ଓଡିଶା

odisha

ETV Bharat / state

ଦିଲ୍ଲୀକୁ ରକ୍ତ ଚନ୍ଦନ କାଠ ଚାଲାଣ; 3 ଗିରଫ - ଦିଲ୍ଲୀକୁ ରକ୍ତ ଚନ୍ଦନ ଚାଲାଣ

ଅଭିନବ ଉପାୟରେ ରକ୍ତ ଚନ୍ଦନ ଚୋରା କାଠ ଚାଲାଣ । ଦିଲ୍ଲୀକୁ ଚାଲାଣ ହେଉଥିବା 2ଶହ କିଲୋ ରକ୍ତ ଚନ୍ଦନ କାଠକୁ ବନ ବିଭାଗ ରବିବାର ଜବତ କରିଛି । ଘଟଣାରେ ସମ୍ପୃକ୍ତ 3 ଅଭିଯୁକ୍ତ ଗିରଫ ।ଅଧିକ ଖବର ପଢନ୍ତୁ...

ଦିଲ୍ଲୀକୁ ରକ୍ତ ଚନ୍ଦନ ଚାଲାଣ ବେଳେ ବନ ବିଭାଗର ଚଢାଉ, 3 ଗିରଫ

By

Published : Nov 17, 2019, 3:12 PM IST

ଗଜପତି:ମହେନ୍ଦ୍ର ବନାଞ୍ଚଳର ବନ କର୍ମଚାରୀଙ୍କୁ ବଡ ଧରଣର ସଫଳତା । ଦିଲ୍ଲୀକୁ ଚାଲାଣ ହେଉଥିବା 2ଶହ କିଲୋ ରକ୍ତ ଚନ୍ଦନ କାଠକୁ ବନ ବିଭାଗ ରବିବାର ଜବତ କରିଛି। ଏଥିପାଇଁ ବ୍ୟବହୃତ ଟ୍ରକକୁ ଜବତ କରିବା ସହ 3ଜଣ ଚନ୍ଦନ ମାଫିଆଙ୍କୁ ଗିରଫ କରାଯାଇଛି ।

ସେମାନେ ହେଲେ ଗ୍ବାଲିୟରର ପ୍ରକାଶ ଯାଦବ, ଅଭିଷେକ ମାଝୀ ଏବଂ ଆଲିଗଞ୍ଜର ମହମ୍ମଦ ଆସିଫ ବୋଲି ଜଣାପଡିଛି । ତିତିଲି ବାତ୍ୟାରେ ଅନେକ ରକ୍ତ ଚନ୍ଦନ ଗଛ ନଷ୍ଟ ହୋଇଥିବା ବେଳେ ତାହାକୁ ସଂଗ୍ରହ କରି ରଖିଛି ବନ ବିଭାଗ । ତେବେ ଏହା ଉପରେ ପଡିଛି ଚନ୍ଦନ ମାଫିଆଙ୍କ ଦୃଷ୍ଟି । ଏଠାରୁ ଚୋରି କରି ନେଉଥିବା ବେଳେ ପୋଲିସ କିମ୍ବା ବନ ବିଭାଗ ହାତରେ ଧରାପଡିବା ଭଳି ଏକାଧିକ ଘଟଣା ଏବେ ପର୍ଯ୍ୟନ୍ତ ନଜରକୁ ଆସିଲାଣି ।

ଦିଲ୍ଲୀକୁ ରକ୍ତ ଚନ୍ଦନ ଚାଲାଣ ବେଳେ ବନ ବିଭାଗର ଚଢାଉ, 3 ଗିରଫ

ଜବତ ହୋଇଥିବା ଚନ୍ଦନ କାଠ ଗତ ସେପ୍ଟେମ୍ବର 19ତାରିଖରୁ ଚୋରି ହୋଇଥିବା ବେଳେ ଏହାକୁ ଖୋଜିବା ପ୍ରକ୍ରିୟା ଜାରି ରଖିଥିଲା ବନ ବିଭାଗ । ତେବେ ଏହାକୁ ଦିଲ୍ଲୀ ଚାଲାଣ ପାଇଁ ଟ୍ରକ୍ ଆସିଥିବା ସଂପର୍କରେ ଖବର ପାଇ ବନ ବିଭାଗର ଏକ ଟିମ୍ ଚଢାଉ କରିଥିଲା ।

ଫଳରେ ତଳେ ଚନ୍ଦନ କାଠ ରଖି ଉପରେ କିଛି ପଇଡ ବୋଝେଇ କରି ଏହାକୁ ଚାଲାଣ କରାଯାଉଥିବା ବେଳେ ଏହାକୁ ଧରିଥିଲା ବନ ବିଭାଗ । ଏହି ଘଟଣାରେ ସମ୍ପୃକ୍ତ ଥିବା 3ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ମହେନ୍ଦ୍ର ବନାଞ୍ଚଳ ଅଧିକାରୀ କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details