ଗଜପତି: ସବୁ ଲୋକଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ସରକାର ଆବାସ ଯୋଜନା ମଧ୍ୟରେ ସହାୟତା ଯୋଗାଇ ଦେଉଛନ୍ତି । ହେଲେ ସରକାରୀ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଅନେକ ସମୟରେ ଯୋଗ୍ୟ ଲୋକଙ୍କୁ ଏହା ମିଳିବା ବଦଳରେ ଅଯୋଗ୍ୟ ଲୋକେ ଏହାକୁ ହାତେଇ ନେଉଥିବା ଅଭିଯୋଗ ହୁଏ । ଏଭଳି ଏକ ଅଭିଯୋଗକୁ ନେଇ ରାମଗିରି ପଞ୍ଚାୟତର ଲୋକେ ଗତ ୩ଦିନ ହେଲାଣି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଏହାର ପ୍ରତିବାଦ କରିଛନ୍ତି ।
ଆବାସ ଯୋଜନା ବାଟବଣା: ପ୍ରତିବାଦରେ ପଞ୍ଚାୟତ କାର୍ଯ୍ୟାଳୟ ତାଲା ପକାଇଲେ ଲୋକେ ଆବାସ ଯୋଜନାକୁ ହାତେଇ ନେଇଛନ୍ତି ଅଯୋଗ୍ୟ ହିତାଧିକାରୀ । ଏଭଳି ଅଭଯୋଗ ଆସିଛି ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ରାମଗିରି ପଞ୍ଚାୟତରୁ । ଏହାର ପ୍ରତିବାଦରେ ଲୋକେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଦେଇଛନ୍ତି । ତେବେ ଆବାସ ଯୋଜନାରେ ଘର ମିଳିବାକୁ ଥିବା ହିତାଧିକାରୀଙ୍କ ପାଇଁ ବର୍ତମାନ ପ୍ରସ୍ତୁତ ହୋଇଥିବା ତାଲିକାରେ ଥିବା ଅଧିକାଂଶ ଲୋକେ ଅଯୋଗ୍ୟ । ଯେଉଁମାନଙ୍କ ଘର ରହିଛି କିମ୍ବା ଆର୍ଥିକ କ୍ଷେତ୍ରରେ ସ୍ବଚ୍ଛଳ ସେମାନଙ୍କ ଭଳି ଲୋକଙ୍କୁ ଏହି ତାଲିକାରେ ସ୍ଥାନ ଦିଆଯାଇଛି । ହେଲେ ଯେଉଁମାନେ ପ୍ରକୃତ ଗରୀବ ଏବଂ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ପାଇଁ ଯୋଗ୍ୟ ସେଭଳି ଲୋକଙ୍କୁ ଏଥିରୁ ବାଦ ଦିଆଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ତେଣୁ ସ୍ବଚ୍ଛ ତାଲିକା ପ୍ରସ୍ତୁତ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ଏଥିରେ ସାମିଲ ନକରିବା ଯାଏଁ ସେମାନେ ଏମିତି ଆନ୍ଦୋଳନ ଜାରି ରଖିଥିବେ ବୋଲି କହିଛନ୍ତି ।
ଆବାସ ଯୋଜନା ବାଟବଣା: ପ୍ରତିବାଦରେ ପଞ୍ଚାୟତ କାର୍ଯ୍ୟାଳୟ ତାଲା ପକାଇଲେ ଲୋକେ ରାମଗିରି ସରପଞ୍ଚ ଏହି ତାଲିକାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । 2017ରେ ହୋଇଥିବା ସର୍ଭେ ଆଧାରରେ ଏକ 475ଜଣିଆ ତାଲିକା ପ୍ରସ୍ତୁତ ହୋଇଥିଲା । କିନ୍ତୁ ବର୍ତ୍ତମାନ ପ୍ରକାଶ ପାଇଥିବା ତାଲିକାରେ ମାତ୍ର 130ଜଣଙ୍କ ନାମ ରହିଛି । ସେଥିରେ ମଧ୍ୟ ଅନେକ ଅଯୋଗ୍ୟ ହିତାଧିକାରୀ ରହିଛନ୍ତି । ତେଣୁ ଏହାକୁ ନେଇ ଲୋକେ ଯେଉଁ ପ୍ରତିବାଦ କରୁଛନ୍ତି ତାହା ଠିକ୍ ନିଷ୍ପତି ବୋଲି କହିବା ସହ ସରକାରୀ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଏଭଳି ହୋଇଥିବା ସେ ଅଭିଯୋଗ କରିଛନ୍ତି ।
ଏନେଇ ଲୋକେ ବିଭିନ୍ନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ସେମାନେ ବାଧ୍ୟ ହୋଇ ଏମିତି କରିଥିବା ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି । ସେପଟେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପଡ଼ିଥିବା କଥା ପଞ୍ଚାୟତ ଅଧିକାରୀଙ୍କ ନଜରକୁ ଆସିନାହିଁ । ଘଟଣାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି । ବିଭିନ୍ନ ସମୟରେ ସରକାରୀ ଯୋଜନା ସଠିକ ଭାବେ କାର୍ଯ୍ୟକାରୀ ହେଉନଥିବାରୁ ଲୋକଙ୍କ କ୍ଷୋଭ ପ୍ରକାଶ ପାଉଛି । ଏହାଦ୍ବାରା ପ୍ରଶାସନ ଏବଂ ସରକାର ବଦନାମ ହେଉଛନ୍ତି । ତେଣୁ ଏହାର ସମାଧାନ ଦିଗରେ ପ୍ରଶାସନ କେବେ ପଦକ୍ଷେପ ଗ୍ରହଣ କରୁଛି ତାହା ଉପରେ ସମସ୍ତଙ୍କ ନଜର ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ