ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଲୋକଙ୍କୁ ସଚେତନ ପାଇଁ କିଛି କଳାକାର ଏକତ୍ରିତ ହୋଇଥିଲେ । ଆଜିଠାରୁ ଜିଲ୍ଲାର ବିଭିନ୍ନ ବସ୍ତିରେ ପହଞ୍ଚି କୋରୋନା ଓ ଓମିକ୍ରନକୁ ନେଇ ଜିଲ୍ଲାର ଲୋକନୃତ୍ୟ ଝାଲିଆ ଶବର ମାଧ୍ୟମରେ କଳାକାରମାନେ ଲୋକଙ୍କୁ ସଚେତନ କରିଥିଲେ ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

13:47 January 26

କନ୍ଧମାଳରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ସାଧାରଣତନ୍ତ୍ର ଦିବସ ସମାରୋହ

କନ୍ଧମାଳ: କୋଭିଡ଼ କଟକଣା ମଧ୍ୟରେ 73 ତମ ସାଧାରଣତନ୍ତ୍ର ଦିବସ କନ୍ଧମାଳ ଜିଲ୍ଲାରେ ପାଳିତ ହୋଇଯାଇଛି । ଆଜିର ଏହି ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ଫୁଲବାଣୀ ପୋଲିସ ପଡ଼ିଆ ଠାରେ ଆୟୋଜିତ ହୋଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ପ୍ରମୋଦ ନାୟକ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ନିଜ ଅଭିଭାଷଣ ରଖିଛନ୍ତି l

ଆଜିର ଦିନରେ ସମ୍ବିଧାନ ପ୍ରଣୟନ କରାଯାଇଥିଲା । ଏହି ଅବସରରେ ମନ୍ତ୍ରୀ ସ୍ୱୀଧୀନତା ସଂଗ୍ରାମୀକୁ ଓ ବୀର ଯବାନଙ୍କୁ ଶ୍ରଦ୍ଧାଞଳି ଦେବା ସହ କୋରୋନାରେ ବୀର ଯୋଦ୍ଧା ଭଳି ସେବା ଯୋଗାଇଥିବା କୋରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିଥିଲେ l କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା l ଫୁଲବାଣୀ ସହରରେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ , 20 ଜଣ ଅଫିସର ନିୟୋଜିତ ହୋଇଥିଲେ ରହିଥିଲେ । ମନ୍ତ୍ରୀଙ୍କ ସହ କନ୍ଧମାଳ ଜିଲ୍ଲାପାଳ ବୃନ୍ଦା ଡି ଓ ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲ ମଧ୍ଯ ଯୋଗଦେଇ ଥିଲେ l

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

13:07 January 26

ମାଲକାନଗିରିରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ମାଲକାନଗିରିରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ମାଲକାନଗିରି: ଆଜି ୭୩ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ମାଲକାନଗିରି ଜିଲ୍ଲାରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଅନୁଶାସିତ ଜନଜାତି ଓ ପଛୁଆ ବର୍ଗ ମନ୍ତ୍ରୀ ପତାକା ଉତ୍ତୋଳନ କରିବା ସହ ଅଞ୍ଚଳବାସୀଙ୍କୁ ଅଭିବାଦନ ଜଣାଇଛନ୍ତି । ପରେ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରଶଂସନୀୟ କାମ କରିଥିବା ଓ ବିଭିନ୍ନ ସ୍କୁଲର ପ୍ରତିଯୋଗିତାର ଭାଗ ନେଇ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । କୋଭିଡ ନିୟମ ମାନି ଗଣତନ୍ତ୍ର ଦିବସ ପାଳନ କରାଯାଇଥିବାରୁ ସାଧାରଣ ଲୋକେ କେହି ଆସିନଥିଲେ ।

ମାଲକାନଗିରିରୁ ପଞ୍ଚାନନ ଦାସ, ଇଟିଭି ଭାରତ

13:06 January 26

Republic Day: କଟକଣା ମଧ୍ୟରେ ପତାକା ଉତ୍ତୋଳନ କଲେ ଢେଙ୍କାନାଳ ଜିଲ୍ଲାପାଳ

Republic Day: କଟକଣା ମଧ୍ୟରେ ପତାକା ଉତ୍ତୋଳନ କଲେ ଢେଙ୍କାନାଳ ଜିଲ୍ଲାପାଳ

ଢେଙ୍କାନାଳ: ଆଜି ୭୩ତମ ସାଧାରଣତନ୍ତ୍ର ଦିବସ ଅବସରରରେ ଢେଙ୍କାନାଳରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମରେ କୋଭିଡ କଟକଣା ମଧ୍ୟରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ ସେଠୀ ତ୍ରିରଙ୍ଗା ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ । ଉଦବୋଧନରେ ସାଧାରଣତନ୍ତ୍ର ଦିବସର ତାପର୍ଯ୍ୟ ଓ ସ୍ୱାଧୀନତା ସଂଗ୍ରାମର ସଂଗ୍ରାମୀମାନଙ୍କ ସ୍ମୃତିଚାରଣ କରି କୋଭିଡ ମହାମାରୀକୁ ପ୍ରତିହତ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

କୋଭିଡ କଟକଣା ରହିଥିବାରୁ କେବଳ ପୋଲିସ ବାହିନୀ ପରେଡ଼ରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଜିଲ୍ଲାର ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସରକାରୀ କର୍ମଚାରୀ ଓ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧନା କରାଯାଇଥିଲା ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

12:42 January 26

ଅନୁଗୋଳରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଅନୁଗୋଳରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଅନୁଗୋଳ: ୭୩ ତମ ସାଧାରଣତନ୍ତ୍ର ଦିବସ ଅନୁଗୋଳ ଷ୍ଟାଡିୟମ ଠାରେ ପାଳିତ ହୋଇଯାଇଛି । ରାଜ୍ୟ ଗୃହ ନଗର ଉନ୍ନୟନ, ଆଇନ ଓ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଛନ୍ତି । କୋରୋନା କଟକଣା ପାଇଁ ସମ୍ମିଳିତ ପରେଡ ଆୟୋଜିତ ହୋଇନାହିଁ । କେବଳ ଜିଲ୍ଲା ପୋଲିସର ଦୁଇଟି ଦଳ ଜାତୀୟ ପତାକାକୁ ସମ୍ମାନ ପ୍ରଦର୍ଶନ କରିଛନ୍ତି । ଜିଲ୍ଲାରେ କୋରୋନା କାଳରେ ନିଜର ଜୀବନକୁ ବିପନ୍ନ କରି ସେବା ପ୍ରଦାନ କରିଥିବା ଡାକ୍ତର, ପରାମେଡିକାଲ ଷ୍ଟାପ, ପୋଲିସ ଓ ଅଗ୍ନିଶମ ଅଧିକାରୀଙ୍କୁ ମୁଖ୍ୟ ଅତିଥି ସମ୍ମାନିତ କରାଯାଇଛି ।

ଏହି ଅବସରରେ ମନ୍ତ୍ରୀ ଜାତିର ଗୌରବମାନଙ୍କୁ ମନେ ପକାଇବା ସହିତ ସମ୍ବିଧାନକୁ ସମସ୍ତେ ସମ୍ମାନ ଦେବାକୁ ନିଜ ଉଦବୋଧନରେ ସମସ୍ତଙ୍କୁ ଆହ୍ଵାନ କରିଥିଲେ । ଅନୁଗୋଳ ମାଟି ହେଉଛି ବୀର ମାଟି । ମାଟିର ବୀର ପୁରୁଷଙ୍କ ତ୍ୟାଗ ଓ ବଳିଦାନ ଆମକୁ ଗର୍ବିତ କରିଛି ବୋଲି ମନ୍ତ୍ରୀ କହିଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

12:41 January 26

ରାୟଗଡାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ରାୟଗଡାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ରାୟଗଡା:କୋଭିଡ କଟକଣା ମଧ୍ୟରେ ରାୟଗଡାରେ 73ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଗୃହ ଓ ଶକ୍ତି ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ ସହ ଅଭିବାଦନ ଗ୍ରହଣ କରିଛନ୍ତି । କୋଭିଡ କଟକଣା ହେତୁ ପୋଲିସର ଗୋଟିଏ ପ୍ଲାଟୁନ ପରେଡ଼ରେ ଭାଗ ନେଇଥିବା ବେଳେ ଛାତ୍ରଛାତ୍ରୀଙ୍କୁ ଏଥିରୁ ବାଦ୍ ଦିଆଯାଇଛି । ମୁଖ୍ୟ ଅତିଥି ରାୟଗଡା ଜିଲ୍ଲା ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଏଥିସହ ମନ୍ତ୍ରୀ ସ୍ଵାଧୀନତା ସଂଗ୍ରାମରେ ରାୟଗଡା ଜିଲ୍ଲାର ଅବଦାନ ଅତୁଳନୀୟ ବୋଲି ପ୍ରକାଶ କରିଛନ୍ତି । ବିଶ୍ଵର ବୃହତ୍ ଗଣତନ୍ତ୍ର ଆମ ଦେଶ ବୋଲି କହିବା ସହ ଏହାର ବିକାଶ ଆମର ଦାୟିତ୍ୱ ବୋଲି କହିଛନ୍ତି । ଏହି ଅବସରରେ କୋଭିଡ ଯୋଦ୍ଧା ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡି କର୍ମୀ ଓ ସଫେଇ କର୍ମଚାରୀଙ୍କୁ ମନ୍ତ୍ରୀ ପୁଷ୍ପଗୁଚ୍ଛ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

12:40 January 26

Republic Day: କଟକଣାରେ କଟକରେ ଉଡିଲା ତ୍ରିରଙ୍ଗା

Republic Day: କଟକଣାରେ କଟକରେ ଉଡିଲା ତ୍ରିରଙ୍ଗା

କଟକ: ଦେଶ ପାଳୁଛି 73ତମ ସାଧାରଣତନ୍ତ୍ର ଦିବସ । ଗାଁ ଠୁ ସହର ସବୁଠି ଉଡୁଛି ତ୍ରିରଙ୍ଗା । ଏହି କ୍ରମରେ କଟକ ବାରବାଟୀ ଷ୍ଟାଡିୟମରେ ମଧ୍ୟ କୋଭିଡ କଟକଣା ମଧ୍ୟରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି । ସମାରୋହରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ୍ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ ପତକା ଉତ୍ତୋଳନ କରିବା ସହ କଟକବାସୀଙ୍କୁ ଆଜିର ଦିବସ ସମ୍ବନ୍ଧରେ ଅବଗତ କରାଇଛନ୍ତି । ଦେଶରେ କୋଭିଡର ତୃତୀୟ ଲହର ଜାରି ରହିଥିବାରୁ ଦେଶ ଏବେ ବି ଏହି ମହାମାରୀ ସହ ଲଢ଼ୁଛି । ଆଉ ଏହି ଲଢେଇରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କରିଛନ୍ତି ମନ୍ତ୍ରୀ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

12:18 January 26

କେନ୍ଦ୍ରାପଡ଼ାରେ ୭୩ତମ ସାଧାରଣତନ୍ତ୍ର ଦିବସ ସମାରୋହ ଅନୁଷ୍ଠିତ

କେନ୍ଦ୍ରାପଡ଼ାରେ ୭୩ତମ ସାଧାରଣତନ୍ତ୍ର ଦିବସ ସମାରୋହ ଅନୁଷ୍ଠିତ

କେନ୍ଦ୍ରାପଡ଼ା: ଜିଲ୍ଲାସ୍ଥିତ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପଡ଼ିଆରେ ଜିଲ୍ଲାସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ନିରାଡ଼ମ୍ବର ଭାବେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗ ଦେଇ ପୋଲିସ ପରେଡ଼ରେ ଅଭିବାଦନ ଗ୍ରହଣ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ରାଜ୍ୟର ପ୍ରଥମ ପ୍ରଜା ଆନ୍ଦୋଳନ କେନ୍ଦ୍ରାପଡ଼ା ଜିଲ୍ଲା କନିକା ଅଞ୍ଚଳର ବାସୁ ସେଠୀ ଓ ବିସୁନି ମଢୁଆଳ ଆରମ୍ଭ କରିଥିବା କହିବା ସହ ଦୁଇ ବୀରପୁତ୍ରଙ୍କ ପାଇଁ ଆଜି କେନ୍ଦ୍ରାପଡା ଗର୍ବିତ ହୋଇଥିବା ପ୍ରକାଶ କରିଥିଲେ ।

ଏଥିସହ କୋରୋନା କାଳରେ ଜିଲ୍ଲାବାସୀ ଯେଉଁଭଳି ସାହସ ଓ ପରସ୍ପର ପ୍ରତି ଭାଇଚାରା ପ୍ରଦର୍ଶନ କରିଛନ୍ତି ତାହା ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି କହିଛନ୍ତି ମନ୍ତ୍ରୀ । ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ୨୪ ଜଣଙ୍କୁ ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ମୁଖ୍ୟ ଅତିଥି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

12:15 January 26

ବ୍ରହ୍ମପୁରେ ୭୩ତମ ସାଧାରଣତନ୍ତ୍ର ଦିବସ ସମାରୋହ

ବ୍ରହ୍ମପୁରେ ୭୩ତମ ସାଧାରଣତନ୍ତ୍ର ଦିବସ ସମାରୋହ

ବ୍ରହ୍ମପୁର: ୭୩ତମ ସାଧାରଣତନ୍ତ୍ର ଦିବସ ସମାରୋହ ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଟି.ଆଓ ଯୋଗ ଦେଇ ଆନୁଷ୍ଠାନିକ ଭାବରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଆୟୋଜିତ ପରେଡ ଅଭିବାଦନ ଗ୍ରହଣ କରିଥିଲେ । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ମହାନଗର ନିଗମର କମିଶନର ସିଦ୍ଧେଶ୍ବର ବଳିରାମ ବନ୍ଦୋର, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ୍ ମିଶ୍ର, ବ୍ରହ୍ମପୁର ଉପଜିଲ୍ଲାପାଳ ୱ.କ୍ରିର୍ତ୍ତି ଭାଶନଙ୍କ ସମେତ ଜିଲ୍ଲା ପ୍ରଶାସନ ଏବ° ପୋଲିସ ପ୍ରଶାସନର ବହୁ ଅଧିକାରୀ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ, ସମୀର ଆଚାର୍ଯ୍ୟ ଇଟିଭି ଭାରତ

12:00 January 26

ଝାରସୁଗୁଡ଼ାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଝାରସୁଗୁଡ଼ାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଝାରସୁଗୁଡ଼ା: ଆଜି ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ମନମୋହନ ସ୍କୁଲ ପଡ଼ିଆରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ, ସମ୍ମାନିତ ଅତିଥି ଭାବେ ଝାରସୁଗୁଡ଼ା ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାସ ସମାରୋହରେ ଯୋଗ ଦେଇଥିଲେ ।

ସକାଳ ୯ଟା ୧୫ ମିନିଟରେ ଜିଲ୍ଲାପାଳ ସରୋଜ କୁମାର ସାମଲ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ସେ ଝାରସୁଗୁଡ଼ାର ସ୍ବାଧୀନତା ସଂଗ୍ରାମୀ ବିହାରୀ ରାମ ତନ୍ତି, ଚିନ୍ତାମଣି ପୂଜାରୀଙ୍କ ସ୍ମୃତିଚାରଣ କରିଥିଲେ । ଏହାସହିତ କାର୍ଯ୍ୟକ୍ରମ ଶେଷରେ କୋରୋନା ଯୋଦ୍ଧାଙ୍କୁ ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଥିଲା ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

12:00 January 26

ଭଦ୍ରକରେ ପାଳନ ହେଲା ସାଧାରଣତନ୍ତ୍ର ଦିବସ

ଭଦ୍ରକରେ ପାଳନ ହେଲା ସାଧାରଣତନ୍ତ୍ର ଦିବସ

ଭଦ୍ରକ: ସହରର ନେହେରୁ ଷ୍ଟାଡିୟମ ଠାରେ ଜିଲ୍ଲା ଜିଲ୍ଲାସ୍ତରୀୟ 73ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି । ଏହି ଅବସରରେ ଭଦ୍ରକ ଜିଲ୍ଲାପାଳ ତ୍ରିଲୋଚନ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଥମେ ଜାତୀୟ ପତାକା ଉତ୍ତାଳନ କରିବା ପରେ ଅଭିଭାଷଣ ରଖିଥିଲେ ଜିଲ୍ଲାପାଳ । ଭଦ୍ରକ ଜିଲ୍ଲାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀମାନଙ୍କର ତ୍ୟାଗ ଅତୁଳନୀୟ ବୋଲି ଜିଲ୍ଲାପାଳ କହିଥିଲେ ।

ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିଲ୍ଲାପାଳ କୋରୋନା କଟକଣା ଅନୁଯାୟୀ ପତାକା ଉତ୍ତାଳନ କରାଯାଇଛି । ସାଧାରଣତନ୍ତ୍ର ଦିବସରେ ବିଭିନ୍ନ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । କାର୍ଯ୍ୟକ୍ରମରେ ଭଦ୍ରକ ଏସପି ଚରଣ ସିଂ ମୀନା, ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

11:59 January 26

ନୂଆପଡାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଭଦ୍ରକରେ ପାଳନ ହେଲା ସାଧାରଣତନ୍ତ୍ର ଦିବସଭଦ୍ରକରେ ପାଳନ ହେଲା ସାଧାରଣତନ୍ତ୍ର ଦିବସ

ନୂଆପଡା: ଜିଲ୍ଲାସ୍ଥିତ ମିନି ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ 73ତମ ସାଧାରଣତନ୍ତ୍ର ଦିବସ କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଯୋଗ ଦେଇ ତ୍ରିରଙ୍ଗା ପତାକା ଉତ୍ତୋଳନ କରିବା ସହ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ନୂଆପଡା ଜିଲ୍ଲାପାଳ ସ୍ୱଧାଦେବ ସିଂ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ରହି ତ୍ରିରଙ୍ଗା ପତାକାକୁ ସମ୍ମାନ ପ୍ରଦର୍ଶନ କରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

11:23 January 26

ସମ୍ବଲପୁରରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ସମ୍ବଲପୁରରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ସମ୍ବଲପୁର:ଆଜି ସମ୍ବଲପୁର କଚେରୀ ଛକରୁ ଜେଲ୍ ଛକ ସଂଲଗ୍ନ ରାଜରାସ୍ତାରେ 73ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଛନ୍ତି । ଏହି ଅବସରରେରେ ମନ୍ତ୍ରୀ ସ୍ବାଧୀନତା ସଂଗ୍ରାମୀଙ୍କ ସ୍ମୃତିଚାରଣ କରିଥିଲେ । କାର୍ଯ୍ୟକ୍ରମରେ କୋଭିଡ ଯୋଦ୍ଧାମାନଙ୍କୁ ସମ୍ମାନିତ କରାଯାଇଥିଲା ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

11:11 January 26

କେନ୍ଦୁଝର ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

କେନ୍ଦୁଝର ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

କେନ୍ଦୁଝର: ଆଜି ୭୩ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦୁଝର ଷ୍ଟାଡିୟମ୍ ପଡିଆରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ପ୍ରଥମେ ସହରରେ ଅବସ୍ଥାପିତ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଜାତୀୟ ପତାକା ଉତ୍ତୋଳନ ପରେ ଉପସ୍ଥିତ ପୋଲିସ୍ ବାହିନୀର ଅଭିବାଦନ ଗ୍ରହଣ କରିଥିଲେ ମନ୍ତ୍ରୀ । ପରେ ନିଜ ଉଦବୋଧନରେ ସେ ଜିଲ୍ଲାର ସ୍ଵାଧୀନତା ସଂଗ୍ରାମୀଙ୍କ ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ । କୋରୋନା କଟକଣାରେ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବକୁ ଜନସାଧାରଣଙ୍କୁ ପ୍ରବେଶ ଅନୁମତି ଦିଆଯାଇ ନଥିଲା ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

10:53 January 26

ପୁରୀରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ପୁରୀରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ପୁରୀ:ଆଜି ପୁରୀ ତାଳବଣିଆ ଇଣ୍ଡୋର ଷ୍ଟାଡିୟମ ପଡ଼ିଆରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ନିରାଡମ୍ବର ଭାବେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି । ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀରେ କରାଯାଉଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ମନ୍ତ୍ରୀ ବ୍ୟାଖ୍ୟା କରିଛନ୍ତି । ଏଥିସହ କୋଭିଡ ଯୋଦ୍ଧାଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଛନ୍ତି । ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଳ ସିଂଙ୍କ ସହ ସମସ୍ତ ପ୍ରଶାସନିକ ଅଧିକାରୀମାନେ ଏହି ଜିଲ୍ଲାସ୍ତରୀୟ ସମାରୋହରେ ଯୋଗ ଦେଇଛନ୍ତି । ସେହିପରି ଗିନିଜ ବୁକ୍‌ରେ ସ୍ଥାନ ପାଇଥିବା ପୁରୀର ପାରା ଆଥଲେଟ୍ କମଳାକାନ୍ତ ନାୟକଙ୍କୁ ମଧ୍ୟ ସମାରୋହରେ ସମ୍ବର୍ଦ୍ଧିତ କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

10:36 January 26

ସୁବର୍ଣ୍ଣପୁରରେ ସାଧାରଣତନ୍ତ୍ର ଦିବସ ପାଳିତ, ପତକା ଉତ୍ତୋଳନ କଲେ କୃଷିମନ୍ତ୍ରୀ

ସୁବର୍ଣ୍ଣପୁରରେ ସାଧାରଣତନ୍ତ୍ର ଦିବସ ପାଳିତ, ପତକା ଉତ୍ତୋଳନ କଲେ କୃଷିମନ୍ତ୍ରୀ

ସୁବର୍ଣ୍ଣପୁର: ଜିଲ୍ଲା ପ୍ରଶାସନ ପକ୍ଷରୁ ସୁବର୍ଣ୍ଣପୁରରେ 73ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ମନ୍ତ୍ରୀ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ମିଳିତ ପରେଡର ଅଭିବାଦନ ଗ୍ରହଣ କରିଥିଲେ । କୋରୋନା କଟକଣା ପାଇଁ ଏଥର ଜିଲ୍ଲାର ରିଜର୍ଭ ପୋଲିସ ପଡିଆରେ ଏହି ସମାରୋହ ଆୟୋଜିତ ହୋଇଛି ।

ଏହି ଅବସରରେ ମୁଖ୍ୟ ଅତିଥି ଜିଲ୍ଲାବାସୀଙ୍କୁ ଉଦବୋଧନ ଦେଇ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ରକ୍ଷା କରିବା ସହିତ ଜିଲ୍ଲାର ବିକାଶରେ ଜିଲ୍ଲାବାସୀଙ୍କ ସହଯୋଗ କାମନା କରିଛନ୍ତି । କୃଷି ବହୁଳ ସୁବର୍ଣ୍ଣପୁର ଜିଲ୍ଲାରେ କୃଷି କ୍ଷେତ୍ରରେ ଆଖି ଦୃଶିଆ ବିକାଶ ହୋଇ ପାରିଥିବାବେଳେ କୃଷି ଓ ବୟନ ଶିଳ୍ପ ଜିଲ୍ଲାର ଅର୍ଥନୀତି ଉପରେ ନିର୍ଭର କରୁଛି ବୋଲି କହିଛନ୍ତି ମନ୍ତ୍ରୀ । ଏହି ସମାରୋହରେ ଜିଲ୍ଲାପାଳ ଅବୋଲି ସୁନିଲ ନରୱଣେ , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥୀଙ୍କ ସମେତ ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

10:17 January 26

କଳାହାଣ୍ଡିରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

କଳାହାଣ୍ଡିରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଲାଲ୍ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମ ଠାରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ଏବଂ ଦେଶ ସ୍ଵାଧୀନରେ କଳାହାଣ୍ଡି ମାଟିର ସ୍ୱତନ୍ତ୍ର ଭୂମିକା ଓ ସହିଦ୍ ରେଣ୍ଡୋ ମାଝୀଙ୍କ ବଳିଦାନକୁ ମନେ ପକାଇଛନ୍ତି । ପରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି । କୋରୋନା କଟକଣା ଯୋଗୁଁ ଚଳିତ ବର୍ଷ ବିନା ପରେଡ୍‌ରେ ଏବଂ ବିନା ଜନସମାଗମରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି ।

କଳାହାଣ୍ଡିରୁ ଅଜିତ୍ କୁମାର ସି, ଇଟିଭି ଭାରତ

09:50 January 26

ନବରଙ୍ଗପୁରରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

ନବରଙ୍ଗପୁରରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

ନବରଙ୍ଗପୁର: ଜିଲ୍ଲାସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ନବରଙ୍ଗପୁର ଜିଲ୍ଲାରେ ଥିବା ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ ଠାରେ ପାଳିତ ହୋଇଯାଇଛି । ଓଡିଶା ସରକାରଙ୍କ ହସ୍ତତନ୍ତ୍ର ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଏହି ଜିଲ୍ଲାସ୍ତରୀୟ ସମାରୋହରେ ଯୋଗ ଦେଇ ପତାକା ଉତ୍ତୋଳନ କରିଛନ୍ତି । କୋରୋନା କଟକଣା ମଧ୍ୟରେ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କଟକଣା କାରଣରୁ ଚଳିତ ବର୍ଷ ସ୍କୁଲ ଛାତ୍ରଛାତ୍ରୀଙ୍କୁ ପରେଡ କାର୍ଯ୍ୟକ୍ରମରୁ ବାଦ୍ ଦିଆଯାଇଛି । କେବଳ ପୋଲିସ ବିଭାଗକୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ମନ୍ତ୍ରୀ ନିଜ ଅଭିଭାଷଣରେ ସ୍ଵାଧୀନତା ସଂଗ୍ରାମରେ ନବରଙ୍ଗପୁର ଜିଲ୍ଲାର ଭୂମିକା ବିଷୟରେ ସ୍ମୃତି ଚାରଣ କରିବା ସହିତ ବୀରଙ୍କ ବଳିଦାନକୁ ପ୍ରଶଂସା କରିଛନ୍ତି । ଏହାସହ ସାମାଜିକ ଓ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ବ୍ୟକ୍ତିଙ୍କୁ ମନ୍ତ୍ରୀ ପୁରସ୍କୃତ କରିଛନ୍ତି । କୋରୋନା ଯୋଦ୍ଧାଙ୍କୁ ମଧ୍ୟ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରାଯାଇଛି ଏବଂ ମାନପତ୍ର ଦିଆଯାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

09:33 January 26

ଜଗତସିଂହପୁର ସାଧାରଣତନ୍ତ୍ର ଦିବସ ପାଳିତ

ଜଗତସିଂହପୁର ସାଧାରଣତନ୍ତ୍ର ଦିବସ ପାଳିତ

ଜଗତସିଂହପୁର: ଜିଲ୍ଲାର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମରେ 73ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି । ଏହି ଅବସରରେ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଦେଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧାରଣତନ୍ତ୍ର ଦିବସ ନିରାଡ଼ମ୍ବର ଭାବେ ପାଳିତ ହୋଇଛି । ଏହି ଅବସରରେ କୋଭିଡ ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ଜିଲ୍ଲାପାଳ ପାରୂଲ ପଟୱାରି ଏବଂ ଏସପି ଅଖିଳେଶ୍ୱର ସିଂ ପ୍ରମୁଖ ଉପସ୍ଥିତ ଥିଲେ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

08:52 January 26

ଗଜପତିରେ 73ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ

ଗଜପତିରେ 73ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ

ଗଜପତି: ଆଜି ଦେଶବ୍ୟାପୀ ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଛି । ଏହି ଅବସରରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ କୋଭିଡ କଟକଣା ମଧ୍ୟରେ ନିରାଡମ୍ବରରେ ପାଳନ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ପତାକା ଉତ୍ତୋଳନ କରିଛନ୍ତି । ଅନେକ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଦିଆଯାଇଛି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Last Updated : Jan 26, 2022, 8:20 PM IST

ABOUT THE AUTHOR

...view details