ଗଜପତି:ପାଖେଇ ଆସୁଛି ମହାପ୍ରଭୁଙ୍କ ଘୋଷଯାତ୍ରା । ଓଡିଶାର କୋଣ ଅନୁକୋଣରେ ମହାଆଡ଼ମ୍ବରରେ ପାଳନ ହୋଇଥାଏ ଏହିଦିନ । ଏହି ଅବସରରେ ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡିରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରଥଯାତ୍ରା ଆଡମ୍ବରରେ ପାଳନ ହେବ । ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ତିନୋଟି ଯାକ ରଥ ପ୍ରସ୍ତୁତି ହେବାରେ ଲାଗିଛି । ରଥ ଗୁଡିକର ସମସ୍ତ କାମ ଠିକ୍ ସମୟରେ ସାରିବା ପାଇଁ ମହାରଣା ସେବାୟତମାନେ କାମ ଚଳାଇଛନ୍ତି । ଦିନେ ଦୁଇଦିନ ମଧ୍ୟରେ ରଥ ରଙ୍ଗ ଦିଆ ଏବଂ ସାଜସଜା କାମ ଆରମ୍ଭ ହେବ । ରଥଯାତ୍ରା ପାଇଁ ବିଭିନ୍ନ କମିଟି ଗଠନ କରାଯାଇଛି । ସାଧାରଣ ଲୋକ ଏବଂ ପ୍ରଶାସନ ମିଶି ରଥଯାତ୍ରାକୁ କେମିତି ସୁରୁଖୁରୁରେ କରାଯିବ ତାହା ଉପରେ ନଜର ରଖାଯାଇଥିବା କହିଛନ୍ତି ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ।
ରଥଯାତ୍ରା କମିଟି ସଦସ୍ୟ ରଥଯାତ୍ରା ରାଜୁ ବେହେରା କହିଛନ୍ତି, "ପାରଳାଖେମୁଣ୍ଡିରେ ତିନୋଟି ଯାକ ରଥର ତିଆରି କାମ ସରିବା ଉପରେ । ରଥଯାତ୍ରାକୁ ପୂର୍ବବର୍ଷ ଅପେକ୍ଷା ଅଧିକ ଆକର୍ଷଣୀୟ କରିବା ପାଇଁ ରଥାଯାତ୍ରା ପରିଚାଳନା କମିଟି ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଛି । ଗତ 1ମାସ ଧରି ରଥକାମ ଆରମ୍ଭ ହୋଇଛି । ଆଉ ଦିନେ ଦୁଇ ଦିନ ଭିତରେ ରଥକାମ ସରିଯିବ । ରଥଯାତ୍ରା ପୂର୍ବରୁ ସମସ୍ତ କାମ ଶେଷ ହୋଇଯିବ । ବଳଭଦ୍ର, ସୁଭଦ୍ରା ରଥ କାମ ସରିବା ଉପରେ, ଜଗନ୍ନାଥ ରଥର ଉପର ଭାବ ଟିକେ କାମ ରହିଯାଇଛି ଆଉ ଦୁଇ ଦନି ଭିତରେ ତିନୋଟି ଯାକ ରଥର କାମ ସରିଯିବ ।"